ETV Bharat / city

ସରକାରଙ୍କ ଅବହେଳା ଯୋଗୁଁ ଦୁଷ୍ମନ୍ତଙ୍କ ମୃତ୍ୟୁ ହୋଇଛି: ବିଜେପି

ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ରାଜ୍ୟ ସରକାରଙ୍କ ଦାୟିତ୍ବହୀନତା ଯୋଗୁଁ ମୃତ୍ୟୁ ଘଟିଛି ବୋଲି ରାଜ୍ୟ ବିଜେପି ଏସସି ମୋର୍ଚ୍ଚା ସଭାପତି କହିଛନ୍ତି । ଅଧିକ ପଢନ୍ତୁ...

bjp pressmeet on dushyamant dash death case
ସରକାରଙ୍କ ଅବହେଳା ଯୋଗୁଁ ଦୁଷ୍ମନ୍ତଙ୍କ ମୃତ୍ୟୁ ହୋଇଛି: ବିଜେପି
author img

By

Published : Sep 15, 2021, 5:35 PM IST

ଭୁବନେଶ୍ବର: ବିଜେପି ଏସସି ମୋର୍ଚ୍ଚା ସଭାପତି ଵିଭୂ ପ୍ରସାଦ ତରାଇଙ୍କ ସାମ୍ବାଦିକ ସମ୍ମିଳନୀ। ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ବହୀନତା ଯୋଗୁଁ ମୃତ୍ୟୁ ଘଟିଛି ।

ସରକାରଙ୍କ ଅବହେଳା ଯୋଗୁଁ ଦୁଷ୍ମନ୍ତଙ୍କ ମୃତ୍ୟୁ ହୋଇଛି: ବିଜେପି

ଗତ ୮ ତାରିଖ ଦିନ ବିଧାନସଭା ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଦୁଷ୍ମନ୍ତ ଦାସ । ଏହା ପରେ ସେ ମୃତ୍ୟୁବରଣ କରିଥିଲେ । ତେବେ ତାଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। କ୍ୟାପିଟାଲ ହସ୍ପିଟାଲ ରେକର୍ଡ ଅନୁସାରେ 12 ଟା 30 ରୁ 1 ଟା 30 ପର୍ଯ୍ୟନ୍ତ ଥିଲା ଦୁଷ୍ମନ୍ତ । ହେଲେ କଟକ ବଡ଼ ମେଡିକାଲକୁ 4 ଟା ବେଳେ ପହଞ୍ଚିଥିଲେ। ଅର୍ଥାତ କ୍ୟାପିଟାଲ ହସ୍ପିଟାଲରେ ବିଷ ଖିଆ ରୋଗୀର ଚିକିତ୍ସା ପାଇଁ କଣ ସୁବିଧା ନାହିଁ ? ଯଦି ନଥିଲା କାହିଁକି ତାଙ୍କୁ ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ଚିକିତ୍ସା କରାଗଲା ନାହିଁ। ଆଉ ଏକ ପ୍ରଶ୍ନ କ୍ୟାପିଟାଲରୁ କଟକ ଯିବାକୁ କଣ 2 ଘଣ୍ଟା 30 ମିନିଟ୍ ସମୟ ଲାଗିଲା। ପୁଣି ତାଙ୍କୁ ଆଇସିୟୁରେ ନରଖି କାହିଁକି ସାଧାରଣ ୱାର୍ଡରେ ରଖାଗଲା। ଏଥିରୁ ସନ୍ଦେହ ହେଉଛି କ୍ୟାପିଟାଲରୁ କଟକ ନେବା ଦାୟିତ୍ବରେ ଥିବା ଲୋକ ହିଁ ଷଡ଼ଯନ୍ତ୍ର କରିଛନ୍ତି।

ତେଣୁ ଏହା ମୃତ୍ୟୁ ନୁହେଁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛି ବିଜେପି। ଆଉ ଏକ ଦିଗ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ବାସ୍ତବ ମୁଖା ଖୋଲିଯାଇଛି। ଏହା ହେଲଥ କାର୍ଡ ନୁହଁ ବରଂ ଏକ ପୁସିଂ କାର୍ଡ। ସ୍ବାସ୍ଥ୍ୟ ସେବା ନାଁରେ ଓଡ଼ିଶାବାସୀଙ୍କୁ ସରକାର ଭଣ୍ଡାଇଛନ୍ତି। ଏହା ଦ୍ଵାରା ସରକାର ହଜାର ହଜାର ଦୁଷ୍ମନ୍ତଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.