ETV Bharat / city

‘ବିଧାନସଭାରେ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ସରକାର’ - ବିଜେପି ସାମ୍ବାଦିକ ସମ୍ମୀଳନୀ ଖବର

ବିଧାନସଭାରେ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ରାଜ୍ୟ ସରକାର । ଏହାକୁ ନେଇ ବିଜେପି ସମ୍ବାଦିକ ସମ୍ମିଳନୀ କରି ଶାସକ ଦଳ ଉପରେ ବର୍ଷିଛି । ଅଧିକ ପଢନ୍ତୁ...

bjp-pressmeet-on-assembly-issue
ବିଧାନସଭାରେ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ରାଜ୍ୟ ସରକାର
author img

By

Published : Sep 3, 2021, 5:26 PM IST

Updated : Sep 3, 2021, 6:19 PM IST

ଭୁବନେଶ୍ବର : ବିଧାନସଭାରେ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ରାଜ୍ୟ ସରକାର । ଏହାକୁ ନେଇ ସମ୍ବାଦିକ ସମ୍ମିଳନୀ କରି ଶାସକ ଦଳ ଉପରେ ବର୍ଷିଛି ବିଜେପି । ସରକାର ଜାଣିଶୁଣି ବିଧାନସଭା ନ ଚଲାଇବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ବିଜେପି କହିଛି ।

ଧାନସଭାରେ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ସରକାର

ବିଜେପିର ସାମ୍ବାଦିକ ସମ୍ମିଳନୀରେ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ ସରକାରଙ୍କୁ ଟାର୍ଗଟେ କରିଛନ୍ତି । ଆଜି (ଶୁକ୍ରବାର) ବିଧାନସଭାର ତୃତୀୟ ଦିନ ଥିଲା । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ସମ୍ପର୍କରେ ମୁଲତବୀ ପ୍ରସ୍ତାବ ଆଣିଥିଲା ବିଜେପି । ପ୍ରଥମେ ପ୍ରଶ୍ନ କାଳ ଥିଲା । ବିରୋଧୀ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ କହିବାକୁ ସୁଯୋଗ ମିଳିଲା ନାହିଁ। ଆରମ୍ଭ ହେବାର 1 ମିନିଟ ଭିତରେ 4ଟା ପର୍ଯ୍ୟନ୍ତ ମୁଲତବୀ କଲେ ବାଚସ୍ପତି। ଏହା ଐତିହାସିକ ରେକର୍ଡ। ବିରୋଧୀ ଦଳ ଭାବରେ ବିଜେପି ରାଜ୍ୟ ବାସୀଙ୍କ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣିଥିଲା।

ମାହାଙ୍ଗା ଘଟଣାର ମନ୍ତ୍ରୀ ପ୍ରତାପ ଜେନା ଓ ମାନସ ଦାସଙ୍କ ସହିତ, ପ୍ରସନ୍ନ ପାଟ୍ଟଶାଣୀ, ସୁଶାନ୍ତ ରାଉତ,ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏମାନେ ମାନସ ଦାସ ସହିତ ଲିଙ୍କରେ ଅଛନ୍ତି। ସେହିପରି ବାଲେଶ୍ଵରରେ ଗୋଡେଇ ଗୋଡେଇ ହାଣିବା ଭଳି ଘଟଣା ରହିଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କଥା ବିଧାନସଭା ରେ ଉଠିଲା। ଶାସକ ଦଳ ମୁଖ୍ୟ ସଚେତକ କହୁଛନ୍ତି ସରକାରଙ୍କ ପାଖରେ ସମସ୍ତ ଉତ୍ତର ଅଛି। ବିଜେପି ଛୋଟ ଘଟଣା ଉଠାଉଛି। ଗୋଟେ ଡିଗ୍ରୀ କଲେଜରେ ଅଧ୍ୟାପକ ସଂଖ୍ୟା କେତେ, ଛାତ୍ର ଓ ଛାତ୍ରୀଙ୍କ ସମ୍ପର୍କରେ ପ୍ରଶ୍ନ କରିଥିବାବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଲେ ତଥ୍ୟ ସଂଗ୍ରହ କରାଯାଉଛି । ମାହାଙ୍ଗା ହତ୍ୟା କାଣ୍ଡ ଛୋଟ ଘଟଣା ନୁହେଁ । ତାଙ୍କୁ କାହିଁକି ତଦନ୍ତ ପରିସର ଭୁକ୍ତ କାରାଯାଉନାହିଁ । ଆଇନ ମନ୍ତ୍ରୀ ଇସ୍ତଫା ଦେବା କଥା। ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ।

ସେହିପରି ଷ୍ଟାଫ ସିଲେକ୍ସନ କଥା ନରସିଂହ ମିଶ୍ର ଉଠାଇଥିଲେ । ଆମେ ଅର୍ଥାତ ବିଜେପି ଉଠାଇଥିଲା। ନରସିଂହ ମିଶ୍ର ଫିକ୍ସିଂ କରିଛନ୍ତି। କଂଗ୍ରେସ ଦଳ ସରକାରଙ୍କୁ ସହଯୋଗ କରି ବିଧାନସଭା ବନ୍ଦ କରିଦେଉଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜାଣିଛନ୍ତି କି ନା ମୁଖ୍ୟମନ୍ତ୍ରୀଙ୍କୁ ଆଢୁଆଳରେ ରଖି ଆଉ କିଏ ପରିଚାଳନା କରୁଛି । ଏସିଏଫ ସୌମ୍ୟ ମୃତ୍ୟୁ ଘଟଣାରେ ଚାପରେ ଆସି କ୍ରାଇମବ୍ରାଞ୍ଚ ତଦନ୍ତ କରାଇଲେ ବୋଲି ବିଜେପି କହିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Sep 3, 2021, 6:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.