ETV Bharat / city

ଅଧାରେ ଅଟକିଛି ବିଜେପି ସାଙ୍ଗଠନିକ ନିର୍ବାଚନ, ସଭାପତି ପଦ ନେଇ ଚାଲିଛି ଛକାପଞ୍ଝା

ଡିସେମ୍ବର 20 ସୁଦ୍ଧା ବିଜେପି ରାଜ୍ୟ ସଭାପତି ଘୋଷଣା ହେବ ବୋଲି କୁହାଯାଇଥିଲା । ହେଲେ ଏପର୍ଯ୍ୟନ୍ତ ତାହା ହୋଇପାରିନାହିଁ । ଅଧିକ ପଢନ୍ତୁ...

bhubaneswar
ଅଧାରେ ଅଟକିଛି ବିଜେପି ସାଂଗଠନିକ ନିର୍ବାଚନ
author img

By

Published : Dec 28, 2019, 11:31 PM IST

ଭୁବନେଶ୍ବର: ପୂର୍ବରୁ କୁହାଯାଇଥିଲା ଡିସେମ୍ବର 20 ସୁଦ୍ଧା ଘୋଷଣା ହେବ ସଭାପତିଙ୍କ ନାମ । ପୁରା ନିର୍ବାଚନ ପ୍ରକ୍ରିୟା ଏହି ସମୟ ମଧ୍ୟରେ ଶେଷ ହେବ। ହେଲେ ଡିସେମ୍ବର ସରିବାକୁ ବସିଲାଣି, ସଭାପତି ଘୋଷଣା ତ ଦୂରର କଥା ସବୁ ସାଂଗଠନିକ ଜିଲ୍ଲାରେ ସଭାପତି ନିର୍ବାଚନ ହୋଇପାରିଲା ନାହିଁ। ଯାହାକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି ।

ଅଧାରେ ଅଟକିଛି ବିଜେପି ସାଂଗଠନିକ ନିର୍ବାଚନ

ରାଜ୍ୟ ବିଜେପିର ମୋଟ 36 ସାଂଗଠନିକ ଜିଲ୍ଲା ମଧ୍ୟରୁ 34ଟିରେ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଛି। ଭୁବନେଶ୍ବର ଓ କଳାହାଣ୍ଡି ଜିଲ୍ଲାରେ ସଭାପତି ପଦକୁ ନେଇ ଲାଗିଛି ଛକପଞ୍ଝା । ଦୁଇ ଗୋଷ୍ଠୀ ନିଜ ନେତାଙ୍କୁ ପଦରେ ବସାଇବାକୁ ଲବି ଚଳାଇଛନ୍ତି। ଫଳରେ ସେଇଠି ହିଁ ଅଟକିଛି ସଭାପତି ନିର୍ବାଚନ। ଯେହେତୁ ଦୁଇ ଜିଲ୍ଲାର ସଭାପତି ଚୟନ ହୋଇପାରୁନାହିଁ ତେଣୁ ରାଜ୍ୟ ସଭାପତି ଘୋଷଣା ପାଇଁ ଏହା କଣ୍ଟା ହୋଇଛି। ସେପଟେ ଏହି ପଦ ପାଇଁ ଏବେ ଲବି ଜୋରଦାର ହେଉଛି।

ଗୋଟିଏ ପଟେ ସଂଘ ଆଉ ଅନ୍ୟ ପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲବି। କେଉଁଟା କାମ କରୁଛି ଆଉ କାହାର ଦବଦବା ରହୁଛି ତା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି କର୍ମୀ । କାହିଁକି ନା ରାଜ୍ୟ ବିଜେପିରେ ଏହି ପଦ ବେଶ ଗୁରୁତ୍ବ ବହନ କରୁଛି । ତେଣୁ ଜାଣିଶୁଣି ଏହାକୁ ଝୁଲାଇ ରଖାଯାଇଛି ବୋଲି ଦଳୀୟ ସୂତ୍ରରୁ ଖବର ମିଳିଛି ।

ଅନ୍ୟପଟେ ସାଂଗଠନିକ ନିର୍ବାଚନ ଚାଲିଥିବା କଥା ରିଟର୍ଣ୍ଣିଂ ଅଫିସର ତଥା ଦଳର ମୁଖପାତ୍ର ସୁଦୀପ୍ତ ରାୟ କହିଛନ୍ତି। ଏଥିପାଇଁ ବୁଥ କମିଟି, ବୁଥ କମିଟି ଗଠିତ ହୋଇଥିବା ବେଳେ ଜିଲ୍ଲା ନିର୍ବାଚନ ସରିଥିବା ସେ ଉଲ୍ଲେଖ କରିଛନ୍ତି । କେନ୍ଦ୍ରକୁ ରିପୋର୍ଟ ଦେବାପରେ ପର୍ଯ୍ୟବେକ୍ଷକ ଆସିବେ । ଏହାପରେ ରାଜ୍ୟରେ ନିର୍ବାଚନ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପୂର୍ବରୁ କହିଥିଲେ ଡିସେମ୍ବର 20 ସୁଦ୍ଧା ଘୋଷଣା ହେବେ ସଭାପତି। ପୁରା ନିର୍ବାଚନ ପ୍ରକ୍ରିୟା ଏହି ସମୟ ମଧ୍ୟରେ ଶେଷ ହେବ। ହେଲେ ଡିସେମ୍ବର ସରିବାକୁ ବସିଲାଣି, ସଭାପତି ଘୋଷଣା ତା ଦୂରର କଥା ସବୁ ସାଂଗଠନିକ ଜିଲ୍ଲାରେ ସଭାପତି ନିର୍ବାଚନ ହୋଇପାରିଲା ନାହିଁ। ଯାହାକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ଦଳର ମୋଟ 36 ସାଂଗଠନିକ ଜିଲ୍ଲା ମଧ୍ୟରୁ 34 ଟିରେ ଜିଲ୍ଲା ସଭାପତି ଙ୍କ ନାମ ଘୋଷଣା ହୋଇଛି। ଭୁବନେଶ୍ୱର ଓ କଳାହାଣ୍ଡି ଜିଲ୍ଲାରେ ସଭାପତି ପଦାକୁ ନେଇ ଲାଗିଛି ଛକପଞ୍ଝା। ଦୁଇ ଗୋଷ୍ଠୀ ନିଜ ନେତାଙ୍କୁ ପଦରେ ବସାଇବାକୁ ଲବି ଚଳାଇଛନ୍ତି। ଫଳରେ ସେଇଠି ହିଁ ଅଟକିଛି ସଭାପତି ନିର୍ବାଚନ।
ଯେହେତୁ ଦୁଇ ଜିଲାର ସଭାପତି ବଛା ଯାଇ ପାରୁ ନାହିଁ ତେଣୁ ରାଜ୍ୟ ସଭାପତି ଘୋଷଣା ପାଇଁ ଏହା କଣ୍ଟା ହୋଇଛି। ସେପଟେ ଏହି ପଦ ପାଇଁ ଏବେ ଲବି ଜୋରଦାର ହେଉଛି। ଗୋଟିଏ ପଟେ ସଂଘ ଆଉ ଅନ୍ୟ ପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲବି। କେଉଁଟା କାମ କରୁଛି ଆଉ କାହାର ଦବଦବା ରହୁଛି ତା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି କର୍ମୀ। କାହିଁକି ନା ରାଜ୍ୟ ବିଜେପିରେ ଏହି ପଦ ବେଶ ଗୁରୁତ୍ୱ ବହନ କରୁଛି। ତେଣୁ ଜାନିଶୁଣି ଏହାକୁ ଝୁଲାଇ ରଖାଯାଇଛି ବୋଲି ଦଳର ଅନ୍ଦର ମହଲରୁ ଖବର ମିଳିଛି। ସେପଟେ ସାଂଗଠନିକ ନିର୍ବାଚନ ର ସହ ରିଟର୍ଣ୍ଣିଂ ଅଫିସର ତଥା ଦଳର ମୁଖପାତ୍ର ସୁଦୀପ୍ତ ରାୟ କହିଛନ୍ତି, ଖୁବଶୀଘ୍ର ଘୋଷଣା ହେବ। ପର୍ଯ୍ୟବେକ୍ଷକ ଆସିବାରେ ବିଳମ୍ବ ହୋଇଛି।

Body:ବାଇଟ ସୁଦୀପ୍ତ ରାୟ, ସହକାରୀ ରିଟର୍ଣ୍ଣିଂ ଅଫିସର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.