ଭୁବନେଶ୍ବର : ଓଡ଼ିଶା ସରକାର ଓବିସି ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେଉନଥିବା ପ୍ରତିବାଦରେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ଆଜି ରାଜ୍ୟ ଓବିସି କମିଶନ ଅଫିସ ସମ୍ମୁଖରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପକ୍ଷରୁ ଆନ୍ଦୋଳନ ପ୍ରତିବାଦ କରାଯାଇଛି । ଓଡ଼ିଶା ସରକାର ଓବିସି ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେଉନଥିବା ପ୍ରତିବାଦରେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ଆଜି ରାଜ୍ୟ ଓବିସି କମିଶନ ଅଫିସ ସମ୍ମୁଖରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପକ୍ଷରୁ ଆନ୍ଦୋଳନ ପ୍ରତିବାଦ କରାଯାଇଛି । ବିଜେପି ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ଵାଳଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ହୋଇଛି ।
ଏ ନେଇ ଓବିସି ମୋର୍ଚ୍ଚା ପକ୍ଷରୁ ରାଜ୍ୟ ଓବିସି କମିଶନରଙ୍କୁ ଏକ ସ୍ମାରକ ପତ୍ର ମଧ୍ୟ ଦିଆଯାଇଛି । ସମଗ୍ର ଦେଶରେ ଓବିସିଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ମିଳୁଥିବା ବେଳେ ଓଡିଶାରେ କେବେ ମିଳିବ ବୋଲି ପ୍ରଶ୍ନ କରିଛି ବିଜେପି ଓବିସି ମୋର୍ଚ୍ଚା । କେନ୍ଦ୍ର ସରକାର ମେଡ଼ିକାଲ, ସୈନିକ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଆଦିରେ ଓବିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ମଧ୍ୟ ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣର ପ୍ରାବଧାନ କରିଛନ୍ତି ।
କିନ୍ତୁ ଓଡିଶାରେ ରାଜ୍ୟସରକାର ଏହା କାର୍ଯ୍ୟକାରୀ କରୁନଥିବାରୁ ପଛୁଆ ବର୍ଗ ଛାତ୍ରଛାତ୍ରୀ ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଯଦି ରାଜ୍ୟ ସରକାର ଓବିସିଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ନଦିଅନ୍ତି ତେବେ ଆଗକୁ ଏହି ପ୍ରସଙ୍ଗ ବିଧାନସଭା ଠାରୁ ଆରମ୍ଭ କରି ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ବିଜେପି ଓବିସି ମୋର୍ଚ୍ଚା ।
ଇଟିଭି ଭାରତ, ଭୁବନେଶ୍ବର