ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡିଶା ପ୍ରବାସ ପରିପ୍ରେକ୍ଷୀରେ ବୁଥ କମିଟି ବୈଠକ ହୋଇଛି । ବୁଥ କମିଟି ବୈଠକ ଭୁବନେଶ୍ୱର ବିଜେପିର ୬୪ ନମ୍ବର ବୁଥରେ ବୁଥସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜେପି ନଡ୍ଡାଙ୍କ ସମେତ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସାଂସଦ ଅପରାଜିତ ଷଡ଼ଙ୍ଗୀ, ଭୁବନେଶ୍ୱର ଜିଲା ବିଜେପି ସଭାପତି ବାବୁ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ୬୪ ନମ୍ବର ବୁଥରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବୁଥସ୍ତରୀୟ ବୈଠକରେ ଦଳୀୟ ନେତାଙ୍କ ସହ କରିଛନ୍ତି ଆଲୋଚନା । ୬୪ ନମ୍ବର ବୁଥର ୨୫ ଜଣ ବୁଥ ସ୍ତରୀୟ ବିଜେପି ନେତା ଏବଂ ବୁଥର ସଭାପତିଙ୍କ ସହ ନଡ୍ଡା ଆଲୋଚନା କରିଛନ୍ତି । ବୁଥ କିଭଳି ମଜବୁତ ହେବ। କିଭଳି ମ୍ୟାନେଜ କରାଯିବ। ବୁଥର ପ୍ରବନ୍ଧନ କିଭକି ହେବ। ସେହିପରି ଯେଉଁ ଭୋଟର ଲିଷ୍ଟ ରହିଛି ତାକୁ ନେଇ ଲୋକଙ୍କ ପାଖକୁ ଯିବା ପାଇଁ ନଡ୍ଡା ଦଳୀୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି। ଲୋକଙ୍କ ସାଙ୍ଗରେ ଆତ୍ମୀୟତା ବଢିବ ତାକୁ ଘରକୁ ଘର କ୍ୟାମ୍ପନ କରିବାକୁ ପରାମର୍ଶ ଦେଇଛନ୍ତି ନଡ୍ଡା। ପ୍ରତ୍ୟେକ ମାସରେ ଶେଷ ରବିବାର ବୁଥର ସମସ୍ତ କର୍ମୀ ଏକାଠି ହୋଇ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ ଶୁଣିବାକୁ ପରାମର୍ଶ ଦେଇଛନ୍ତି ।
ସେହିଭଳି ବିଜେପି ଆଗାମୀ ନିର୍ବାଚନରେ କିଭଳି ଜିତିବ, ସେଥିପାଇଁ ବୁଥ ସ୍ତରରେ ଭୋଟ ପ୍ରତିଶତ କିଭଳି ବଢିବ ତାକୁ ନେଇ ଯୋଜନା କରିବାକୁ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର