ETV Bharat / city

ଆଦର୍ଶ ପର୍ଯ୍ୟଟନସ୍ଥଳୀ ହେବ ପୁରୀ; କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ବିଜେପି ସାଂସଦଙ୍କ ଚିଠି

କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ରାଜ୍ୟ ବିଜେପି ସାଂସଦଙ୍କ ଚିଠି । ଶ୍ରୀମନ୍ଦିର ଓ କୋଣାର୍କକୁ ଆଦର୍ଶ ପର୍ଯ୍ୟଟନସ୍ଥଳୀରେ ସାମିଲ କରିବାକୁ ଦାବି ।

letter to tourism minister
author img

By

Published : Aug 9, 2019, 7:59 PM IST

ଭୁବନେଶ୍ବର: ଦେଶର ପ୍ରମୁଖ 17ଟି ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ସ୍ବତନ୍ତ୍ର ବଜେଟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କିନ୍ତୁ ଓଡିଶାର କୌଣସି ସ୍ଥାନ ଏଥିରେ ତାଲିକାଭୁକ୍ତ ନଥିବାରୁ ଶ୍ରୀମନ୍ଦିର ଓ ସୂର୍ଯ୍ୟମନ୍ଦିରକୁ ସାମିଲ କରିବାକୁ ଦାବି କରିଛନ୍ତି ଓଡିଶାର ବିଜେପି ସାଂସଦମାନେ ।

ଶ୍ରୀମନ୍ଦିର ଓ ସୂର୍ଯ୍ୟମନ୍ଦିରକୁ ଆଦର୍ଶ ପର୍ଯ୍ୟଟନସ୍ଥଳୀରେ ସାମିଲ ନେଇ ରାଜ୍ୟ ବିଜେପି ସାଂସଦମାନେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । 4କୋଟି ଓଡିଆଙ୍କ ଗାରିମା ଓ ଓଡିଶାର ଗୌରବ ପୁରୀ ଜଗନ୍ନାଥ ମନ୍ଦିର ତଥା କୋଣାର୍କ ଭଳି ପବିତ୍ରସ୍ଥଳୀ । ଏମିତିକି ହିନ୍ଦୁଙ୍କ ପବିତ୍ର ଚାରିଧାମ ମଧ୍ୟରୁ ପୁରୀ ଜଗନ୍ନାଥ ମନ୍ଦିର ଅନ୍ୟତମ । କିନ୍ତୁ ଏହାକୁ ଆଦର୍ଶ ପର୍ଯ୍ୟଟନ ସ୍ଥଳୀ ଭାବେ ଗଣିବାକୁ ଭୁଲି ଯାଇଛନ୍ତି ସରକାର ।

ଖାଲି ଓଡିଶା ନୁହେଁ ବିଶ୍ବର ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ପୁରୀ ଓ କୋଣାର୍କକୁ । ତେଣୁ ଶ୍ରୀମନ୍ଦିର ଓ କୋଣାର୍କକୁ ଆଦର୍ଶ ପର୍ଯ୍ୟଟନସ୍ଥଳୀରେ ସାମିଲ କରି ଏହାର ବିକାଶ କରିବାକୁ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ବିଜେପି ସାଂସଦ ଗଣ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ରାଜ୍ୟ ବିଜେପି ସାଂସଦଙ୍କ ଚିଠି
ଦେଶର ୧୭ଟି ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ଶ୍ରୀମନ୍ଦିର ଓ ସୂର୍ଯ୍ୟମନ୍ଦିରକୁ ସାମିଲ କରିବାକୁ ଦାବି
ଚଳିତ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଦେଶର ପ୍ରମୁଖ ୧୭ଟି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ସ୍ୱତନ୍ତ୍ର ବଜେଟ୍‌ ଘୋଷଣା ।
କେନ୍ଦ୍ର ସରକାର ଦେଶର ୧୭ଟି ଉଲ୍ଲେଖନୀୟ ପର୍ଯ୍ୟଟନସ୍ଥଳୀ ଘୋଷଣା କରିଛନ୍ତି । ଓଡ଼ିଶାର କୌଣସି ସ୍ଥାନ ଏଥିରେ ତାଲିକାଭୁକ୍ତ ହୋଇନାହିଁ।
ଏହାକୁ ନେଇ ଓଡ଼ିଶାର ବିଜେପି ସାଂସଦମାନେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଚିଠି ଲେଖିଛନ୍ତି ।
Body: ଦେଶର ୧୭ଟି ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ଓଡିଶାର ପୁରୀ ଜଗନ୍ନାଥ ମନ୍ଦିର ଓ ସୂର୍ଯ୍ୟ ମନ୍ଦିରକୁ ସାମିଲ କରିବାକୁ କଲେ ଅନୁରୋଧ କରିଛନ୍ତି । ଚଳିତ ବଜେଟରେ ଅର୍ଥମନ୍ତ୍ରୀ ୧୭ଟି ପ୍ରତିଷ୍ଠିତ କର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରାଯିବ ବୋଲି ଘୋଷଣା କରିଛନ୍ତି । ଆଉ କୋଟି କୋଟି ଓଡ଼ିଆଙ୍କ ଗାରିମା ଏବଂ ଓଡ଼ିଶାର ଗୌରବ ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କର ସୂର୍ଯ୍ୟ ମନ୍ଦିର ଭଳି ପବିତ୍ରସ୍ଥଳୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।Conclusion:ଏପରିକି ହିନ୍ଦୁଙ୍କ ପବିତ୍ର ୪ ଧାମ ମଧ୍ୟରୁ ପୁରୀର ଜଗନ୍ନାଥ ମନ୍ଦିର ଅନ୍ୟତମ । ଆଉ ଓଡିଶାର ସ୍ୱର୍ଣ୍ଣ ତ୍ରିଭୁଜ ଭୁବନେଶ୍ୱର, ପୁରୀ ଏବଂ କୋଣାର୍କ ମନ୍ଦିର ବିଶ୍ୱର ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥାଏ ତେଣୁ ଏହି ୧୭ଟି ଆଦର୍ଶ ପର୍ଯଟନସ୍ଥଳୀ ତାଲିକାରେ ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ମନ୍ଦିରକୁ ସାମିଲ କରାଯିବା ନେଇ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ପତ୍ର ଲେଖି ଜଣାଇଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.