ETV Bharat / city

Aparajita Sarangi Pressmeet: ଆଚାର୍ଯ୍ୟ ବିହାର ଅଟକ ଘଟଣାରେ ନିଜକୁ ଅସୁରକ୍ଷିତ କହିଲେ ଅପରାଜିତା

ମୁଁ ଜଣେ ମହିଳା ମୁଁ ବି ଆଜି କହୁଛି ମୁଁ ସୁରକ୍ଷିତ ନୁହେଁ । ସାମ୍ବାଦିକ ସମ୍ମିଳନୀ କରି ଏପରି କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଗତକାଲି(ଗୁରୁବାର) ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ (MP Aparajita Sarangi) ଆଚାର୍ଯ୍ୟ ବିହାରରେ ଅଟକ ରଖାଯାଇଥିବାବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା । ଆଉ ଆଜି ଏହାର ଜବାବ ରଖିଛନ୍ତି ସାଂସଦ । ଅଧିକ ପଢନ୍ତୁ

ସାଂସଦ ଅପରାଜିତା ଷଡ଼ଙ୍ଗୀ
ସାଂସଦ ଅପରାଜିତା ଷଡ଼ଙ୍ଗୀ
author img

By

Published : Nov 26, 2021, 12:33 PM IST

Updated : Nov 26, 2021, 1:37 PM IST

ଭୁବନେଶ୍ବର: ରାଜ୍ୟରେ ମହିଳା ସୁରକ୍ଷିତ ନୁହଁନ୍ତି । ମୁଁ ଜଣେ ମହିଳା ମୁଁ ବି ଆଜି କହୁଛି ମୁଁ ସୁରକ୍ଷିତ ନୁହେଁ । ସାମ୍ବାଦିକ ସମ୍ମିଳନୀ କରି ଏପରି କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଗତକାଲି(ଗୁରୁବାର) ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ (MP Aparajita Sarangi) ଆଚାର୍ଯ୍ୟ ବିହାରରେ ଅଟକ ରଖାଯାଇଥିବାବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା । ଆଉ ଆଜି ଏହାର ଜବାବ ରଖିଛନ୍ତି ସାଂସଦ ।

ଅଣ୍ଡାମାଡ ଘଟଣାରେ ନିଜକୁ ଅସୁରକ୍ଷିତ କହିଲେ ସାଂସଦ ଅପରାଜିତା

ୱାର୍ଡ ନମ୍ବର 28ରେ ଆଚାର୍ଯ୍ୟ ବିହାର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସାଂସଦ । ଜଣଙ୍କ ଘରକୁ ନିମନ୍ତ୍ରଣ ଥିଲା । 45 ଜଣ ବରିଷ୍ଠ ନାଗରିକ ଥିଲେ । 20 ଜଣ ମହିଳା ଥିଲେ । ସେମାନେ ଭୟଭୀତ ଥିଲେ । 2 ଦିନ ହେଲା ଜଣେ ବରିଷ୍ଠ ବିଜେଡ଼ି ନେତା ଆୟୋଜକଙ୍କୁ 4 ଥର ଫୋନ କରି ଅପରାଜିତାଙ୍କୁ ନଡାକିବା ପାଇଁ କହିଥିଲେ । ପରିଷଦ ହଲରେ ବିଶୃଙ୍ଖଳା କରାଗଲା । ଯେଉଁ ସବୁ କାମ ଅଛି ଆମେ କରୁଛୁ ବୋଲି କହିଥିଲେ ବିଜେଡ଼ି ନେତା । ଆଚାର୍ଯ୍ୟ ବିହାର ପରିଷଦମାନେ ସାହସ ଦେଖାଇଲେ । କହିଲେ ସାଂସଦଙ୍କ ସହ ରହି ବିକାଶ ମୂଳକ କାମ କରିବେ । କବାଟ ଝରକା ବନ୍ଦ କରିବାକୁ ପଡ଼ିଲା । ହଙ୍ଗାମା କଲେ ବିଜେଡ଼ି କର୍ମୀ ।

4 ଘଣ୍ଟା ଜଣଙ୍କ ଡ୍ରଇଂ ରୁମରେ ରହିଲେ ସାଂସଦ । 500ରୁ ଅଧିକ ଲୋକ ଏକାଠି ହୋଇଥିଲେ । ସମସ୍ତ ଫଟୋ ଉପଲବ୍ଧ ଅଛି । ଅନ୍ୟ ୱାର୍ଡର ଅନେକ ଲୋକଙ୍କୁ ଡକାଯାଇଥିଲା । ଗୋ ବ୍ୟାକ୍ ଓ ଡାଉନ ଡାଉନ ନାରା ଦିଆଯାଇଥିଲା । ଅଣ୍ଡା ଓ ଟେକା ମାଡ଼ କଲେ ବିଜେଡ଼ି କର୍ମୀ । ସାଂସଦ ରାତି 12 ଟାରେ ବାହାରି ପୋଲିସ ଏସକର୍ଟରେ ଫେରିଲେ । ସାଂସଦ ନିଜ କର୍ମୀଙ୍କୁ ସଞ୍ଜମତା ରକ୍ଷା କରିବା ପାଇଁ କହିଲେ । ଏହା ଏକ ସୁନିୟୋଜିତ ଆକ୍ରମଣ ଥିଲା ବୋଲି କହିଛନ୍ତି ସାଂସଦ ଆପରାଜିତା ଷଡଙ୍ଗୀ । କୌଣସି ସ୍ଲୋଗାନ ଏଲପିଜି ଓ ତୈଳ ଦର ଵୃଦ୍ଧି କରିବାକୁ ନେଇ ହୋଇନଥିଲା । ଏହା ଦ୍ବିତୀୟ ଘଟଣା ।

1. ଯଦି ସେହି ଟେକା ପଥର ଅନ୍ୟ ମହିଳା କିମ୍ବା ବରିଷ୍ଠ ନାଗରିକଙ୍କୁ ଲାଗିଥାନ୍ତା । କିଏ ଦାୟୀ ହୋଇଥାନ୍ତା । ରାଜ୍ୟ ସରକାର ହିଁ ଦାୟୀ ହୋଇଥାନ୍ତେ । ଲୋକଙ୍କୁ ଏତେ ଭୟଭୀତ କାହିଁକି କରାଗଲା । ଏହା ହୀନ ରାଜନୀତି ଓ ଅସହିଷ୍ଣୁତା । ବିରୋଧର ଗୋଟିଏ ପ୍ରକ୍ରିୟା ଓ ସାଳିନତା ଥାଏ ।

2. ଏନସିଆରବି ରିପୋର୍ଟ ଅନୁସାରେ ସର୍ବଭାରତୀୟ ସ୍ତରରେ ମହିଳା ଅପରାଧରେ ଓଡିଶା ଦ୍ବିତୀୟ ସ୍ଥାନରେ ଅଛି । ସାଂସଦଙ୍କୁ ବାରମ୍ବାର ଆକ୍ରମଣ କରାଯାଉଛି । ବିଜେଡ଼ି ପକ୍ଷରୁ ମହିଳା ମାନଙ୍କୁ ଯେଉଁ ଅତ୍ୟାଚାର ଓ ଦମନର ପ୍ରକ୍ରିୟା ଚାଲିଛି । ସେମାନେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ମହିଳା ଅପରାଧରେ ପ୍ରଥମ କରିବାକୁ ଚାହୁଁଛନ୍ତି । ମୋର ଭୁଲ କଣ ? ଲୋକଙ୍କ କାମ କରିବା ଭୁଲ କି ? ବିଜେଡ଼ି ଏହା ଜବାବ ରଖୁ ବୋଲି କହିଛନ୍ତି ସାଂସଦ ।

3. ଗତକାଲି ରାତିରେ ଆକ୍ରମଣକାରୀଙ୍କ ବିରୋଧରେ ଏଫଆଇଆର ଦିଆଯାଇଛି । ଡିସିପି ଓ ସିପିଙ୍କ ସହ ଆଲୋଚନା ହୋଇଛି । ପ୍ରଦୀପ୍ତ ବଡ଼ଜେନା ଯୁବ ମୋର୍ଚ୍ଚାର ସଭାପତି, ତାଙ୍କ ଗୋଡ଼କୁ ଜଣେ ମହିଳା କାମୁଡ଼ି ଦେଇଛନ୍ତି । ସମସ୍ତ ଘଟଣାର ଭିଡିଓ ରେକଡ଼ିଂ ଅଛି । ବିଜେଡ଼ିର କେଉଁ ନେତା ଫୋନ କରିଥିଲେ । ତାହା ସାମ୍ନାକୁ ଆସିବା ଦରକାର । ସବୁ ଜିନିଷର ସୀମା ଥାଏ । ବିନମ୍ର ରହିବା ଦରକାର । 22 ବର୍ଷର ସରକାରରେ ରହିଲେ ଅହଙ୍କାର ଆସିଯାଏ । ଦୁର୍ଯ୍ୟୋଧନ ଓ ରାବଣ କଥା ମନେ ପଡ଼ିଯାଉଛି । ଆମେ ନଇଁକି ଚାଲିବା କଥା, ବିଜେଡ଼ି କର୍ମୀ ଭୁଲି ଯାଉଛନ୍ତି । ପଶ୍ଚିମବଙ୍ଗ ରାସ୍ତାରେ ଯାଉଛି କି ଓଡିଶା ବୋଲି କହିଛନ୍ତି ସାଂସଦ ଅପରାଜିତା ।

ଜଗନ୍ନାଥ ମହାପ୍ରଭୁଙ୍କ ରାଜ୍ୟ ହେଉଛି ଓଡିଶା । ଆମେ ସମସ୍ତେ ତାଙ୍କ ପ୍ରତି ସମର୍ପିତ ଅଛୁ । ରାଜ୍ୟରେ ମହିଳା ସୁରକ୍ଷିତ ନାହାନ୍ତି ଏବଂ ଜଣେ ମହିଳା ସାଂସଦ ହିସାବରେ ମୁଁ ସୁରକ୍ଷିତ ନୁହେଁ । ରାଜ୍ୟ ସରକାରଙ୍କ ଦାୟୀତ୍ବ ସାଂସଦଙ୍କୁ ସୁରକ୍ଷା ଦେବା । ଗୋଟିଏ କଥା ସନ୍ଦେହ ହେଉଛି । ମୁଖ୍ୟମନ୍ତ୍ରୀ ଅରାଜକତା ପ୍ରତି ଅବଗତ ଅଛନ୍ତି ତ ? 2 କିମି ଦୂରରେ ସାଂସଦ ଓ ମୁଖ୍ୟମନ୍ତ୍ରୀଙ୍କ ଘର । ଗତକାଲି ଘାଟଣା ବିଷୟରେ ସେ ଅବଗତ ଅଛନ୍ତି ତ । ବୋଧେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସବୁ କଥା ପହଞ୍ଚୁ ନାହିଁ । ଯଦି ଜାଣି ନାହାନ୍ତି ତେବେ ଏହା ସାଢେ 4 କୋଟି ଓଡିଶାବାସୀ ଓ 2 କୋଟି 50 ଲକ୍ଷ ମହିଳାଙ୍କ ପାଇଁ ଦୁର୍ଭାଗ୍ୟ ଜନକ ବିଷୟ । 24 ଘଣ୍ଟା ଭିତରେ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । 29 ନଭେମ୍ବରରେ ଆରମ୍ଭ ହେଉଥିବା ସଂସଦ ଅଧିବେଶନରେ ଓଡିଶାରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇବା ନେଇ କହିଛନ୍ତି ଅପରାଜିତା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

Last Updated : Nov 26, 2021, 1:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.