ETV Bharat / city

'ଘର ଘର ବୁଲି କେନ୍ଦ୍ରୀୟ ଯୋଜନାର ପ୍ରଚାର କରିବ ମହିଳା ମୋର୍ଚ୍ଚା' - କେନ୍ଦ୍ରୀୟ ଯୋଜନାର ପ୍ରଚାର କରିବ ମହିଳା ମୋର୍ଚ୍ଚା

ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ଏବଂ ପ୍ରଭାରୀ ବୈଠକ ଅନୁଷ୍ଠିତ । ଘର ଘର ବୁଲି କେନ୍ଦ୍ରୀୟ ଯୋଜନାର ପ୍ରଚାର କରିବେ ମହିଳା ମୋର୍ଚ୍ଚା । ଅଧିକ ପଢନ୍ତୁ...

'ଘର ଘର ବୁଲି କେନ୍ଦ୍ରୀୟ ଯୋଜନାର ପ୍ରଚାର କରିବ ମହିଳା ମୋର୍ଚ୍ଚା'

author img

By

Published : Sep 3, 2021, 7:27 AM IST

ଭୁବନେଶ୍ବର: ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ଏବଂ ପ୍ରଭାରୀ ବୈଠକ ଅନୁଷ୍ଠିତ । ଘର ଘର ବୁଲି କେନ୍ଦ୍ରୀୟ ଯୋଜନାର ପ୍ରଚାର କରିବେ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସ୍ମୃତି ପଟ୍ଟନାୟକ । କେନ୍ଦ୍ର ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନା ଏବଂ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ଆଗାମୀ ଦିନରେ ଘର ଘର ବୁଲି ରାଜ୍ୟବାସୀଙ୍କୁ ଅବଗତ କରାଇବା ସହ ସଚେତନ କରାଇବେ ବୋଲି ସ୍ମୃତି ପଟ୍ଟନାୟକ କହିଛନ୍ତି ।

'ଘର ଘର ବୁଲି କେନ୍ଦ୍ରୀୟ ଯୋଜନାର ପ୍ରଚାର କରିବ ମହିଳା ମୋର୍ଚ୍ଚା'

ସେହିପରି ସେ କହିଛନ୍ତି ଯେ, ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ମହିଳା ସଶକ୍ତିକରଣ ପାଇଁ ବହୁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି । ଉଜ୍ଜଳା, ବେଟି ବଚାଓ-ବେଟି ପଢାଓ, ଜନନୀ ସୁରକ୍ଷା ଯୋଜନା, ପୋଷଣ ଯୋଜନା, କିଶୋରୀ ଶକ୍ତି ଯୋଜନା, ସ୍ୱଧାର ଗୃହ ଆଦି ବହୁ କଲ୍ୟାଣକାରୀ ଯୋଜନାକୁ ସଫଳ ରୂପାୟନ କରିଛନ୍ତି । ସ୍ବୟଂ ସହାୟିକା ଗୋଷ୍ଠୀ ଜରିଆରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାର ପ୍ରୟାସ ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ । ମାତ୍ର ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଏ ସମସ୍ତ ଯୋଜନାର ସୁଫଳ ରାଜ୍ୟର ଅଗଣିତ ଗାଁର ଭଉଣୀମାନେ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ମୋଦି ସରକାରଙ୍କ ପ୍ରତ୍ୟେକ ଯୋଜନାକୁ କପି-ପେଷ୍ଟ କରି ରାଜ୍ୟରେ ଶାସକ ବିଜେଡି ରାଜ୍ୟବାସୀଙ୍କୁ ଭ୍ରମିତ କରିବାର ପ୍ରଚେଷ୍ଟା କରୁଛନ୍ତି ବୋଲି ସ୍ମୃତି ଅଭିଯୋଗ କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ ନକରି ଓଡ଼ିଶାବାସୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ଶାସକ ବିଜେଡି ପ୍ରତାରଣ କରୁଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଜନବିରୋଧୀ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କ୍ଷୋଭ ପ୍ରକାଶ କରି କହିଛନ୍ତି । ଏହି ମହଳା ମୋର୍ଚ୍ଚା ଜିଲ୍ଲା ସଭାପତି ଏବଂ ପ୍ରଭାରୀ ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.