ETV Bharat / city

‘ବିଜେଡି ସରକାର ମହିଳା ବିରୋଧୀ’

ମହିଳା ଦିବସ ପୂର୍ବରୁ ବିଜେଡିକୁ ବିଜେପିର ଟାର୍ଗେଟ । ବିଜେଡି ସରକାର ମହିଳା ବିରୋଧୀ ବୋଲି କହିଲେ ବିଜେପି ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ଅଧିକ ପଢନ୍ତୁ...

ବିଜେପି ସଭାନେତ୍ରୀ ସ୍ମୃତି ପଟ୍ଟନାୟ
ବିଜେପି ସଭାନେତ୍ରୀ ସ୍ମୃତି ପଟ୍ଟନାୟ
author img

By

Published : Mar 6, 2021, 1:40 PM IST

ଭୁବନେଶ୍ବର: ମହିଳା ଦିବସ ପୂର୍ବରୁ ବିଜେଡିକୁ ଟାର୍ଗେଟ କଲେ ବିଜେପି ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ବିଜେଡି ସରକାର ମହିଳା ବିରୋଧୀ ବୋଲି କହିଲେ ବିଜେପି ସଭାନେତ୍ରୀ । ଏହା ସହ କିଛି ପ୍ରଶ୍ନ ପଚାରି ଏହାର ଜବାବ ଦେବାକୁ କହିଲେ ସେ ।

ବିଜେପି ସଭାନେତ୍ରୀ ସ୍ମୃତି ପଟ୍ଟନାୟ

ସେହିପରି 21 ବର୍ଷରେ ମହିଳାଙ୍କୁ କେତେ ସଶକ୍ତ କରିଛନ୍ତି ନବୀନ ସରକାର ବୋଲି ପ୍ରଶ୍ନ କରିଛନ୍ତି ସେ । ବିଜେଡି ମହିଳା ଦିବସ ପାଇଁ ପ୍ରତି ନିର୍ବାଚନ ମଣ୍ଡଳୀରେ ସମାବେଶ ଆୟୋଜନ କରୁଥିବାରୁ ଏସବୁ ପ୍ରଶ୍ନର ସେଠାରେ ଉତ୍ତର ରଖିବାକୁ ସେ କହିଛନ୍ତି ।

ଓଡିଶାରେ କେତେ ମା'ର କୋଳ ଖାଲି ହୋଇଛି । କେତେ ମାଆର ଆଖିରୁ ଲୁହ ଝରୁଛି । ବିଗତ ବର୍ଷରେ କେତେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ଯେଉଁ ପୁଅ ମାନେ ଦାଦନ ଖଟିବାକୁ ଯାଉଛନ୍ତି । ତାର ହିସାବ ଦେବେ କି । ସ୍ବୟଂ ସହାୟିକା ଗୋଷ୍ଠିର ହିସାବ ଦେବେ କି । ଗୋଷ୍ଠୀ ଗୁଡ଼ିକ ଦଳୀୟ ଭିତ୍ତିରେ ତିଆରି ହୋଇଛି ନା ସାଧାରଣ ମହିଳାଙ୍କୁ ନେଇ ତିଆରି ହୋଇଛି । ରାଜ୍ୟରେ ପୋଷଣ ଅଭିଯାନ ଆଜି ଯାଏ କାହିଁକି ଆରମ୍ଭ ହୋଇନି ବୋଲି ଅନେକ ପ୍ରଶ୍ନ ବିଜେଡି ସରକାରଙ୍କୁ ପଚାରିଛନ୍ତି ସେ ।

ଏହା କେବଳ ଏକ ଭୋଟ ବ୍ୟାଙ୍କ ପଲିସି ବୋଲି ସେ ଅଭିଯୋଗ କରିବା ସହ ଜବାବ ରଖିବାକୁ କହିଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାର ମହିଳାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି । ତେଣୁ ବିଜେପି ମହିଳା ମୋର୍ଚ୍ଚା ଏହାକୁ ନେଇ 36 ସାଙ୍ଗଠନିକ ଜିଲ୍ଲାରେ କାର୍ଯ୍ୟକ୍ରମ କରିବ ବୋଲି ସ୍ମୃତି ପଟ୍ଟନାୟକ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.