ETV Bharat / city

ଘରକୁ ଯାଇ ପ୍ରଚାର କରିବ ବିଜେପି, ଡବଲ ଇଞ୍ଜିନ ସରକାରର ବିକାଶ କଥା କହିବ: ଲେଖାଶ୍ରୀ ସାମନ୍ତ ସିଂହାର - ଭଦ୍ରକ ଖବର

ଧାମନଗର ଉପନିର୍ବାଚନ ପ୍ରଚାର ପାଇଁ ବିଜେପି ଘୋଷଣା କଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ଏନେଇ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସମାନ୍ତ ସିଂହାର ସୂଚନା ଦେଇ କହିଛନ୍ତି ଧାମନଗର ଉପନିର୍ବାଚନରେ ବଜେପି କିଭଳି ବାଜିମାତ କରିବ ସେନଇ ଦଳ ରଣନୀତି କରିଛି । ଅଧିକ ପଢନ୍ତୁ

ଘରକୁ ଯାଇ ପ୍ରଚାର କରିବ ବିଜେପି: ଲେଖାଶ୍ରୀ ସାମନ୍ତ ସିଂହାର

author img

By

Published : Oct 15, 2022, 8:10 PM IST

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପ୍ରଚାର ପାଇଁ ବିଜେପି ଘୋଷଣା କଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ଏନେଇ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସମାନ୍ତ ସିଂହାର ସୂଚନା ଦେଇ କହିଛନ୍ତି, ଧାମନଗର ଉପନିର୍ବାଚନରେ ବଜେପି କିଭଳି ବାଜିମାତ କରିବ ସେନଇ ଦଳ ରଣନୀତି କରିଛି ।

ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଦଳ ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କରିଛି । ଷ୍ଟାର ପ୍ରଚାରକ ତାଳିକାରେ ରାଜ୍ୟର 3 ଜଣ କେନ୍ଦ୍ରମନନ୍ତ୍ରୀଙ୍କ ସମେତ, ରାଜ୍ୟସଭାପତି, ରାଜ୍ୟ ପ୍ରଭାରୀ, କ୍ଷେତ୍ରୀୟ ପ୍ରଭାରୀ, ରାଷ୍ଟ୍ରୀୟ ଉପସଭାପତି, ବିଧାୟକ, ସାଂସଦ ରାଜ୍ୟସ୍ତରୀୟ ନେତା, ସ୍ଥାନୀୟ ନେତା ପ୍ରମୁଖ ସାମିଲ ଅଛନ୍ତି ।

ଲେଖାଶ୍ରୀ କହିଛନ୍ତି, "ବିଜେପି ଗ୍ରାଉଣ୍ଡରେ ଓହ୍ଲାଇ ପ୍ରଚାର କରିବ । ସମସ୍ତେ ଗାଁକୁ ଗାଁ ବୁଲିବେ । ପ୍ରତି ଘରକୁ ଯିବେ । କେନ୍ଦ୍ରରେ ଥିବା ମୋଦି ସରକାରଙ୍କ ସଫଳତାକୁ ଲୋକଙ୍କ ଆଗରେ ବଖାଣି ଭୋଟ ମାଗିବେ। ଯେଉଁ ରାଜ୍ୟ ଗୁଡିକରେ ଡବଲ ଇଞ୍ଜିନ ସରକାର ରହିଛି, ସେଠାରେ କିଭଳି ଭାବରେ ବିକାଶ ହୋଇଛି। ତାହା ଲୋକଙ୍କୁ ବୁଝାଇବେ । ଅଥଚ ସେଇ ରାଜ୍ୟ ଗୁଡିକ ତୁଳନାରେ ଓଡ଼ିଶା ବିକାଶରେ କେତେ ପଛୁଆ । ସେ କଥା କହିବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.