ETV Bharat / city

ଓବିସି ସଂରକ୍ଷଣ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ନେତା - ପଞ୍ଚାୟତ ନିର୍ବାଚନ 2022

ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କୁ ସଂରକ୍ଷଣ ନେଇ ଅଭିଯୋଗ ଆଣିଛି ବିଜେପି । ଏ ପ୍ରସଙ୍ଗରେ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ କୋର୍ଟର ଦ୍ବାରସ୍ଥ ହେବାକୁ ବିଜେପି ନେତାଙ୍କ ଚେତାବନୀ । ଅଧିକ ପଢନ୍ତୁ...

ଓବିସି ସଂରକ୍ଷଣ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ନେତା

author img

By

Published : Oct 10, 2021, 9:28 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣ କ୍ଷେତ୍ରରେ ଓବିସି ବର୍ଗକୁ ଅବହେଳା କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ବିଜେପି ନେତା । ତେବେ ଓବିସି ସଂରକ୍ଷଣ ସମ୍ପର୍କରେ ରାଜ୍ୟ ସରକାରଙ୍କ ନୀତି ଅସ୍ପଷ୍ଟତା ନେଇ କୋର୍ଟଙ୍କ ଦ୍ବାରସ୍ଥ ହେବାକୁ ଚେତାବନୀ ଦେଇଛି ବିଜେପି । ରାଜ୍ୟରେ ସଂରକ୍ଷଣକୁ ନେଇ ସରକାର ବିଭିନ୍ନ ସମୟରେ ଭ୍ରମାତ୍ମକ ବାର୍ତ୍ତା ଦେଉଛନ୍ତି । ଆଉ ଏହି ସଂରକ୍ଷଣ ପ୍ରସଙ୍ଗରେ କେବେ ମନ୍ତ୍ରୀ ଗୋଟିଏ କଥା କହୁଛନ୍ତି ତ ଆଉ କେତେବେଳେ ସଚିବ ଗୋଟିଏ କଥା କହୁଛନ୍ତି । ତେବେ ମହିଳାଙ୍କୁ 27 ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଦିଆଯିବ ଓ ଏହା ତଳ ସ୍ତରରେ ବିଚାର କରାଯିବ ବୋଲି ସରକାର ସୂଚନା ଦେଇଛନ୍ତି ।

ଓବିସି ସଂରକ୍ଷଣ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ନେତା

ତେବେ ସ୍ଥାନକୁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଭିନ୍ନ ରହିବା ସହ ସରକାରଙ୍କ ତରଫରୁ ମିଳିଥିବା ତଥ୍ୟକୁ ସଂଶୋଧନ ପରେ ମଧ୍ୟ ୪ଟି ଜିଲ୍ଲାରେ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ଓବିସି ସଂରକ୍ଷଣ ସଂଖ୍ୟା ଶୂନ ରହିଛି । ସେପଟେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ବାଳ କହିଛନ୍ତି କି ଦୁଇ ଦୁଇଟି ବ୍ଲକର ପଞ୍ଚାୟତ ସମିତିରେ ଓବିସିଙ୍କ ସ୍ଥାନ ନାହିଁ । କେଉଁ ନିୟମ ବଳରେ ସରକାର ଏପରି କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ତେବେ ଓବିସି ବର୍ଗଙ୍କୁ ତାଙ୍କ ସମ୍ବିଧାନିକ ଅଧିକାରରୁ କ୍ଷୁର୍ଣ୍ଣ କରାଯିବା ସହ ରାଜ୍ୟ ସରକାର ଓବିସି ବର୍ଗଙ୍କ ସ୍ବାର୍ଥ ଓ ଅଧିକାର ପ୍ରତି ରାଜ୍ୟ ସରକାର ଉଦାସୀନ ଏବଂ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ବୋଲି କହିଛନ୍ତି ବିଜେପି ନେତା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.