ETV Bharat / city

ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ: ପ୍ରତିକ୍ରିୟା ରଖିଲେ ବିଷ୍ଣୁ ସେଠୀ - ବିଧାନସଭା ଅଧିବେଶନ

ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ । ଏନେଇ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ

କାଲିଠୁ ବିଧାନସଭା ଅଧିବେଶନ: ପ୍ରତିକ୍ରିୟା ରଖିଲେ ବିଷ୍ଣୁ ସେଠୀ

author img

By

Published : Mar 24, 2022, 7:19 PM IST

ଭୁବନେଶ୍ବର : ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ । ଏନେଇ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ପ୍ରତିକ୍ରିୟା ରଖିଛନ୍ତି । କୃଷକଙ୍କ ପ୍ରସଙ୍ଗ, ବେକାରୀ ସମସ୍ୟା ଏବଂ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ ।

କାଲିଠୁ ବିଧାନସଭା ଅଧିବେଶନ: ପ୍ରତିକ୍ରିୟା ରଖିଲେ ବିଷ୍ଣୁ ସେଠୀ

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅବନତି ହୋଇଛି । ଓଡିଶାରେ ପଶ୍ଚିମବଙ୍ଗ ମଡେଲ ଦେଖିବାକୁ ମିଳୁଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । କ୍ୟାମେରା ମ୍ୟାନ ହତ୍ୟାକାଣ୍ଡ ଘଟଣାରେ ଜଣେ ମହିଳା ଫେରାର ଅଛନ୍ତି କିନ୍ତୁ ପୋଲିସ ଧରି ପାରୁନାହିଁ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ସେରଗଡ଼ରେ ବୀଭତ୍ସ ହତ୍ୟାକାଣ୍ଡ ହେଲା ।

ସେହିପରି ବେକାରୀ ସମସ୍ୟାକୁ ନେଇ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି । ଆମେ ଦାଦନ ଖଟିବାରେ ଏକ ନମ୍ବର । ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଭାରତରେ ଚାଲିଥିବା ଶିଳ୍ପ ଗୁଡ଼ିକରେ ଓଡ଼ିଆ ଶ୍ରମିକମାନେ କାମ କରୁଛନ୍ତି ।

ଓଡିଶା ସରକାର ଖୁସି ହେଉଛନ୍ତି ଆମର ବେକାରୀ ପ୍ରତିଶତ ମାତ୍ର 1 ପ୍ରତିଶତ ରହିଛି । କିନ୍ତୁ ଦୁଃଖ ଲାଗିବା କଥା ଯେ ଆମ ଓଡ଼ିଆ ପିଲା ଦାଦନ ଶ୍ରମିକ ଭାବେ କାମ କରୁଛନ୍ତି । ଇଟା ଭାଟିରେ କାମ କରୁଥିବା ଲୋକଙ୍କ ଦୁର୍ଦ୍ଦଶା ଦେଖିଲେ ସେମାନଙ୍କ ଅବସ୍ଥା କଥା ବୁଝିହେବ । ବେକାରୀ ହାର ଓଡିଶାରେ ସନ୍ତୋଷ ଜନକ ବୋଲି କହିବା ଉଚିତ ହେବ ନାହିଁ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.