ଭୁବନେଶ୍ବର : ଜାତୀୟ ଗଣମାଧ୍ୟମ ସର୍ଭେ ରିପୋର୍ଟରୁ ଦେଶରେ ନମ୍ବର ୱାନ ମୁଖ୍ୟମନ୍ତ୍ରୀର ମୁକୁଟ ହାସଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବିପି ସି ଭୋଟରରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ । ଏ ନେଇ ବିଜେଡି ନେତାମାନେ ଶୁଭେଚ୍ଛା ଜଣାଇଥିବାବେଳେ ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡିର ଯୁବ ଓ ଛାତ୍ର ଓ୍ବିଙ୍ଗ । ବିଜେଡି ରାଜ୍ୟ କାର୍ଯ୍ୟାଳୟରୁ ଏକ ବିରାଟ ପଟୁଆରରେ ନବୀନ ନିବାସ ପହଞ୍ଚି ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଯୁବ ଓ ଛାତ୍ର ବିଜେଡି ନେତା ଓ କର୍ମୀ ।
ଯୁବ ସଭାପତି ବ୍ୟୋମକେଶ ରାୟ ଓ ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ବରେ ଶୋଭାଯାତ୍ରାରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କ୍ରମାଗତ 21 ବର୍ଷ ହେଲା ରାଜ୍ୟର ବିକାଶ ଦିଗରେ କାର୍ଯ୍ୟ ଜାରି ରଖିଛନ୍ତି । ତେଣୁ ବିଭିନ୍ନ ସଂସ୍ଥା ଓ ସଂଗଠନ ପକ୍ଷରୁ ବିଗତ ଦିନରେ କରାଯାଇଥିବା ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନମ୍ବର 1 ଦର୍ଶାଯାଇଛି । ମୁଖ୍ୟମନ୍ତ୍ରୀ ସୁସ୍ଥ ରହିବା ସହ ଦୀର୍ଘାୟୁ କାମନା କରିଛନ୍ତି ବିଜୁ ଯୁବ ଓ ଛାତ୍ର ଜନତା ଦଳର ନେତା ଓ କର୍ମୀ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ