ଭୁବନେଶ୍ବର: ବିଜେପିର ମିଶ୍ରଣ ପର୍ବ। ବିଜେପିରେ ମିଶିଲେ ପିପିଲି ଅଞ୍ଚଳର ଶତାଧିକ କର୍ମୀ। ପିପିଲି ନିର୍ବାଚନମଣ୍ଡଳୀର ବିଜେପି ନେତା ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ବ୍ଲକର ପମସରା ପଞ୍ଚାୟତର ସମିତି ସଭ୍ୟ ସରୋଜ ପ୍ରଧାନ ଓ ଦାଣ୍ଡମକୁନ୍ଦପୁରର ପୂର୍ଵତନ ସରପଞ୍ଚ ସତ୍ୟବାଦୀ ମିଶ୍ର ସମେତ ଶତାଧିକ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି ।
ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ରାଜ୍ୟ କାର୍ଯ୍ୟାଳୟରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଦଳ ସାମିଲ ହୋଇଥିବା ସମସ୍ତ କର୍ମୀଙ୍କୁ ସ୍ବାଗତ କରିଛନ୍ତି ରାଜ୍ୟ ବିଜେପି ସଭାପତି । ଏହି ମିଶ୍ରଣ ଦ୍ବାରା ଭବିଷ୍ୟତରେ ପିପିଲି ନିର୍ବାଚନ ମଣ୍ଡଳୀ ଏବଂ ବିଜେପିର ସଙ୍ଗଠନ ମଜବୁତ ହେବ ବୋଲି ସମୀର କହିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ