ଭୁବନେଶ୍ବର: ଦରଦାମ ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ବିଜେପି ଗର୍ବ କରୁଛି ରାଜ୍ୟ ଯୋଗାଣ ମନ୍ତ୍ରୀ ଅଭିଯୋଗ କରିଛନ୍ତି । ବିଜେପି ରାଜନୈତିକ ଉଦ୍ୟେଶ ରଖି ରାଜ୍ୟ ସରକାରଙ୍କ ସହିତ କଳୁଛି । ଦେଶର ଅବସ୍ଥା କଣ ବୋଲି ରାଣେନ୍ଦ୍ର ପ୍ରଶ୍ନ କରିଛନ୍ତି ? ପେଟ୍ରୋଲ ଡିଜେଲ ଦର କେଉଁ ଆଡକୁ ଯାଉଛି । ବିଜେପି ଯଦି ୧୦୦ରୁ ଅଧିକ ପେଟ୍ରୋଲ ଡିଜେଲ ଦରକୁ ନେଇ ଗର୍ବ ଅନୁଭବ କରୁଥିବେ ମୋର କହିବାର ନାହିଁ ।
ପେଟ୍ରୋଲ ଡିଜେଲ ଦର ବଢୁଛି ତାକୁ ନଜର ହଟାଇବା ପାଇଁ ବିଜେପି ଆନ୍ଦୋଳନ କରୁଛି । ତା ସହ ଯେଉଁ ଚାଷୀ କିମ୍ବା ବିରୋଧି ଦଳ ଧାନ କିଣାରେ ସମସ୍ୟା ନେଇ ଅଭିଯୋଗ କରୁଛନ୍ତି ତାଙ୍କୁ ସେ କହିଛନ୍ତି କି ଲିଖିତ ଆକାରରେ ଜଣାନ୍ତୁ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ