ETV Bharat / city

ଗରିବ ଲୋକଙ୍କୁ ଘର ପାଇବାରୁ ବଞ୍ଚିତ କରିବାକୁ ଷଡଯନ୍ତ୍ର ଚଳାଇଛି ବିଜେପି: ବିଜେଡି - ଲେନିନ୍ ମହାନ୍ତି ପ୍ରତିକ୍ରିୟା

ଓଡ଼ିଶାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଜନାରେ ଘର ପାଇବାରୁ ବଞ୍ଚିତ କରିବାପାଇଁ ଷଡଯନ୍ତ୍ର କରୁଛି ବିଜେପି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଅଧିକ ପଢ଼ନ୍ତୁ...

BJP is conspiring to deprive the poor people to include in pm abash scheme
ଗରିବ ଲୋକଙ୍କୁ ଘର ପାଇବାରୁ ବଞ୍ଚିତ କରିବାକୁ ଷଡଯନ୍ତ୍ର ଚଳାଇଛି ବିଜେପି : ବିଜେଡି
author img

By

Published : Aug 5, 2021, 10:33 PM IST

ଭୁବନେଶ୍ବର: ଓଡ଼ିଶାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଜନାରେ ଘର ପାଇବାରୁ ବଞ୍ଚିତ କରିବାପାଇଁ ଷଡଯନ୍ତ୍ର କରୁଛି ବିଜେପି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା କରି ପ୍ରକୃତ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରୁନଥିବା ଅଭିଯୋଗ କରିଥିଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଏହାକୁ ନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା ।

ଗରିବ ଲୋକଙ୍କୁ ଘର ପାଇବାରୁ ବଞ୍ଚିତ କରିବାକୁ ଷଡଯନ୍ତ୍ର ଚଳାଇଛି ବିଜେପି : ବିଜେଡି

ରାଜ୍ୟ ବିଜେପି ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର କହିଛନ୍ତି ଯେ, "ଇଏ ହେଉଛି ସେହି ସମାନ କେନ୍ଦ୍ର ସରକାର ଯିଏ ଗ୍ରାମାଞ୍ଚଳ ଗୃହ ନିର୍ମାଣ କ୍ଷେତ୍ରରେ ସର୍ବାଗ୍ରେ ପ୍ରଦର୍ଶନ ପାଇଁ ଓଡ଼ିଶାକୁ ପୁରସ୍କୃତ କରିଛି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଗରିବ ଲୋକଙ୍କ ଅଧିକାରକୁ ନେଇ ବିଜେପି ରାଜନୀତି କରିବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନଙ୍କୁ ଘର ପାଇବାରୁ ବଞ୍ଚିତ ଲାଗି ଷଡଯନ୍ତ୍ର କରୁଛି । ଯାହା କି ସେମାନଙ୍କର ଅଧିକାର ।"

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକଙ୍କୁ ସାମିଲ କରାଯାଉନଥିବା ବା ବିଜୁ ପକ୍କା ଘର ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ସାମିଲ କରଯାଉନଥିବା ନେଇ ଅନେକ ଦିନରୁ ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଆସିଛନ୍ତି । ତେବେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ବିରୋଧି ପାଖରେ ପ୍ରସଙ୍ଗ ନଥିବାରୁ ରାଜ୍ୟ ସରକାରଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରୁଛି ବୋଲି ବିଜେଡି କହିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.