ETV Bharat / city

ସିଇଓଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେପି

ପିପିଲି ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ନିର୍ବାଚନ କମିଶନ ଅଫ ଇଣ୍ଡିଆଙ୍କ ଦ୍ବାରସ୍ଥ ହେଲା ବିଜେପି । ଅଧିକ ପଢନ୍ତୁ...

BJP in Election Commission against the CEO over pipili byelection
ସିଇଓଙ୍କ ବରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେପି
author img

By

Published : Apr 1, 2021, 1:51 PM IST

Updated : Apr 1, 2021, 1:56 PM IST

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ନିର୍ବାଚନ କମିଶନ ଦ୍ବାରସ୍ଥ ହେଲା ବିଜେପି । ଯିଏ ନିର୍ବାଚନ ଅଧିକାରୀ ଅଛନ୍ତି ସେ ବି ରାଜ୍ୟ ସରକାରଙ୍କ ଅଧୀନରେ ଅବକାରୀ ସଚିବ ଅଛନ୍ତି । ତେଣୁ ସୁଶୀଲ କୁମାର ଲୋହାନୀଙ୍କୁ ଯେକୌଣସି ଗୋଟିଏ ଦାୟିତ୍ବରେ ରଖାଯାଉ । ଏନେଇ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଅପିଲ କରିଛନ୍ତି ।

ସିଇଓଙ୍କ ବରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେପି

ରାଜ୍ୟର ନିର୍ବାଚନ ଅଧିକାରୀ ହେଉଛନ୍ତି ସୁଶୀଲ କୁମାର ଲୋହାନୀ । ଏଥିସହ ସେ ରାଜ୍ୟ ସରକାରଙ୍କର ଅବକାରୀ ସଚିବ ରହିଛନ୍ତି । ନିର୍ବାଚନ ଅଧିକାରୀ ପରି ସାମ୍ବିଧାନିକ ପଦବୀ ସହ ଯେଉଁ ରାଜ୍ୟରେ ନିର୍ବାଚନ ହେଉଛି ସେହି ସରକାରଙ୍କ ଅଧୀନରେ ସଚିବ ରହିଲେ ନିର୍ବାଚନ ପରିଚାଳନାରେ ନିରପେକ୍ଷତା ରହିବ ନାହିଁ ବୋଲି ବିଜେପି ଅଭିଯୋଗ କରିଛି । ତେଣୁ ସୁଶୀଲଙ୍କ ଠାରୁ କୌଣସି ଏକ ପଦବୀ ହଟାଇ ନିଆଯାଉ ବୋଲି ବିଜେପି ଦାବି କରିଛି ।

ଉପ ନିର୍ବାଚନ ସମୟରେ ବ୍ୟାପକ ମଦ କାରବାର କରିବା ପାଇଁ ରାଜ୍ୟ ସରକାର ଏ ଭଳି ଅଗଣତନ୍ତ୍ରିକ କାର୍ଯ୍ୟ କରିଛନ୍ତି । ଭୋଟ ବ୍ୟାଙ୍କ ପ୍ରଭାବିତ କରିବା ଲାଗି ରାଜ୍ୟ ସରକାର ଏପରି କରିଥିବା ବିଜେପି ଅଭିଯୋଗ କରିଛି । ସୂଚନାଥାଉକି ଆସନ୍ତା ଅପ୍ରେଲ 17 ତାରଖ ଦିନ ପିିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ । ମେ 2ରେ ଫଳାଫଳ ବାହାରିବ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

Last Updated : Apr 1, 2021, 1:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.