ETV Bharat / city

ପୁରନ୍ଦେଶ୍ଵରୀଙ୍କ ଟାର୍ଗେଟରେ ନବୀନ, କହିଲେ ସୁଶାସନ ନୁହେଁ କୁଶାସନ ଚାଲିଛି - ଡି. ପୁରେନ୍ଦଶ୍ଵରୀଙ୍କ ଟାର୍ଗେଟରେ ନବୀନ

ରାଜ୍ୟରେ ଆଇନଶୃଙ୍ଖଳା ବିଗିଡିଯାଇଛି । ସରକାରୀ ଦଳର ନେତାମାନେ ଦୁର୍ନୀତିରେ ଜଡିତ ଅଛନ୍ତି । ଏହା ଦର୍ଶାଇ ଆଜି ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ଵରୀ ।

ଡି. ପୁରେନ୍ଦଶ୍ଵରୀଙ୍କ ଟାର୍ଗେଟରେ ନବୀନ
ଡି. ପୁରେନ୍ଦଶ୍ଵରୀଙ୍କ ଟାର୍ଗେଟରେ ନବୀନ
author img

By

Published : Dec 12, 2020, 12:44 PM IST

Updated : Dec 12, 2020, 1:45 PM IST

ଭୁବନେଶ୍ବର: ରାଜ୍ୟରେ ସୁଶାସନ ନୁହେଁ କୁଶାସନ ଚାଲିଛି । ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ସରକାରୀ ଦଳର ନେତାମାନେ ଦୁର୍ନୀତିରେ ଜଡିତ ରହୁଛନ୍ତି । ଏପରି ଅନେକ ଅଭିଯୋଗ କରି ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ଵରୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପରୀରୁ ଆରମ୍ଭ କରି ପ୍ରଦୀପ ପାଣିଗ୍ରାହୀ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ସେ ।

ପୁରନ୍ଦେଶ୍ଵରୀଙ୍କ ଟାର୍ଗେଟରେ ନବୀନ

ରାଜ୍ୟ ବିଜେପି ପ୍ରଭାରୀ ଭାବେ ଦାୟିତ୍ବ ନେବା ପରେ ପ୍ରଥମ କରି ଓଡିଶା ଗସ୍ତରେ ଆସିଛନ୍ତି ଡି. ପୁରନ୍ଦେଶ୍ଵରୀ । ଏହି ଗସ୍ତରେ ସେ ପରୀ ପରିବାରକୁ ଭେଟିବା ସହ ଦଳର ପଦାଧିକାରୀ ଓ ନେତାଙ୍କ ସହିତ ବୈଠକ କରିଛନ୍ତି । ଏହାପରେ ଆଜି(ଶନିବାର) ସେ ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏଥିରେ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ଗୁଣଗାନ କରିବା ସହ ରାଜ୍ୟର ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ।

ବିଜେଡି ଯାହା ନିର୍ବାଚନ ସମୟରେ କୁହେ, ତାହା କରେନି । ପକ୍କାଘର ପାଇଁ ପ୍ରତିଶ୍ରୁତି ଦେଇଥିଲେ। 2ଲକ୍ଷ ଘର, ଏଯାଏ ଗାଁରେ ପକ୍କା ଘର ହୋଇପାରିନି ବୋଲି ସେ କହିଛନ୍ତି । ସେହିପରି ଆୟୁଷ୍ମାନ ଯୋଜନାକୁ କାହିଁକି ଲାଗୁ କରୁନାହାଁନ୍ତି। ଆପଣ କଣ ଚାହୁଁନାହାନ୍ତି ଓଡିଶାବାସୀ ଏହା ଦ୍ବାରା ଉପକୃତ ହୁଅନ୍ତୁ ବୋଲି ପୁରେନ୍ଦଶ୍ବରୀ ପ୍ରଶ୍ନ କରିଛନ୍ତି ?

ପାନୀୟ ଜଳ ସବୁ ଲୋକଙ୍କ ପାଖରେ ପହଞ୍ଚିନି। ଚାଷୀଙ୍କ ପାଇଁ କାଳିଆ ଯୋଜନା ଆସିଲା । 6ହଜାର କେନ୍ଦ୍ର ଦେଉଛି 4ହଜାର ରାଜ୍ୟ ଦେବା କଥା କିନ୍ତୁ ମିଳିନି। ବର୍ଷକୁ 10ଲକ୍ଷ ହେକ୍ଟର ଜଳସେଚନ କରିବାକୁ କହିଥିଲେ। କେତେ କରିଛନ୍ତି କୁହନ୍ତୁ ବୋଲି ସିଧାସଳଖ ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସେ ।

ପରୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେଉଛନ୍ତି। ଲୋକେ ନବୀନଙ୍କୁ ଭୋଟ ଦେଇଛନ୍ତି ଅଫିସରଙ୍କୁ ନୁହେଁ। ଶାସନ ନବୀନ କରିବା କଥା କୌଣସି ଅଫିସର ନୁହେଁ। ପ୍ରଦୀପ ପାଣିଗ୍ରାହୀ, ରାମଚନ୍ଦ୍ର ହାଂସଦା, ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଅରୁଣ ସାହୁ ଭଳି ବିଜେଡି ନେତା ଦୁର୍ନୀତିରେ ଜଡିତ ରହିଛନ୍ତି। ଓଡିଶାରେ ସୁଶାସନ ଚାଲିନି ବୋଲି ସେ କହିଛନ୍ତି ।

ସେହିପରି ମହିଳା ଅତ୍ୟାଚାର, ଶିଶୁ ନିଖୋଜ ଘଟଣା ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନାହିଁ ବୋଲି ଦର୍ଶାଉଥିବା ପୁରନ୍ଦେଶ୍ଵରୀ ଉଲ୍ଲେଖ କରିଛନ୍ତି । ସେହିପରି ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବଃ ବୋଲି କଂଗ୍ରେସ ଆଣୁଥିବା ଅଭିଯୋଗ ଉପରେ ପ୍ରଭାରୀ ନିଜ ଉତ୍ତର ରଖିଛନ୍ତି । କଂଗ୍ରେସ ବିଜେଡି ସହ ମିଶିଛି ବିଜେପି ନୁହେଁ। କଂଗ୍ରେସ ବିଧାୟକ ମିଶିଥିବା ତାଙ୍କ ଦଳର ବିଧାୟକ ନିଜେ କହିଥିବା ସେ ଦର୍ଶାଇଛନ୍ତି ।

ନରସିଂହ ମିଶ୍ର ନିଜେ କହିଲେ SIT ରେ ଆମେ ଖୁସି କିନ୍ତୁ ତାପରେ କହୁଛନ୍ତି SIT ମୁଖ୍ୟଙ୍କର ପୋଲିସ ପାୱାର ନାହିଁ । ତେବେ ପରୀ ଘଟଣାରେ CBI ତଦନ୍ତ ଦାବି କରୁଛୁ । SIT ଉପରେ ଆମର ଭରସା ନାହିଁ ବୋଲି ପୁରନ୍ଦେଶ୍ଵରୀ କହିଛନ୍ତି ।

ଏହାସହ ବିଜେପି ସରକାର 2014 ମସିହାରେ କ୍ଷମତାକୁ ଆସିଛି । ହେଲେ କୌଣସି ଦୁର୍ନୀତି ଆସିନାହିଁ । ଆମେ ସେବା କରିବାକୁ ଆସିଛୁ । ତେଣୁ ଆମକୁ ରାଜ୍ୟବାସୀ ଥରେ ସୁଯୋଗ ଦିଅନ୍ତୁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Dec 12, 2020, 1:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.