ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ, ପ୍ରଶ୍ନ ଉଠାଇଲା ବିଜେପି

author img

By

Published : Mar 10, 2021, 1:09 PM IST

ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା ପ୍ରଦୀପ ପୁରୋହିତ । ଅଧିକ ପଢନ୍ତୁ...

ବିଜେପି
ବିଜେପି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆପଡା ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ବିଜେପି ନେତା ତଥା ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ପ୍ରଦୀପ ପୁରୋହିତ ଏନେଇ ଟାର୍ଗେଟ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀ କରି ଅତୀତରେ କୌଣସି ମୁଖ୍ୟମନ୍ତ୍ରୀ ବରଯାତ୍ରୀ ଭଳି ଯାଉନଥିଲେ । ମୁଖ୍ୟମନ୍ତ୍ରୀ ଯିବା ପୂର୍ବରୁ ସରକାର କଳ ନୂଆପଡାକୁ ସ୍ଥାନାନ୍ତର ହୋଇଛି । 50ରୁ ଅଧିକ ମନ୍ତ୍ରୀ, ସାଂସଦ, ବିଧାୟକ ଓ ନେତା ନୂଆପଡାରେ ଡେରା ପକେଇଥିଲେ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଗସ୍ତ କରନ୍ତୁ କିନ୍ତୁ ତା ପୂର୍ବରୁ ଜିଲ୍ଲାରେ ଥିବା ସାଧାରଣ ଲୋକଙ୍କ ସମସ୍ୟା ପ୍ରଥମେ ଦୂର କରନ୍ତୁ । ଜିଲ୍ଲାର ସମସ୍ତ ମଣ୍ଡିରୁ ଧାନ ଉଠାନ୍ତୁ । ନୂଆପଡା ଜିଲ୍ଲାର ଅନେକ ମଣ୍ଡିରେ ଧାନ ପଡିଛି । ଆଜି ସେ ଧାନ ଉଠାଇବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ । ମୁଖ୍ୟମନ୍ତ୍ରୀଙ୍କୁ ଧାନର ଅଭାବୀ ବିକ୍ରି କଥା ଦେଖାଯାଉନି କି ବୋଲି ମଧ୍ୟ ପ୍ରଦୀପ ପ୍ରଶ୍ନ କରିଛନ୍ତି ।

କେନାଲ ମରାମତି କାମ ସରିନି ମୁଖ୍ୟମନ୍ତ୍ରୀ କେମିତି ଏହାକୁ ଉଦଘାଟନ କରୁଛନ୍ତି ? ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ବି ଜମିକୁ ପାଣି ଯିବନି । ଲୋକଙ୍କୁ ଭକୁଆ ବନାଉଛନ୍ତି ସରକାର । କେନ୍ଦ୍ର ଟଙ୍କାରେ ନବୀନ ବାବୁ ଫିତା କାଟୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ବୋଲି ପ୍ରଦୀପ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.