ETV Bharat / city

ପଞ୍ଚାୟତ ନିର୍ବାଚନରେ OBC ପାଇଁ ୨୭% ସଂରକ୍ଷଣ ଘୋଷଣାରେ BJP ଭୟଭୀତ: ବିଜେଡି - Panchayat Election

ରାଜ୍ୟରେ OBC ସଂରକ୍ଷଣ ପ୍ରସଙ୍ଗରେ ବିଜେପିକୁ ଘେରିଲେ ଶାସକ ଦଳର ପ୍ରବକ୍ତା । କହିଲେ ବିଜେପି ପଞ୍ଚାୟତ ନିର୍ବାଚନରେ ହାରିବାର ଭୟ ଥିବାରୁ ଶାସକ ଦଳ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରି ଦେଉଛି ବିଭ୍ରାନ୍ତିକର ମନ୍ତବ୍ୟ । ଅଧିକ ପଢନ୍ତୁ...

ପଞ୍ଚାୟତ ନିର୍ବାଚନ ପାଇଁ ୨୭% ସଂରକ୍ଷଣ ଘୋଷଣାରେ ବିଜେପି ଭୟଭୀତ: ବିଜେଡି

author img

By

Published : Sep 3, 2021, 10:45 PM IST

Updated : Sep 4, 2021, 4:26 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ଲାଗି ୨୭ ପ୍ରତିଶତ ସଂରକ୍ଷଣ ଘୋଷଣା କରିଛନ୍ତି । ଏହା ପରେ ଓଡିଶା ବିଜେପି ଭୟଭୀତ ଓ ଚିନ୍ତିତ ହୋଇ ପଡ଼ିଥିବା ଜଣାପଡୁଛି । ଏହା କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଇପ୍ସିତା କହିଛନ୍ତି ଯେ, ଲୋକଙ୍କୁ ମିଛ କହୁଛି ବିଜେପି । ଏହା ବଦଳରେ ଓଡିଶା ବିଜେପି ନିଜ ଦଳକୁ ୫୦% ସଂରକ୍ଷଣର ସୀମା ହଟାଇବା ପାଇଁ ଦାବି କରିବା ଉଚିତ । ଏନେଇ ଏକ କେନ୍ଦ୍ରୀୟ ଆଇନ ଅଣାଯିବା ଉଚିତ୍ ବୋଲି ସେ କହିଛନ୍ତି । ଯାହାଦ୍ୱାରା କି ଓଡିଶା ଓବିସିଙ୍କୁ ୨୭% ସଂରକ୍ଷଣ ପ୍ରଦାନ କରିପାରିବ ଯାହା କି ଶାସକ ଦଳ ଦୀର୍ଘ ଦିନ ଧରି ଦାବି କରିଆସୁଛି ।

ପଞ୍ଚାୟତ ନିର୍ବାଚନ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଘୋଷଣାରେ ବିଜେପି ଭୟଭୀତ: ବିଜେଡି
ସେ କହିଛନ୍ତି କି ବିଜେପି ଦଳ କୁମ୍ଭୀର କାନ୍ଦଣା କାନ୍ଦିବା ପରିବର୍ତ୍ତେ ରାଜ୍ୟରେ ତାଙ୍କ ଦଳ ନେତୃତ୍ୱରେ ଚାଲୁଥିବା କେନ୍ଦ୍ର ସରକାରଙ୍କୁ ଜାତି ଭିତ୍ତିକ ଜନଗଣନା କଥା ପଚାରିବା ଉଚିତ । ଯାହାକୁ ନେଇ ବିଜେଡି ଦଳ ଜୋରଦାର ଦାବି କରିଆସୁଛି । ଆଉ ବିହାର ରାଜ୍ୟର ବିଜେପି ନେତାମାନେ ମୂର୍ଖ ନୁହଁନ୍ତି । ସେମାନେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ପ୍ରତିନିଧୀ ଦଳ ସହିତ ଯାଇ ଜାତି ଭିତ୍ତିକ ଜନଗଣନା ସହିତ ସଂରକ୍ଷଣ ସୀମା ହଟାଇବାକୁ ଦାବି କରିଥିଲେ ।ତେବେ ଓଡିଶାର ଲୋକମାନେ ବିଶେଷ କରି ଓବିସି ସମ୍ପ୍ରଦାୟ ଓଡିଶା ବିଜେପିର ଏପରି ମିଥ୍ୟା, ଭିତ୍ତିହୀନ ତଥା ଭ୍ରମିତ କରିବା ଭଳି ବିବୃତ୍ତି ବିଷୟରେ ଭଲ ଭାବରେ ଅବଗତ ଅଛନ୍ତି । ଆଗାମୀ ଦିନରେ ଏହାର କଡା ଜବାବ ଦେବେ ବୋଲି ଇପ୍ସିତା କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Sep 4, 2021, 4:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.