ETV Bharat / city

Sanjay Das Burma PA death case: ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀରୁ ସଞ୍ଜୟଙ୍କ ଇସ୍ତଫା ଦାବି

author img

By

Published : Dec 14, 2021, 2:58 PM IST

Updated : Dec 14, 2021, 5:21 PM IST

ପୁରୀ ବ୍ରହ୍ମଗିରିରେ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ବିଜେପିର ପ୍ରେସମିଟ । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀରୁ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବି କଲା ଦଳ । ଅଧିକ ପଢନ୍ତୁ

ବିଜେପି ପ୍ରେସମିଟ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀରୁ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବି
ବିଜେପି ପ୍ରେସମିଟ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀରୁ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବିବିଜେପି ପ୍ରେସମିଟ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀରୁ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବି

ଭୁବନେଶ୍ବର: ପୁରୀ ଜିଲ୍ଲା ବ୍ରହ୍ମଗିରି ବିଧାନସଭା ମଣ୍ଡଳୀର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ PA ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ପ୍ରସଙ୍ଗ । ନୈତିକତା ଦୃଷ୍ଟିରୁ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ପଦବୀରୁ ସଞ୍ଜୟଙ୍କ ଇସ୍ତଫା ଦାବି କଲା ବିଜେପି । ମଙ୍ଗଳବାର ପ୍ରେସମିଟ କରି ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ମଧ୍ୟ ବିଜେପି ଦାବି କରିଛି ।

Sanjay Das Burma PA death case: ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀରୁ ସଞ୍ଜୟଙ୍କ ଇସ୍ତଫା ଦାବି

ମୃତ୍ୟୁକୁ ନେଇ ରାଜନୀତି କରିବାର ଉଦ୍ଦେଶ୍ୟ ନାହିଁ । କିନ୍ତୁ ଯେତେବେଳେ ହତ୍ୟା ହେଉଛି ଏବଂ ରହସ୍ୟମୟ ହେଉଛି, ପରିବାର ଲୋକେ ରାଜନୈତିକ ଵ୍ୟକ୍ତିଙ୍କର ସମ୍ପୃକ୍ତି ଅଭିଯୋଗ ଆଣୁଛନ୍ତି । ଗତକାଲି (ସୋମବାର) ଚିତ୍ତରଞ୍ଜନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ହତ୍ୟାରେ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କର ହାତ ରହିଛି । ତେବେ କେବଳ ବ୍ରହ୍ମଗିରି ନୁହେଁ, ସାରା ଓଡି଼ଶାରେ ଶାସକ ଦଳ ନେତାଙ୍କ ସମ୍ପୃକ୍ତି ଅନେକ ହତ୍ୟାକାଣ୍ଡ ଓ ଅପରାଧରେ ଅଭିଯୋଗ ହେଉଛି । ପୋଲିସ ମଧ୍ୟ ଚିତ୍ତରଞ୍ଜନଙ୍କର ହତ୍ୟା ହୋଇଛି ବୋଲି ସ୍ପଷ୍ଟ କରିଛି ।

ଏହା ବି ପଢନ୍ତୁ: ନଈ ପଠାରୁ ମିଳିଲା ସଞ୍ଜୟ ଦାସବର୍ମାଙ୍କ PSOଙ୍କ ମୃତଦେହ, ହତ୍ୟା ସନ୍ଦେହ

ଯେହେତୁ ସଞ୍ଜୟ ଦାସ ବର୍ମା ଗୋଟିଏ ସାମ୍ବିଧାନିକ ପଦବୀରେ ଅଛନ୍ତି, ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ । ପୋଲିସ ତଦନ୍ତକୁ ଦିଗହରା କରନ୍ତୁ ନାହିଁ । 2012ରେ ଡାକ୍ତରାଣୀ ମାଧବୀଲତାଙ୍କର ହତ୍ୟା ହୋଇଥିଲା । ପୀଡ଼ିତାଙ୍କ ବାପା ସଞ୍ଜୟଙ୍କ ନାଁରେ ଅଭିଯୋଗ ଆଣିଥିଲେ । ହେଲେ ତାଙ୍କୁ ନ୍ୟାୟ ମିଳିଲା ନାହିଁ ବୋଲି ମାଧବୀଲତାଙ୍କ ବାପା କହିଥିଲେ ବୋଲି ବିଜେପି କହିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Dec 14, 2021, 5:21 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.