ETV Bharat / city

ଇସ୍ତଫା ଦିଅନ୍ତୁ ଶକ୍ତି ମନ୍ତ୍ରୀ: ବିଜେପି

ବସରେ ବିଦ୍ୟୁତ ତାର ଲାଗିବା ଘଟଣାକୁ ନେଇ ଜୋର ଧରିଛି ରାଜନୀତି। ବିରୋଧୀଙ୍କ ନିଶାନାରେ ଶକ୍ତି ମନ୍ତ୍ରୀ। ତୁରନ୍ତ ନୈତିକ ଦାୟିତ୍ବ କାନ୍ଧକୁ ନେବା ସହ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ବିଜେପି। ଅଧିକ ଖବର ପଢନ୍ତୁ...

author img

By

Published : Feb 10, 2020, 2:21 PM IST

ଶକ୍ତିମନ୍ତ୍ରୀ ଇସ୍ତଫା ଦେବା ଦରକାର: ବିଜେପି
ଶକ୍ତିମନ୍ତ୍ରୀ ଇସ୍ତଫା ଦେବା ଦରକାର: ବିଜେପି

ଭୁବନେଶ୍ବର: ବସରେ ବିଦ୍ୟୁତ ତାର ଲାଗିବା ଘଟଣାକୁ ନେଇ ଜୋର ଧରିଛି ରାଜନୀତି। ବିରୋଧୀଙ୍କ ନିଶାନାରେ ଶକ୍ତି ମନ୍ତ୍ରୀ। ତୁରନ୍ତ ନୈତିକ ଦାୟିତ୍ବ କାନ୍ଧକୁ ନେବା ସହ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ବିଜେପି। ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର।

ଶକ୍ତିମନ୍ତ୍ରୀ ଇସ୍ତଫା ଦେବା ଦରକାର: ବିଜେପି

ବିଜେପିର ଅଭିଯୋଗ, 'ବିଦ୍ୟୁତ ତାର ଲାଗି ଦୁର୍ଘଟଣା ନୂଆ ଘଟଣା ନୁହେଁ । ଘଟଣାକୁ ୨୪ ଘଣ୍ଟା ବିତିଗଲାଣି । ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି ।ଏପର୍ଯ୍ୟନ୍ତ ନୈତିକତା ଦୃଷ୍ଟିରୁ ଶକ୍ତିମନ୍ତ୍ରୀ ଇସ୍ତଫା ଦେଇନାହାଁନ୍ତି । ସାଉଥକୋ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ଦାୟର କରିବା କଥା କିନ୍ତୁ ତାହା ହୋଇନାହିଁ '।

'10 ଜଣଙ୍କ ହତ୍ୟା ଅଭିଯୋଗରେ ସେମାନଙ୍କୁ ତୁରନ୍ତ ଗିରଫ କରିବା ଦରକାର । ମୃତ ପରିବାରକୁ ସର୍ବନିମ୍ନ 10 ଲକ୍ଷ ଦେବାକୁ ଦାବି କରିଛି ବିଜେପି '।

କେବଳ ଏତିକି ନୁହେଁ ହସ୍ପିଟାଲରେ ବର୍ଣ୍ଣ ୟୁନିଟ ନାହିଁ । ଏଥିପାଇଁ ୨୦୧୬ ରେ ଦେଢଶହ କୋଟି ଟଙ୍କା ଆସିଥିଲା । ବର୍ଣ୍ଣ ୟୁନିଟ, ଟ୍ରମା କେୟାର ଆଦି କାହିଁକି ହୋଇନି ସ୍ବାସ୍ଥ୍ୟ ବିଭାଗ ଉତ୍ତର ଦେବା ଦରକାର ବୋଲି ବିଜେପି ପ୍ରେସମିଟ କରି ଦାବି କରିଛି। ବିଜୁଳି ବିଭାଗ ଏହି ଘଟଣା ପାଇଁ ସମ୍ପୂର୍ଣ୍ଣ ଦାୟୀ ହେବା ସହ ଯିଏ ବିଜୁଳି ବିଭାଗର ମୁଖ୍ୟ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ଏବଂ ତାଙ୍କୁ ଗିରଫ କରାଯାଉ ବୋଲି ବିଜେପି କହିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବସରେ ବିଦ୍ୟୁତ ତାର ଲାଗିବା ଘଟଣାକୁ ନେଇ ଜୋର ଧରିଛି ରାଜନୀତି। ବିରୋଧୀଙ୍କ ନିଶାନରେ ଶକ୍ତି ମନ୍ତ୍ରୀ। ତୁରନ୍ତ ନୈତିକ ଦାୟିତ୍ୱ କାନ୍ଧକୁ ନିଅନ୍ତଉ ଆଉ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ବିଜେପି। ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର।
ବିଦ୍ୟୁତ ତାର ଲାଗି ଦୁର୍ଘଟଣା ନୂଆ ଘଟଣା ନୁହେଁ।ଘଟଣା କୁ ୨୪ ଘଣ୍ଟା ବିତିଗଲାଣି। ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି।ଏପର୍ଯ୍ୟନ୍ତ ନୈତିକତା ଦୃଷ୍ଟିରୁ ଶକ୍ତି ମନ୍ତ୍ରୀ ଇସ୍ତଫା ଦେଇନାହାନ୍ତି। ସାଉଥକୋ ଅଧିକାରୀ ଙ୍କ ବିରୋଧରେ ହତ୍ଯା ମାମଲା ଦାଏର କରିବା କଥା. ୧୦ ଜଣଙ୍କ ହତ୍ୟା ଅଭିଯୋଗରେ ତୁରନ୍ତ ଗିରଫ ହେବା ଦରକାର. ମୃତ ପରିବାର କୁ ସର୍ବନିମ୍ନ ୧୦ ଲକ୍ଷ ଦେବାକୁ ଦାବି କଲା ବିଜେପି। MKCG ହସ୍ପିଟାଲରେ ବର୍ଣ୍ଣ ୟୁନିଟ ନାହିଁ। ଏଥିପାଇଁ ୨୦୧୬ ରେ ଦେଢଶହ କୋଟି ଟଙ୍କା ଆସିଥିଲା । ବର୍ଣ୍ଣ ୟୁନିଟ, ଟ୍ରମା କେୟାର ଆଦି କାହିଁକି ହୋଇନି ସ୍ବାସ୍ଥ୍ୟ ବିଭାଗ ଉତ୍ତର ଦେବା ଦରକାର. ବିଜୁଳି ବିଭାଗ ଏହି ଘଟଣା ପାଇଁ ସଂପୂର୍ଣ୍ଣ ଦାୟି।. ଯିଏ ବିଜୁଳି ବିଭାଗ ର ମୁଖ୍ୟ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ଏବଂ ତାଙ୍କୁ ଗିରଫ କରାଯାଉ।
Body: ଗୋଲକ ମହାପାତ୍ର ବିଜେପି ମୁଖପାତ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.