ETV Bharat / city

ରାଜ୍ୟରେ ବଢୁଛି ବାଲି ମାଫିଆଙ୍କ ରାଜ, ରାଜ୍ୟପାଳଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

author img

By

Published : Jan 17, 2022, 4:12 PM IST

ରାଜ୍ୟରେ ବାଲି ମାଫିଆଙ୍କ ରାଜ୍‌ ବଢ଼ିବାରେ ଲାଗିଥିବା ନେଇ ଅଭିଯୋଗ କରିଛି ବିଜେପି । ଏହାକୁ ନେଇ ରାଜ୍ୟପାଳଙ୍କୁ ଭେଟିଛି ବିଜେପିର ଏକ ପ୍ରତିନିଧି ଦଳ । ଅଧିକ ପଢ଼ନ୍ତୁ

bjp delegation met governor over sand smuggling issue in the state
ରାଜ୍ୟରେ ବଢୁଛି ବାଲି ମାଫିଆଙ୍କ ରାଜ, ରାଜ୍ୟପାଳଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଭୁବନେଶ୍ବର: ରାଜ୍ୟରେ ଚୋରା ବାଲି ଚାଲାଣ ଚରମ ସୀମାରେ ପହଞ୍ଚିଛି । ବାଲି ମାଫିଆଙ୍କ ରାଜ୍‌ ବଢ଼ିବାରେ ଲାଗିଥିବା ନେଇ ଅଭିଯୋଗ କରିଛି ବିଜେପି । ଏହାକୁ ନେଇ ରାଜ୍ୟପାଳଙ୍କୁ ଭେଟିଛି ବିଜେପିର ଏକ ପ୍ରତିନିଧି ଦଳ । ରାଜ୍ୟ ସରକାରଙ୍କ ପୃଷ୍ଠ ପୋଷକତାରେ ବାଲି ଚୋରା ଚାଲାଣ ହେଉଥିବା ବିଜେପି ଅଭିଯୋଗ କରିଛି । ଏଥିରେ ଶାସକ ଦଳ ବିଧାୟକ ଓ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ହୋଇଛି ।

ଚୋରା ବାଲି ଚାଲାଣ ଯୋଗୁଁ ପ୍ରତି ବର୍ଷ ରାଜ୍ୟ 14 ହଜାର କୋଟିର ରାଜସ୍ୱ ହରାଉଛି । ବେଲଗାମ ଭାବରେ ବାଲି ଉଠାଯାଉଥିବାରୁ ରାଜ୍ୟର ମୁଖ୍ୟ 11 ନଦୀ ବିପଦରେ ରହିଛନ୍ତି । ଏହି ଅଭିଯୋଗ ନେଇ ଆଜି ରାଜ୍ୟପାଳଙ୍କୁ ଭେଟିଛି ବିଜେପି ପ୍ରତିନିଧି ଦଳ । ବିଜେପି ନଦୀ ସୁରକ୍ଷା ସମିତି ସଭାପତି ମହେଶ୍ଵର ସାହୁ ଏବଂ ବିଜେପି ନେତା ସଜ୍ଜନ ଶର୍ମାଙ୍କ ନେତୃତ୍ଵରେ ଆଜି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ଦଳ ।

ଏହାକୁ ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ସହ ରାଜ୍ୟରେ ବାଲି ଚୋରି ନେଇ ସ୍ୱତନ୍ତ୍ର ତଦନ୍ତ ଦାବି କରିଛି ବିଜେପି । ମୁଖ୍ୟତଃ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୂବର୍ଣ୍ଣରେଖା, ଋଷିକୂଲ୍ୟା ନଦୀରେ ବାଲି ଚୋରା ଚାଲାଣ ବଢିଛି । ତେବେ ଏନଜିଟି(National Green tribunal) ଏ ନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ତାଗିଦ୍ କରିଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛି ବିଜେପି । ଶାସକ ଦଳ ବିଧାୟକ ଓ ମନ୍ତ୍ରୀଙ୍କ ସଂପୃକ୍ତି ରହୁଥିବାରୁ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.