ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା(BJP Chief JP Nadda arrives in Bhubaneswar) । ଆଜି ଦିନ ୧୧ଟା ୪୦ ମିନିଟ୍ ସମୟରେ ନଡ୍ଡା ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେଠାରେ ଦଳୀୟ ନେତା ଓ କର୍ମୀଙ୍କ ପକ୍ଷରୁ ତାଙ୍କ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହାପରେ ଏକ ବିଶାଳ ବାଇକ ରାଲିରେ ତାଙ୍କୁ ଜନତା ମଇଦାନକୁ ନିଆଯାଇଥିଲା । ସେଠାରେ ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇଛନ୍ତି । ତେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଏହା ପ୍ରଥମ ଓଡିଶା ଗସ୍ତ ଅଟେ ।
ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ବିଜେପି ମୁଖ୍ୟ ଜେପି ନଡ୍ଡା ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ଆଜି ସେ ଜନତା ମଇଦାନରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ୨୦୨୪ ନିର୍ବାଚନରେ ଦଳ କିଭଳି କ୍ଷମତାକୁ ଆସିବ ସେନେଇ ରଣନୀତି ପ୍ରସ୍ତୁତ ହେବ । କେଉଁ ପ୍ରସଙ୍ଗକୁ ଦଳ ଅସ୍ତ୍ର କରି ନିର୍ବାଚନ ରଣକ୍ଷେତ୍ରରେ ଓହ୍ଲାଇବ ଏହାକୁ ନେଇ ଦଳୀୟ ନେତାଙ୍କୁ ନଡ୍ଡା ମାନସ ମନ୍ଥନ କରିବେ । ରାଜ୍ୟର ସବୁ ପଞ୍ଚାୟତରୁ କର୍ମୀମାନେ ଏଥିରେ ସାମିଲ ହେବେ ବୋଲି ସୂଚନା ଦିଆଯାଇଛି । ପ୍ରଥମ ଥର ପାଇଁ ନଡ୍ଡା ଓଡିଶା ଆସିଥିବା ବେଳେ ଏହାକୁ ନେଇ ଆଜି ଭୁବନେଶ୍ବରରେ ରାଜନୈତିକ ମାହୋଲ ସରଗରମ ରହିଛି ।
ଏହାମଧ୍ୟ ପଢନ୍ତୁ: ଓଡିଶାରେ ଜେପି ନଡ୍ଡା, କୀର୍ତ୍ତନରେ କମ୍ପିଲା ବିମାନବନ୍ଦର
ଇଟିଭି ଭାରତ, ଭୁବନେଶ୍ବର