ଭୁବନେଶ୍ବର: ବାହାରିଛି ପୌର ନିର୍ବାଚନ ଫଳଫଳ । ଭୁବନେଶ୍ବର ମହାନଗର ନିଗମରେ ବିଜେଡି ୪୮ଟି ଆସନରେ ଜିତିଛି । ହେଲେ ବିଜେବି କଲେଜର ଷ୍ଟ୍ରଙ୍ଗରୁମରେ ଇଭିଏମ ଟାମ୍ପରିଂ ହୋଇଥିବା ଅଭିଯୋଗ ଆଣିଛନ୍ତି ୨୧ ନଂ ୱାର୍ଡର ବିଜେପି ପ୍ରାର୍ଥିନୀ ସୁଚିତ୍ରା ବେହେରା । ଏନେଇ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ହେଁ କେହି ନ ଶୁଣିବାରୁ ପ୍ରାର୍ଥିନୀ ଜଣକ ପୁନଃ ମତଦାନ ଦାବିରେ ଷ୍ଟ୍ରଙ୍ଗରୁମ ବାହାରେ ଧାରଣା ଦେଇଛନ୍ତି ।
ଷ୍ଟ୍ରଙ୍ଗ ରୁମରେ ଅନଧିକୃତ ପ୍ରବେଶ କରାଯାଇ ଇଭିଏମ ଟାମ୍ପରିଂ ହୋଇଥିବା ସୁଚିତ୍ରା ଅଭିଯୋଗ କରିଥିଲେ । ଇଭିଏମ ମେସିନରେ ତାଳମେଳ ନଥିବା ଅଭିଯୋଗ କରି ସେ ପୁନଃ ମତଦାନ ପାଇଁ ଦାବି କରିଥିଲେ । ହେଲେ ଏନେଇ ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ଧମକ ଦେଇଥିବା ସୁଚିତ୍ରା କହିଛନ୍ତି । ପ୍ରଶାସନିକ ଅଧିକାରୀମାନେ କିଛି ଶୁଣିଲେ ନାହିଁ ତେଣୁ ଷ୍ଟଙ୍ଗରୁମ୍ ବାହାରେ ସେ ଧାରଣାରେ ବସିଛନ୍ତି । ତାଙ୍କ ସହ ଭୁବନେଶ୍ୱର ଜିଲ୍ଲା ବିଜେପି ସାଙ୍ଗଠନିକ ସଭାପତି ବାବୁ ସିଂ ମଧ୍ୟ ଧାରଣା ଦେଇଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ବେହେରା, ଇଟିଭି ଭାରତ