ETV Bharat / city

All Party Meeting: ସର୍ବଦଳୀୟ ବୈଠକକୁ BJPର ବର୍ଜନ, ଅଧାରୁ ଉଠିଗଲେ ବିରୋଧୀ ଦଳ ଉପନେତା

author img

By

Published : Nov 29, 2021, 12:30 PM IST

Updated : Nov 29, 2021, 2:48 PM IST

ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ (Assembly winter Session)। ଏହାପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ (All party meeting) । ଅଧିକ ପଢନ୍ତୁ

ସର୍ବଦଳୀୟ ବୈଠକ ଆରମ୍ଭରୁ ବର୍ଜନ କଲା BJP
ସର୍ବଦଳୀୟ ବୈଠକ ଆରମ୍ଭରୁ ବର୍ଜନ କଲା BJP

ଭୁବନେଶ୍ବର: ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ (Assembly winter Session) । ଏହାପୂର୍ବରୁ ଆଜି ବିଧାନସଭା ପରିସରରେ ବସିଛି ସର୍ବଦଳୀୟ ବୈଠକ (All party meeting) । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ବୈଠକ । ବିଧାନସଭା କିପରି ସୁରୁଖୁରୁରେ ଚାଲିବ ସେ ନେଇ ଆଲୋଚନା ହୋଇଛି । ବୈଠକ ଆରମ୍ଭରୁ ବୟକଟ କରିଛି ବିଜେପି । ସର୍ବଦଳୀୟ ବୈଠକ ଆରମ୍ଭରୁ ଉଠିଯାଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।

All Party Meeting: ସର୍ବଦଳୀୟ ବୈଠକକୁ BJPର ବର୍ଜନ, ଅଧାରୁ ଉଠିଗଲେ ବିରୋଧୀ ଦଳ ଉପନେତା

ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେପିକୁ ତାର ହକ ଦିଆଯାଉ ନଥିବା ଅଭିଯୋଗ ଆଣିଲେ ବିଷ୍ଣୁ ସେଠୀ । ପୂର୍ବରୁ ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତା ଓ ଉପ ନେତା ଉପସ୍ଥିତ ରହୁଥିଲେ । କିନ୍ତୁ ବିରୋଧୀ ଦଳ ନେତାଙ୍କ ଅସୁସ୍ଥତା କାରଣରୁ ବିରୋଧୀ ଦଳ ଉପନେତା ଉପସ୍ଥିତ ରହି ପାରିବେ ବୋଲି କୁହାଯାଇଛି । ଏହା ବାଦ୍‌ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏବଂ ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ବୈଠକରେ ସାମିଲ କରିବାକୁ ଦାବି କରିଥିଲା ବିଜେପି । ଗତ ସର୍ବଦଳୀୟ ବୈଠକରେ ପ୍ରତିଶ୍ରୁତି ଦିଆଯାଇଥିବା ସତେ ଏଥର ଏହାକୁ ବାଚସ୍ପତି ଆଗ୍ରହ୍ୟ କରି ଦେବାରୁ ବୈଠକକୁ ବୟକଟ କରିଛି ଦଳ ।

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମାଲିକ ଅନ୍ୟତମ ସଦସ୍ୟ ଦେବୀ ପ୍ରସାଦ ମିଶ୍ର ବୈଠକରେ ଉପସ୍ଥିତ ହୋଇଥିଲେ । ବିଧାନସଭା କିପରି ସୁରୁଖୁରୁରେ ଚାଲିବ ସେ ନେଇ ଆଲୋଚନା ଆରମ୍ଭ ହେବା କ୍ଷଣି ବନ୍ଦ ହୋଇଥିଲା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ,ଇଟିଭି ଭାରତ

Last Updated : Nov 29, 2021, 2:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.