ETV Bharat / city

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ବିରୋଧୀ ମାରିଲେ ତେରଛା ବାଣ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପଶ୍ଚିମ ଓଡିଶା ମୁହାଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି କଳାହାଣ୍ଡି ଗସ୍ତ କରି ମାରାଥନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ। ଏନେଇ ଦଳର କର୍ମୀ ଓ ନେତାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ସେପଟେ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସମାଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ବିରୋଧୀ ମାରିଲେ ତେରଛା ବାଣ

author img

By

Published : Jan 14, 2021, 8:24 AM IST

ଭୁବନେଶ୍ବର:ପଶ୍ଚିମ ଓଡିଶା ମୁହାଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି କଳାହାଣ୍ଡି ଗସ୍ତ କରି ମାରାଥନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ। ଏନେଇ ଦଳର କର୍ମୀ ଓ ନେତାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଦୀର୍ଘଦିନ ପରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବାହାରକୁ ଯାଉଛନ୍ତି । ସେପଟେ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସମାଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ବିରୋଧୀ ମାରିଲେ ତେରଛା ବାଣ

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଏହା କେବଳ ପ୍ରଚାର। ସେମାନଙ୍କ ଉଦ୍ଦେଶ୍ୟ ଅଲଗା। କଳାହାଣ୍ଡି ବିକାଶ ପୂର୍ବରୁ ଜାନକୀ ପଟ୍ଟନାୟକ ଯେତିକି କରିଥିଲେ ସେତିକି। ଏମାନେ କିଛି କରି ନାହାଁନ୍ତି ବୋଲି ସେ କହିଛନ୍ତି। ସେହିପରି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଯାହା ହେଉ ଦୀର୍ଘ ଦିନ ପରେ ଆଖିରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିପାରିବେ ଲୋକେ ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପୂର୍ବରୁ 60ରୁ ଅଧିକ ବିଧାୟକ, ମନ୍ତ୍ରୀ, ଡେରା ପକାଇ ତଦାରଖ କରୁଛନ୍ତି। କୋରୋନା କଟକଣାରେ ପ୍ରଥମ ଥର ପାଇଁ ଜନତାଙ୍କ ସମ୍ମୁଖରୁ ଯିବେ ମୁଖ୍ୟମନ୍ତ୍ରୀ । ୨ହଜାର ୮୫କୋଟି ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେବେ ନବୀନ । ଏହାସହ ୫୪ ପ୍ରକଳ୍ପର ଉଦଘାଟନ ଓ ୫୨ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.