ଭୁବନେଶ୍ବର: ବିଜେଡିକୁ ୨୨ ବର୍ଷରେ ୨୨ ପ୍ରଶ୍ନ ପଚାରିଛି ଭାରତୀୟ ଜନତା ପାର୍ଟି(BJP) । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ଭାଗୁଆଳି ସରକାରରେ ସାମିଲଥିଲେ । ଦିଲ୍ଲୀରେ ଏବେ ବିଜେଡି-ବିଜେପି ଏକାଠି କାର୍ଯ୍ୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ଏହା ବି ପଢନ୍ତୁ- ଅପରାଧରେ ସାମିଲ ଥିଲେ ହୁସିଆର, ଭୁବନେଶ୍ବରରୁ ଉଠାଇ ନେଉଛି ପୋଲିସ
ପଞ୍ଚାନନ କହିଛନ୍ତି, "ପ୍ରଥମେ ବିଜେପିକୁ ପ୍ରଶ୍ନ କରାଯାଉ । ୨୦୦ ରୁ ୨୦୦୯ ପର୍ଯ୍ୟନ୍ତ ସେମାନେ ଭାଗୁଆଳି ସରକାରରେ ଥିଲେ । ପ୍ରଥମ ୯ ବର୍ଷ ବିଜେଡି ସହିତ ଥିଲେ ନା ନାହିଁ ସେ ପ୍ରଶ୍ନର ବିଜେପି ଉତ୍ତର ରଖୁ । ଏ ବାବଦରେ ବିଜେପି ପ୍ରଥମେ କୈଫିୟତ ଦେବା କଥା । ଏଥିପାଇଁ ରାଜ୍ୟବାସୀଙ୍କୁ ବିଜେପି ଭୁଲ ମାଗିବା କଥା । ଏହି ୧୦ ବର୍ଷ ଲାଗି ଆମେ ବି ଅଂଶୀଦାର ବୋଲି ବିଜେପି କହିବା କଥା ।
୨୦୧୪ ରୁ ୨୦୨୨ ଯାଏଁ ବିଜେଡିର ସହଯୋଗ ନେଇଛି ବିଜେପି । ବିଜେଡି-ବିଜେପି ଦିଲ୍ଲୀରେ ଏବେ ଏକାଠି କାର୍ଯ୍ୟ କରୁଛନ୍ତି । ରାଜ୍ୟରେ ବିଭାଜିତ କରୁଛନ୍ତି । ଲୋକଙ୍କୁ ବିଭ୍ରାନ୍ତି କରିବା ଲାଗି କାର୍ଯ୍ୟ କରୁଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର