ETV Bharat / city

ରାଜ୍ୟରେ SHG ନାଁରେ ମହିଳାଙ୍କୁ ଶୋଷଣ କରାଯାଉଛି: BJP - ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

ମହିଳା ସଶକ୍ତିକରଣ ପ୍ରସଙ୍ଗରେ ବିଜେପି ମୁଖପାତ୍ର ସୋନାଲି ସାହୁ ଆଜି(ସୋମବାର) ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ମହିଳାଙ୍କୁ ସୁରକ୍ଷା ଓ ସମ୍ମାନ ସହ ରାଜ୍ୟ ସରକାର ବଞ୍ଚିବାକୁ ଦିଅନ୍ତୁ ବୋଲି ସୋନାଲି ସାହୁ କହିଛନ୍ତି । ଅଧିକ ପଢ଼ନ୍ତୁ

ରାଜ୍ୟରେ SHG ନାଁରେ ମହିଳାଙ୍କୁ ଶୋଷଣ କରାଯାଉଛି: BJP

author img

By

Published : Apr 11, 2022, 9:41 PM IST

ଭୁବନେଶ୍ବର: ମହିଳା ସଶକ୍ତିକରଣ ପ୍ରସଙ୍ଗରେ ବିଜେପି ମୁଖପାତ୍ର ସୋନାଲି ସାହୁ ଆଜି(ସୋମବାର) ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ବିଜେପି ପ୍ରତିଷ୍ଠା ଦିବସରୁ ଅପ୍ରେଲ 20 ଯାଏଁ ସାମାଜିକ ନ୍ୟାୟ ପକ୍ଷ ପାଳନ କରାଯାଉଛି । ସାମାଜିକ ଦାୟିତ୍ବବୋଧତା ଲୋକଙ୍କ ନିକଟକୁ ପହଞ୍ଚାଇବାକୁ ବିଜେପି ଚେଷ୍ଟା ଜାରି ରଖିଛି । ସମାଜରେ ମହିଳାଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ସାମାଜିକ ନ୍ୟାୟ ପକ୍ଷ ପାଳନ କରାଯାଉଛି ।

ରାଜ୍ୟରେ SHG ନାଁରେ ମହିଳାଙ୍କୁ ଶୋଷଣ କରାଯାଉଛି: BJP

ମହିଳାଙ୍କ ବିକାଶ ନେଇ ପ୍ରଧାନମନ୍ତ୍ରୀ ଚେଷ୍ଟିତ ଅଛନ୍ତି । କେନ୍ଦ୍ର ସରକାର ଗୋଟିଏ ଦିଗରେ ଯିବା ବେଳେ ରାଜ୍ୟ ସରକାର ଅନ୍ୟ ଦିଗରେ ଯାଉଛନ୍ତି । ଶୌଚାଳୟ ନିର୍ମାଣ ହେଉନାହିଁ । ପ୍ରତି ୧୦୦ ଘର ମଧ୍ୟରୁ ୬୫ ଘରେ ଶୌଚାଳୟ ନାହିଁ । ମହିଳାଙ୍କ କ୍ଷେତ୍ରରେ ରାଜ୍ୟରେ ଶିକ୍ଷାର ହାର ୬୪ ପ୍ରତିଶତ ରହିଛି । ୪୦୦ରୁ ଅଧିକ ବାଳିକା ବିଦ୍ୟାଳୟରେ ଶୌଚାଳୟକୁ ପାଣି ସୁବିଧା ନାହିଁ । ସାନିଟାରୀ ନାପକିନ କେନ୍ଦ୍ର ସରକାର ପାଣ୍ଠି ଯୋଗାଉଥିବା ବେଳେ ସଠିକ ଭାବରେ ମହିଳାଙ୍କ ନିକଟରେ ପହଞ୍ଚିପାରୁନଥିବା ବିଜେପି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।

ରାଜ୍ୟ ସରକାର ମହିଳା ସଶକ୍ତିକରଣ ନାଁରେ ଭୋଟ ହାତଉଛନ୍ତି । SHG ଗ୍ରୁପ୍‌ ନାଁରେ ଠକୁଛନ୍ତି ରାଜ୍ୟ ସରକାର । ମହିଳା ନିର୍ଯାତନାରେ ରାଜ୍ୟ ପ୍ରଥମ ସ୍ଥାନରେ ରହିଛି । ରାଜ୍ୟରେ SHG ନାଁରେ ଓ ମହିଳା ସଶକ୍ତିକରଣ ନାଁରେ ଶୋଷଣ ହେଉଥିବା ଅଭିଯୋଗ ହୋଇଛି । ନିର୍ବାଚନ ଆସିଲେ ମହିଳାଙ୍କୁ ରାଜନୈତିକ ଗୋଟି ଭଳି ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ଓଡ଼ିଶା ଆୟରେ ପଛୁଆ, ତେବେ ମହିଳା ମାନେ କିଭଳି ଆଗୁଆ ହେଲେ ଏହା ବଡ ପ୍ରଶ୍ନ ବୋଲି କହିଛନ୍ତି ବିଜେପି ମୁଖପାତ୍ର ସୋନାଲି ସାହୁ କହିଛନ୍ତି । ମହିଳାଙ୍କୁ ସୁରକ୍ଷା ଓ ସମ୍ମାନ ସହ ରାଜ୍ୟ ସରକାର ବଞ୍ଚିବାକୁ ଦିଅନ୍ତୁ ବୋଲି ସୋନାଲି ସାହୁ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.