ETV Bharat / city

Brajarajnagar By Poll: ରାଜ୍ୟ ରାଜନୀତିରେ ବିଜେଡି ନୂଆ ଇତିହାସ ସୃଷ୍ଟି କରିବ କହିଲେ ସୁବାଷ ସିଂ

ବ୍ରଜରାଜନଗର ଉପ ନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତିରେ ବିଜେଡି ନୂଆ ଇତିହାସ ସୃଷ୍ଟି କରିବ କହିଛନ୍ତି କଟକ ମେୟର ସୁବାଷ ସିଂ । ଅଧିକ ପଢନ୍ତୁ

Brajarajnagar By Poll: ରାଜ୍ୟ ରାଜନୀତିରେ ବିଜେଡି ନୂଆ ଇତିହାସ ସୃଷ୍ଟି କରିବ କହିଲେ ସୁବାଷ ସିଂ
Brajarajnagar By Poll: ରାଜ୍ୟ ରାଜନୀତିରେ ବିଜେଡି ନୂଆ ଇତିହାସ ସୃଷ୍ଟି କରିବ କହିଲେ ସୁବାଷ ସିଂ
author img

By

Published : Jun 2, 2022, 10:26 PM IST

ଭୁବନେଶ୍ବର: ବ୍ରଜରାଜନଗର ଉପ ନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତିରେ ବିଜେଡି ନୂଆ ଇତିହାସ ସୃଷ୍ଟି କରିବ କହିଛନ୍ତି କଟକ ମେୟର ସୁବାଷ ସିଂ । ସେ କହିଛନ୍ତି, ‘‘ଉପ ନିର୍ବାଚନ ପୂର୍ବରୁ ଦୁଇଟି ନିର୍ବାଚନ ଯଥା ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ୫୬ ହଜାର ୩୦୦ ଭୋଟରେ ବିଜୟୀ ହୋଇଥିଲା । ଯାହା କି ଗ୍ରାଉଣ୍ଡରେ ବିଜେଡିର ସଂଗଠନକୁ ଦର୍ଶାଉଛି । ସେଠାରେ କେବେ ଜିତିନଥିଲା ବିଜେଡି । କିନ୍ତୁ, ୨୦୧୯ରେ ସ୍ବର୍ଗତ କିଶୋର ମହାନ୍ତି ୧୧ ହଜାର ଭୋଟରେ ଜିତିଥିଲେ । ତା’ପରେ ଦଳ ସେଠାରେ ନୂଆ ରୂପରେ ସାମ୍ନାକୁ ଆସିଛି ।’’

Brajarajnagar By Poll: ରାଜ୍ୟ ରାଜନୀତିରେ ବିଜେଡି ନୂଆ ଇତିହାସ ସୃଷ୍ଟି କରିବ କହିଲେ ସୁବାଷ ସିଂ

ସେ ଆହୁରି କହିଛନ୍ତି, ‘‘ପ୍ରଚାର ସମୟରେ ବିଜେଡିକୁ ଅଦ୍ଭୂତପୂର୍ବ ସମର୍ଥନ ଦେଖିବାକୁ ମିଳିଛି । ତେଣୁ, ବିଜେଡି ଏକ ବଡ଼ ବ୍ୟବଧାନରେ ସେଠାରେ ବିଜୟୀ ହେବା ନିଶ୍ଚିତ । ଶ୍ରୀମନ୍ଦିର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିରକୁ ନେଇ ଏକ ନୂଆ ପରିକଳ୍ପନା କରିଛନ୍ତି । ଭାରତ ମାନଚିତ୍ରରେ ନୂଆ ସ୍ଥାନ ଦେବା ପାଇଁ ପ୍ରୟାସ କରୁଛନ୍ତି । ଧାର୍ମିକ ସ୍ଥାନ ଓ ପର୍ଯ୍ୟଟନ ସ୍ଥାନର ବିକାଶକୁ ଗୁରୁତ୍ବ ଦେଉଛନ୍ତି । ବିରୋଧୀଙ୍କ ଅଧିକାର ଅଛି ସେମାନେ ବିରୋଧ କରିବେ । କିନ୍ତୁ, ଉନ୍ନତିକରଣ କାର୍ଯ୍ୟରେ ସମସ୍ତେ ସହଯୋଗ କରିବା ଆବଶ୍ୟକ ରହିଛି ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.