ETV Bharat / city

ବିଜେଡିର 22ତମ ପ୍ରତିଷ୍ଠା ଦିବସ: ଦଳୀୟ କର୍ମୀଙ୍କୁ ନବୀନ ଦେବେ ଉପହାର

author img

By

Published : Dec 24, 2019, 7:21 PM IST

26 ଡିସେମ୍ବରରେ 22ତମ ପ୍ରତିଷ୍ଠା ଦିବସ ପାଳନ କରିବ ବିଜୁ ଜନତା ଦଳ । ରାଜ୍ୟରେ ଥିବା ଲକ୍ଷ ଲକ୍ଷ ସକ୍ରିୟ କର୍ମୀଙ୍କ ପାଇଁ ବୀମା ଘୋଷଣା କରି ପାରନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ...

BJD's foundation day, 22nd foundation day of BJD, 26th december, celebration of bjd foundation day, ବିଜେଡିର 22ତମ ପ୍ରତିଷ୍ଠା ଦିବସ, ଦଳୀୟ କର୍ମୀଙ୍କୁ ନବୀନଙ୍କ ଉପହାର, ବିଜେଡିର ପ୍ରତିଷ୍ଠା ଦିବସ ପାଳନ
ବିଜେଡିର 22ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ରାଜ୍ୟର ସର୍ବବୃହତ ଦଳ ଭାବେ ଉଭା ହୋଇଥିବା ବିଜେଡି ଆସନ୍ତା 26 ତାରିଖରେ ପାଳିବ 22ତମ ପ୍ରତିଷ୍ଠା ଦିବସ। ରାଜଧାନୀ ଭୁବନେଶ୍ବରରେ ଥିବା ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ପାଳନ କରିବ ତା’ର ପ୍ରତିଷ୍ଠା ଦିବସ। ଏହା ସହ ବଜୁ ଜନତା ଦଳ ରାଜ୍ୟର ସମସ୍ତ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀରେ ମଧ୍ୟ ପ୍ରତିଷ୍ଠା ଦିବସ ପାଳନ କରିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀ ଓ ନେତାଙ୍କୁ ଚିଠି ଲେଖିଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଦଳର ସକ୍ରିୟ କର୍ମୀଙ୍କ ପାଇଁ ବୀମା ଘୋଷଣା କରିବାର ସମ୍ଭାବନା ରହିଛି। ଏହାସହ ଦଳୀୟ ସଭ୍ୟ ସଂଗ୍ରହ ଗତବର୍ଷ 40 ଲକ୍ଷ ଥିବା ବେଳେ ଚଳିତ ବର୍ଷ ଏହାକୁ 60 ଲକ୍ଷ କରିବା ପାଇଁ ମଧ୍ୟ ଜୋରଦାର ସଭ୍ୟ ସଂଗ୍ରହ ଚାଲିଛି। ଦଳକୁ କ୍ୟାଡର ବେସ୍ ପାର୍ଟି କରି ଆହୁରି ସଶକ୍ତ ଓ ସଂଘଟିତ କରିବା ପାଇଁ ଦଳ ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି।

1997 ମସିହା ଡିସେମ୍ବର 26 ତାରିଖରେ ଗଠନ ହୋଇଥିବା ବିଜେଡି, ରାଜ୍ୟରେ ଏପର୍ଯ୍ୟନ୍ତ ଶାସନ ଗାଦିରେ ରହିଆସିଛି। ବିଜୁ ପଟ୍ଟନାୟକଙ୍କ ନାମରେ ଗଠିତ ହୋଇଥିବା ଏହି ଦଳ ଆରମ୍ଭ ହେବା ଦିନ ଠାରୁ ନବୀନଙ୍କ ନେତୃତ୍ବରେ ଗୋଟିଏ ପରେ ଗୋଟିଏ ନିର୍ବାଚନ ବାଜି ଜିତିବାର ଲାଗିଛି। ଦଳର ବିଜୟ ପଛରେ ନବୀନଙ୍କ ନେତୃତ୍ବ ମୁଖ୍ୟ ଭୂମିକା ଗ୍ରହଣ କରିଛି।

ବିଜେଡିର 22ତମ ପ୍ରତିଷ୍ଠା ଦିବସ

ଏହାସହ କଥା କମ କାମ ବେଶୀ, ବିକାଶର ଏଜେଣ୍ଡା ଓ ପ୍ରାକୃତିକ ବିପର୍ଯ୍ୟୟର ଦୃଢ ମୁକାବିଲା ନବୀନଙ୍କ ବଡ ରାଜନୈତିକ ଅସ୍ତ୍ର ରହିଛି। ଯେଉଁଥିପାଇଁ ବିଜେଡି ରାଜ୍ୟରେ ପଞ୍ଚମ ଥର ସରକାର ଗଢ଼ିଛି। ଦଳକୁ ତୃଣମୂଳସ୍ତରରୁ ଶୀର୍ଷରେ ପହଞ୍ଚାଇଥିବା କର୍ମୀଙ୍କ ପାଇଁ ବିଜେଡି ସୁପ୍ରିମୋଙ୍କ ଘୋଷଣା ଉପରେ ଏବେ ସମସ୍ତଙ୍କ ନଜର।

ରାଜ୍ୟରେ ବିଜେଡି ଏବେ ଦୁଇ ପ୍ରକାରର ସଦସ୍ୟତା ଆରମ୍ଭ କରିଛି, ସାଧାରଣ କର୍ମୀ ଓ ସକ୍ରିୟ କର୍ମୀ, ଜଣେ ସାଧାରଣ କର୍ମୀ 25ଜଣଙ୍କୁ ଦଳରେ ସାମିଲ କଲେ ସକ୍ରିୟ କର୍ମୀର ମାନ୍ୟତା ଦିଆଯାଉଛି। ଏହିଭଳି ଭାବରେ ରାଜ୍ୟରେ ଥିବା ଲକ୍ଷ ଲକ୍ଷ ସକ୍ରିୟ କର୍ମୀଙ୍କୁ ବିଜେଡି ବୀମା ଦେବାର ବ୍ୟବସ୍ଥା କରିବାକୁ ଯୋଜନା କରୁଛି। ଏନେଇ ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ଘୋଷଣା କରିପାରନ୍ତି। ଦଳର କାର୍ଯ୍ୟ, ଜନତାଙ୍କ ପ୍ରତି ଥିବା ଉତ୍ତର ଦାୟିତ୍ଵ, ଓ ସଙ୍ଗଠନକୁ ଆହୁରି ମଜବୁତ କରିବାକୁ ଦଳ ଏବେ ଠାରୁ ଆରମ୍ଭ କରିଛି ପ୍ରସ୍ତୁତି।

ଏଥର ସୂର୍ଯ୍ୟ ପରାଗ ପଡୁଥିବାରୁ ଦଳର ପ୍ରତିଷ୍ଠା ଦିବସ ଅପରାହ୍ନରେ ପାଳନ ହେବ। ଏହା ସହ ଏହି କାର୍ଯ୍ୟକ୍ରମରେ ଦଳର ନେତା ମନ୍ତ୍ରୀ ପୂର୍ବତନ ବିଧାୟକ ଛାମୁଆ ସଙ୍ଗଠନର ସମସ୍ତ ସଦସ୍ୟ ସାମିଲ ହେବେ। ନବୀନ ପ୍ରତିଷ୍ଠା ଦିବସରେ ଦଳୀୟ କର୍ମୀଙ୍କୁ କ’ଣ ମନ୍ତ୍ର ଦେବେ ଏବଂ ବିରୋଧୀଙ୍କୁ କଣ ଚ୍ୟାଲେଞ୍ଜ, ତାହା ଉପରେ ରହିଛି ସମସ୍ତଙ୍କ ନଜର।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ରାଜ୍ୟର ସର୍ବବୃହତ ଦଳ ଭାବେ ଉଭାହୋଥିବା ବିଜେଡି ଆସନ୍ତା ୨୬ତାରିଖରେ ପାଳିବାକୁ ଯାଉଛ ୨୨ତମ ପ୍ରତିଷ୍ଠା ଦିବସ ।ରାଜଧାନୀ ଭୁବନେଶ୍ବର ରେ ଥିବା ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ପାଳନ କରିବ ତାର ପ୍ରତିଷ୍ଠା ଦିବସ ।ଏହା ସହ ବଜୁ ଜନତା ଦଳ ରାଜ୍ୟର ସମସ୍ତ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀରେ ମଧ୍ୟ ପ୍ରତିଷ୍ଠା ଦିବସ ପାଳନ କରିବ ।
ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀ ଓ ନେତା ମାନଙ୍କୁ ଚିଠି ଲେଖିଛନ୍ତି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଦଳର ସକ୍ରିୟ କର୍ମୀ ମାନଙ୍କ ପାଇଁ ବୀମା ଘୋଷଣା କରିବାର ସମ୍ବାବନା ରହିଛି ।ଏହାସହ ଦଳୀୟ ସଭ୍ୟ ସଂଗ୍ରହ ଗତବର୍ଷ ୪୦ ଲକ୍ଷ ଥିବା ବେଳେ ଚଳିତ ବର୍ଷ ଏହାକୁ ୬୦ ଲକ୍ଷ କରିବା ପାଇଁ ମଧ୍ୟ ଯୋରଦାର ଛାଲିଛି ସଭ୍ୟ ସଂଗ୍ରହ ।ଦଳକୁ କ୍ୟାଡେର ବ୍ୟାସ। ପାର୍ଟି କରି ଆହୁରି ଶଶକ୍ତ ଓ ସଂଘଟିତ କରିବା ପାଇଁ ଦଳ ପକ୍ଷରୁ ଯୋରଦାର ପ୍ରୟାସ ଆରମ୍ଭ ହୋଇଛି ।

Body:ଭିଓ-୧୯୯୭ ମସିହା ଡିସେମ୍ବର ୨୬ତାରିଖରେ ଗଠନ ହୋଇଥିବା ବିଜେଡି ,ରାଜ୍ୟରେ ଏପର୍ଯ୍ୟନ୍ତ ଶାସନ ଗାଦି ରେ ରହିଆସିଛି ।ବିଜୁପଟ୍ଟନାୟକ ଙ୍କ ନାମରେ ଗଠନ ହୋଇଥିବଖ ଏହି ଦଳ ଗଠନ ହେବା ପରଠାରୁ ନବୀନ ଙ୍କ ନେତୃତ୍ୱରେ ଗୋଟିଏ ପରେ ଗୋଟିଏ ନିର୍ବାଚନ ବାଜି ଜିତିବାର ଲାଗିଛି ।

ଦଳର ବିଜୟ ପଛରେ ନବୀନ ଙ୍କ ନେତୃତ୍ୱ ସହ ,କମ କଥା କାମ ବେଶୀ, ବିକାଶ ର ଏଜେଣ୍ଡା ସହ ପ୍ରାକୃତିକ ବିପର୍ଯ୍ୟୟ ର ଦୃଢ ମୁକାବିଲା ନବୀନ ଙ୍କ ବଡ ରାଜନୈତିକ ଅସ୍ତ୍ର ରହିଛି । ଯେଉଥି ପାଇଁ ବିଜେଡି ରାଜ୍ୟରେ ପଞ୍ଚମ ଥର ସରକାର ରେ ରହିଛି । ଦଳକୁ ତୃଣମୂଳ ସ୍ତରରୁ ଶୀର୍ଷରେ ପହଞ୍ଚାଇଥିବା କର୍ମୀ ମାନଙ୍କ ପାଇଁ ବିଜେଡି ସୁପ୍ରିମୋ ଙ୍କ ଘୋଷଣା ଉପରେ ଏବେ ସମସ୍ତ ଙ୍କ ନଜର ।
ବାଇଟ -ରଣେନ୍ଦ୍ର ପ୍ରତାପ ସ୍ଵାଇ ,ମନ୍ତ୍ରୀ
ବାଇଟ୍ -ଅମର ଶତପଥୀ ,ବିଧାୟକ ,ବିଜେଡି

ଭିଓ -୨. ରାଜ୍ୟ ରେ ବିଜେଡି ଏବେ ଦୁଇ ପ୍ରକାରର ସଦସ୍ୟତା ଆରମ୍ଭ କରିଛି , ସାଧାରଣ କର୍ମୀ ଓ ସକ୍ରିୟ କର୍ମୀ ,ଜଣେ ସାଧାରଣ କର୍ମୀ ୨୫ଜଣଙ୍କୁ ଦଳରେ ସାମିଲ କଲେ ସକ୍ରିୟ କର୍ମୀ ର ମାନ୍ୟତା ଦିଆଯାଉଛି ।ଏହିଭଳି ଭାବରେ ରାଜ୍ୟରେ ଥିବା ଲକ୍ଷ ଲକ୍ଷ ସକ୍ରିୟ କର୍ମୀ ମାନଙ୍କୁ ବିଜେଡି ବିମା ଦେବାର ବ୍ୟବସ୍ଥା କରିବାକୁ ଯୋଯନା କରୁଛି ।ଏନେଇ ପ୍ରତିଷ୍ଠା ଦିବସରେ ଘୋଷଣା କରିପାରନ୍ତି ବିଜେଡି ସୁପ୍ରିମୋ ।ଏହାସହ ଦଳର କାର୍ଯ୍ୟ, ଜନତାଙ୍କ ପ୍ରତିଥିବା ଉତ୍ତର ଦାଇତ୍ଵ, ସଂଗଠନ କୁ ମଜବୁତ ର ମନ୍ତ୍ର ଦେବାକୁ ଦଳ ଏବେ ଆରମ୍ଭ କରିଛି ପ୍ରସ୍ତୁତି ।

ଏଥର ସୂର୍ଯ୍ୟ ପାରାଗ ପଡୁଥିବା ରୁ ଦଳର ପ୍ରତିଷ୍ଠା ଦିବସ ଅପରାହ୍ନ ରେ ପାଳନ ହେବ ବୋଲି କହିଛନ୍ତି ମନ୍ତ୍ରୀ ଏହା ୍୍ହହ ଏହି କାର୍ଯ୍ୟକ୍ରମ ରେ ଦଳର ନେତା ମନ୍ତ୍ରୀ ପୂର୍ବତନ ବିଧାୟକ ଛାମୁଆ ସଂଘଟନ ର ସମସ୍ତ ସଦସ୍ୟ ସାମିଲ ହେବେ ।
ବାଇଟ୍ -ସୁଶାନ୍ତ ସିଂ ,ମନ୍ତ୍ରୀ

Conclusion:ହେଲେ ନବୀନ ପ୍ରତିଷ୍ଠା ଦିବସ ରେ ଦଳୀୟ କର୍ମୀ ଙ୍କୁ କଣ ମନ୍ତ୍ର ଦେବେ ଏବଂ ବିରୋଧୀ ଙ୍କୁ କଣ ଚ୍ୟାଲେଞ୍ଜ ରହିବ ତାହା ଉପରେ ସମସ୍ତଙ୍କ ନଜର ଭୁବନେଶ୍ୱର ରୁ ତପନ କୁମାର ଦାସ ଇଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.