ETV Bharat / city

ପୌର ଫାଇଟ: ପ୍ରଚାର ପାଇଁ ହାତରେ ଆଉ ଦିନେ, ବଳ କସୁଛି BJD

author img

By

Published : Mar 21, 2022, 9:09 PM IST

ପୌର ନିର୍ବାଚନ ନେଇ ପ୍ରଚାର ଶେଷକୁ ମାତ୍ର ଦିନେ ସମୟ ରହିଛି । ପ୍ରଚାରକୁ ଚୂଡ଼ାନ୍ତ ରୂପ ଦେବାକୁ ବଳ କସିଛି ବିଜୁ ଜନତା ଦଳ । ପ୍ରଚାରକୁ ଆହୁରି ପ୍ରଖର କରିଛି ଦଳ । ଅଧିକ ପଢ଼ନ୍ତୁ

ପୌର ଫାଇଟ: ପ୍ରଚାର ପାଇଁ ହାତରେ ଆଉ ଦିନେ, ବଳ କସୁଛି ବିଜେଡି

ଭୁବନେଶ୍ବର: ପୌର ନିର୍ବାଚନ ନେଇ ପ୍ରଚାର ଶେଷକୁ ମାତ୍ର ଦିନେ ସମୟ ରହିଛି । ପ୍ରଚାରକୁ ଚୂଡ଼ାନ୍ତ ରୂପ ଦେବାକୁ ବଳ କସୁଛି ବିଜୁ ଜନତା ଦଳ । ପ୍ରଚାରକୁ ଆହୁରି ପ୍ରଖର କରିଛି ଦଳ । ଗ୍ରାମାଞ୍ଚଳ ଭଳି ସହରାଞ୍ଚଳ ଭୋଟର ଦଳ ସପକ୍ଷରେ ଆସିବେ ବୋଲି ଆଶା ରଖିଛି ବିଜେଡି ।

ଏହାକୁ ନେଇ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି ଯେ, "ଲୋକଙ୍କ ଭିତରେ ଉଦ୍ଦୀପନା ରହିଛି । ଲୋକଙ୍କ ବଡ଼ି ଲାଙ୍ଗୁଏଜରେ ନବୀନ ବାବୁଙ୍କ ପ୍ରତି ଭଲପାଇବା ରହିଛି । ବିଜୁ ଜନତା ଦଳ ଶାସିତ ସରକାରଙ୍କ ବିକାଶମୂଳକ ଯୋଜନା ପ୍ରତି ଲୋକଙ୍କ ଅନ୍ତରର ସମର୍ଥନ ରହିଛି । ତାହା ନିର୍ବାଚନ ପ୍ରଚାର ସମୟରେ ପ୍ରକଟିତ ହେଉଛି ।"

ବିଜେଡି ପ୍ରତି ରାଜ୍ୟବାସୀଙ୍କ ଆଶା, ବିଶ୍ୱାସ ଓ ଭରସା ରହିଛି । ରାଜ୍ୟରେ ବିରୋଧୀ ଅଛି । କଟକରେ କଂଗ୍ରେସ ଅମା ସହ ଲଢେ଼ଇ କରୁଛି । ବସ୍ତି ବାସିନ୍ଦା ଓ ସାଧାରଣ ଲୋକେ ଆମ ସାଙ୍ଗରେ ଅଛନ୍ତି । ରାଜ୍ୟ ସରକାର ଜାଗା ମିଶନ ଜରିଆରେ ବସ୍ତି ବାସିନ୍ଦାଙ୍କୁ ସହଯୋଗ କରିଛନ୍ତି । ବିଜେଡି ପ୍ରତି ସହରାଞ୍ଚଳ ଭୋଟଙ୍କର କେତେ ଭଲ ପାଇବା ଫଳ ଆସିଲେ ବିରୋଧୀ ଜାଣିପାରିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.