ଭୁବନେଶ୍ବର: କାକଟପୁର ନିର୍ବାଚନ ମଣ୍ଡଳୀରେ ଜିତିଥିବା ସମିତିସଭ୍ୟା ପ୍ରାର୍ଥିୀମାନଙ୍କୁ ଧମକାଉଛି ବିଜେଡି । ଏହାକୁ ବିରୋଧ କରି ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା ବିଜେପି । ଏଥିରେ ପୋଲିସ ପ୍ରଶାସନ ମଧ୍ୟ ସାହାଯ୍ୟ କରୁଛି ବୋଲି ଅଭିଯୋଗ ହୋଇଛି ।
ବିଜେପି ଓବିସି ମୋର୍ଚ୍ଚା ପୋଲିସ ବିଭାଗ ବିଜେଡିର କ୍ୟାପଟେନ ପାଲଟିଛି । କାକଟପୁର ନିର୍ବାଚନ ମଣ୍ଡଳୀରେ ଯେଉଁପରି ଭାବରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି, ତାହାକୁ ବିଜେପି ଘୋର ନିନ୍ଦା କରୁଛି । ବିଜେଡି ଜିଲାପରିଷଦ ହାତେଇ ଥିବାବେଳେ ତାଙ୍କ ଦ୍ୱାରା ସମର୍ଥିତ ସମିତି ସଭ୍ୟା ପ୍ରାର୍ଥିମାନେ ପରାଜିତ ହୋଇଛନ୍ତି । ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ପୁଅ ସ୍ୱାଧୀନ ନାୟକଙ୍କ ଇଙ୍ଗିତରେ ଏଭଳି ହେଉଛି ବୋଲି ଅଭିଯୋଗ ଆଣିଲା ବିଜେପି । ଅସ୍ତରଙ୍ଗ ଥାନା ଅଧିକାରୀ ବାମଦେବ ନନ୍ଦ ଶାସକ ଦଳରେ ଇସାରାରେ ଏପରି କରୁଥିବାରୁ ତାଙ୍କୁ ଚାକିରୀରୁ ବହିଷ୍କାର କରିବା ପାଇଁ ଦାବି କରିଛି ବିଜେପି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ