ETV Bharat / city

ଓଡ଼ିଶା ନେତୃତ୍ୱର ସଫଳତାରେ ବିଜେପି ଅସହିଷ୍ଣୁ: ବିଜେଡି

author img

By

Published : Sep 10, 2022, 7:54 PM IST

କେନ୍ଦ୍ରୀୟ ଯୋଜନାକୁ ଓଡ଼ିଶା ସରକାର ହଡ଼ପ କରୁଥିବା ନେଇ ବିଜେପିର ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ବରିଷ୍ଠ ବିଜେଡ଼ି ବିଧାୟକ ଶଶୀଭୂଷଣ ବେହେରା । କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ କରେଇବାରେ କେନ୍ଦ୍ର ସରକାର ବିଫଳ ହୋଇଥିବା ଅଭିଯୋଗ କରିବା ସହ ଓଡ଼ିଶା ନେତୃତ୍ୱର ସଫଳତାରେ ବିଜେପି ଅସହିଷ୍ଣୁ ହୋଇପଡ଼ିଥିବା ସେ କହିଛନ୍ତି । ଅଧିକ ପଢ଼ନ୍ତୁ

ଓଡ଼ିଶା ନେତୃତ୍ୱର ସଫଳତାରେ ବିଜେପି ଅସହିଷ୍ଣୁ: ବିଜେଡ଼ି

ଭୁବନେଶ୍ବର: କେନ୍ଦ୍ରୀୟ ଯୋଜନାକୁ ଓଡ଼ିଶା ସରକାର ହଡ଼ପ କରୁଥିବା ବିଭିନ୍ନ ସମୟରେ ବିଜେପି ଅଭିଯୋଗ କରିଛି । ତେବେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାର ସମୀକ୍ଷା କରିବା ପାଇଁ 7 ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ସମୟରେ ବିଜେପିର ପୁରୁଣା ଅଭିଯୋଗ ପୁଣିଥରେ ତାଜା ହୋଇଛି । ତେବେ ଏହାର ଜବାବ ରଖିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଶଶୀଭୂଷଣ ବେହେରା ।

କେନ୍ଦ୍ର ସରକାର ରାଜ୍ୟବାସୀଙ୍କ ପାଇଁ ବିଭିନ୍ନ ସମୟରେ ବିଭିନ୍ନ ଉନ୍ନତି ମୂଳକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନା ଗୁଡ଼ିକୁ ରାଜ୍ୟ ସରକାର ଲୋକଙ୍କ ପାଖରେ ପହଞ୍ଚିବାକୁ ନଦେଇ ହଡ଼ପ କରିଦେଉଥିବା ଆଗରୁ ବାରମ୍ବାର ଅଭିଯୋଗ କରିଛି ବିଜେପି । ତେବେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାର ସମୀକ୍ଷା କରିବା ପାଇଁ 7 ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଛନ୍ତି । ବିଭିନ୍ନ ଜିଲ୍ଲା ଗସ୍ତ କରି ସରକାରୀ ଅଧିକାରୀ ମାନଙ୍କୁ ତାଗିଦ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଏହି ସମୟରେ ବିଜେପି ପୁଣିଥରେ ପୁରୁଣା ଅଭିଯୋଗକୁ ତାଜା କରିଛି ।

ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇ କେନ୍ଦ୍ରମନ୍ତ୍ରୀମାନେ ସରକାରୀ ଅଧିକାରୀ ମାନଙ୍କୁ ତାଗିଦ କରିବା ଘଟଣାକୁ ନିନ୍ଦା କରିଛି ବିଜେଡି । ବରିଷ୍ଠ ବିଜେଡି ବିଧାୟକ ଶଶୀଭୂଷଣ ବେହେରା ଏନେଇ ପ୍ରତିକ୍ରିୟାରେ କହିଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀମାନେ ଇନ୍ସପେକ୍ଟର ରାଜ ଭଳି ବ୍ୟବହାର କରୁଛନ୍ତି । ନିଜ ପ୍ରଶାସକ ମାନଙ୍କୁ ଏଭଳି ବ୍ୟବହାର କରିବା ଅନୁଚିତ ବୋଲି ସେ କହିଛନ୍ତି । ସେହିଭଳି କେନ୍ଦ୍ରୀୟ ଯୋଜନାକୁ ଓଡ଼ିଶା ସରକାର ହଡ଼ପ କରୁଥିବା ଅଭିଯୋଗର ମଧ୍ୟ ଜବାବ ରଖିଛନ୍ତି ବିଧାୟକ । କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ କରେଇବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି ।

ଶଶୀଭୂଷଣ କହିଛନ୍ତି ଯେ, "କେନ୍ଦ୍ରୀୟ ଯୋଜନା ରାଜ୍ୟ ସରକାର ହଡ଼ପ କରିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ତାହା ଓଡିଶାର ଜନସାଧାରଣ ଭଲ ଭାବେ ବୁଝିଛନ୍ତି । କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ କରେଇବାରେ କେନ୍ଦ୍ର ସରକାର ନିଜେ ବିଫଳ ହୋଇଛନ୍ତି । ବିଜେପି ଦଳ ଓଡିଶାକୁ ଫୋକସରେ ଏବେ ନୁହଁ, ପୂର୍ବରୁ ମଧ୍ୟ ନେଇଛି । ନିର୍ବାଚନ ପାଖାପାଖି ହୋଇଗଲେ ବିଜେପି ନେତାମାନେ ଫୋକସର କଥା କୁହନ୍ତି । କିନ୍ତୁ ଓଡ଼ିଶାବାସୀଙ୍କ ବିଶ୍ୱାସ ଜିଣିପାରନ୍ତି ନାହିଁ । ଓଡ଼ିଶା ନେତୃତ୍ୱର ସଫଳତାରେ ବିଜେପି ଅସହିଷ୍ଣୁ ହୋଇଛି । ସେମାନେ ଓଡ଼ିଶା ଓ ଓଡିଶାବାସୀଙ୍କ ବିଶ୍ୱାସକୁ ଜିଣି ପାରିଛନ୍ତି ନା ନାହିଁ ତାହା ଆଗାମୀ ଦିନରେ ଜଣାପଡ଼ିବ ।"

ସେପଟେ 2024ରେ ବିଜେଡି ସଫା ହୋଇଯିବା ପରେ ରାଜ୍ୟରେ ଇଡି ଓ ସିବିଆଇ ଲାଗିବ ବୋଲି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ମନ୍ତବ୍ୟକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡ଼ି ବିଧାୟକ ଶଶୀଭୂଷଣ ବେହେରା । କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଏକ ଅସହିଷ୍ଣୁ ମନୋଭାବର ପରିପ୍ରକାଶ ବୋଲି ଶଶୀଭୂଷଣ କହିଛନ୍ତି । ଏଭଳି ମତାମତ ରଖି ଜଣେ କେନ୍ଦ୍ର ମନ୍ତ୍ରୀ ନିଜର ଓ ପଦ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଛନ୍ତି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.