ETV Bharat / city

3 ଦଫା ଦାବି ନେଇ FCI ଆଗରେ ଧାରଣା ଦେଲା ବିଜେଡି - ଏଫସିଆଇ ଆଗରେ ବିଜେଡି ଧାରଣା

ଭାରତୀୟ ଖାଦ୍ୟ ନିଗମ କାର୍ଯ୍ୟାଳୟ ଆଗରେ ବିଜେଡି ଧାରଣା । କେନ୍ଦ୍ର ସରକାର ଦେଇନଥିବା ଚାଷୀଙ୍କ ବକେୟା ପଇସା ଓ FCIର ଚାଉଳ ଉଠାଣ ଅବହେଳା ପ୍ରତିବାଦରେ ଗଣଧାରଣା ଦେଇଛି ବିଜେଡି । ଅଧିକ ପଢନ୍ତୁ...

3 ଦଫା ଦାବି ନେଇ FCI ଆଗରେ ଧାରଣା ଦେଲା ବିଜେଡି

author img

By

Published : Jul 20, 2021, 5:30 PM IST

ଭୁବନେଶ୍ବର: 3 ଦଫା ଦାବି ନେଇ FCI ଆଗରେ ଧାରଣା ଦେଇଛି ବିଜେଡି । ବକେୟା ସବସିଡ଼ି, ବଳକା ଚାଉଳ କିଣା ଓ ସହାୟକ ମୂଲ୍ୟ ବୃଦ୍ଧି ନେଇ ଦାବି କରିଛି ଦଳ । ଭୁବନେଶ୍ବର ବିଜୁ ଜନତା ଦଳ ତରଫରୁ ଉତ୍ତର ଭୁବନେଶ୍ୱର ବିଧାୟକ ତଥା ସାଂଗଠନିକ ଜିଲ୍ଲା ସଭାପତି ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ବରେ ଦଳ ଆନ୍ଦୋଳନକୁ ଓହ୍ଲାଇଛି । କେନ୍ଦ୍ର ସରକାର ଦେଇନଥିବା ଚାଷୀଙ୍କ ବକେୟା ପଇସା ଓ FCIର ଚାଉଳ ଉଠାଣ ଅବହେଳା ପ୍ରତିବାଦରେ FCI କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ର ସରକାରଙ୍କର ବିରୁଦ୍ଧରେ ଗଣଧାରଣା ଦେଇଛି ବିଜେଡି ।

କେନ୍ଦ୍ର ସରକାର ଉପରେ ବାକି ଥିବା MSP ଅର୍ଥ ୬,୫୭୦ କୋଟି ଟଙ୍କା ଏବଂ ବଳକା ୭ ଲକ୍ଷ ମେଟ୍ରିଟନ୍ ଚାଉଳ କେନ୍ଦ୍ର ଉଠାଇବା ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨,୯୩୦ ଟଙ୍କା କରିବା ପାଇଁ ବିଜେଡି ଦାବି କରିଛି । ଯଦି କେନ୍ଦ୍ର ସରକାର ଓଡିଶାର ନ୍ୟାର୍ଯ୍ୟ ଦାବିକୁ କର୍ଣ୍ଣପାତ ନ କରନ୍ତି ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କର ବିରୁଦ୍ଧରେ ଏହିପରି ଚାଷୀ ଆନ୍ଦୋଳନ ଜାରି ରହିବ ବୋଲି ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦେବ ମତ ବ୍ୟକ୍ତ କରିଛନ୍ତି ।

ଏହି ଗଣଧାରଣାରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ପ୍ରଣବ ବଳବନ୍ତରାୟ , ଅରବିନ୍ଦ ଢାଲି, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ, ବିଜୁ ଜନତା ଦଳର ବରିଷ୍ଠ ନେତା ମିହିର କୁମାର ମହାନ୍ତି, ପ୍ରକାଶ ବସ୍ତିଆ, ରବି ସାମଲ, ବିଜୟ ନାୟକ, ସୁବାଷ ପାତ୍ର, ଅମରେଶ ଜେନା, ରଣଜିତ୍ ମହାପାତ୍ର, ବିରଞ୍ଚି ନାରାୟଣ ମହାସୂପକାର, ସମରେନ୍ଦ୍ର ସାହୁ, ଦୁର୍ଗା ସାମନ୍ତରାୟ, ପ୍ରଶାନ୍ତ ଦାସ, କୁନାଲ ରାଉତ, ସନ୍ଧ୍ୟା ବିଶ୍ଵାଳ, ଆଶିଷ ମିଶ୍ର, ଶ୍ରୀମୟୀ ମିଶ୍ର, ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ସମେତ ଯୁବସଭାପତି ସମରେଶ ବେଉରା, ଛାତ୍ର ସଭାପତି ସୁବାଷ ସାହୁ ପ୍ରମୁଖ ଯୋଗ ଦେଇଛନ୍ତି ।

ଭୁବନେଶ୍ୱର ଆଖପାଖ ଅଞ୍ଚଳର ବହୁ ସଫଳ ଚାଷୀ ଧାରଣାରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କର ଏଭଳି ଦୋମୁହାଁ ନୀତିକୁ ଦୃଢ ମାତ୍ରାରେ ନିନ୍ଦା କରିଛନ୍ତି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କୁ ବିଜେଡି ପକ୍ଷରୁ ପ୍ରଦାନ କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.