ETV Bharat / city

ଲେଖାଶ୍ରୀଙ୍କ ଗପ ଭିତ୍ତିହୀନ ଓ ମୂଲ୍ୟହୀନ: ଇପ୍ସିତା

author img

By

Published : Jun 17, 2021, 9:28 PM IST

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛି ବିଜେଡି । ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ରଖିଛନ୍ତି ପ୍ରତିକ୍ରିୟା । ଅଧିକ ପଢନ୍ତୁ...

ଲେଖାଶ୍ରୀଙ୍କ ଗପ ଭିର୍ତିହୀନ ଓ ମୂଲ୍ୟହୀନ
ଲେଖାଶ୍ରୀଙ୍କ ଗପ ଭିର୍ତିହୀନ ଓ ମୂଲ୍ୟହୀନ

ଭୁବନେଶ୍ବର: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛି ବିଜେଡି । ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ରଖିଛନ୍ତି ପ୍ରତିକ୍ରିୟା । ଲେଖାଶ୍ରୀ ସାମାନ୍ତସିଂହାର କ୍ରମାଗତ ଭାବେ ମିଛ କହି ଆସୁଛନ୍ତି । ଲେଖାଶ୍ରୀ ମିଛ କହି ଓଡ଼ିଶାବାସୀକୁ ଭ୍ରମିତ କରିବାକୁ ଅପଚେଷ୍ଟା କରି ଆସୁଛନ୍ତି ବୋଲି ଇପ୍ସିତା କହିଛନ୍ତି ।

କୋଭିଡ଼ ମହାମାରୀ ସମୟରେ ସାରା ଦେଶକୁ ଅକ୍ସିଜେନ ଓଡ଼ିଶା ଯୋଗାଇଛି । ତାହା କେବଳ ଦେଶ କାହିଁକି ସାରା ବିଶ୍ବ ଦେଖିଛି । ମହାମାରୀ ସମୟରେ ଯେତେବେଳେ ବାତ୍ୟା ୟସ ଓଡିଶାକୁ ଛୁଉଁଥିଲା ସେତେବେଳେ ଜିରୋ କାଜୁଆଲିଟି ଉପରେ ଫୋକସ କରିଥିଲେ ସରକାର ।

ଲେଖାଶ୍ରୀଙ୍କ ଗପ ଭିର୍ତିହୀନ ଓ ମୂଲ୍ୟହୀନ

ବାତ୍ୟା ସମୟରେ ବି ଅନ୍ୟ ରାଜ୍ୟକୁ ନିରବଚ୍ଛିନ୍ନ ଭାବେ ଅକ୍ସିଜେନ ପଠାଯିବ ସେନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୋଲିସ ପ୍ରଶାସନ ସହାୟତାରେ ଅକ୍ସିଜେନ ପହଁଚାଯାଉଥିଲା ।

କୋଭିଡ ସମୟରେ ଧନ ପଛ ଜୀବନ ଆଗ ବୋଲି ଆମେ ସମସ୍ତେ ହୃଦୟଙ୍ଗମ କରିଛନ୍ତି । ସେଥିପାଇଁ ସ୍ବାସ୍ଥ୍ୟ ଉପରେ ଫୋକସ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଯେତେବେଳେ ଓଡିଶା ସରକାର 8500 କୋଟି ଟଙ୍କା ସ୍ବାସ୍ଥ୍ୟର ଭିତ୍ତିଭୂମି ପାଇଁ ଘୋଷଣା କଲେ । ଏହା ବୋଧହୁଏ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବହୁତ କଷ୍ଟ ହୋଇଛି ।

ଲାଗୁଛି ସେଇ କଷ୍ଟ ପାଇଁ ବୋଧେ ଏଭଳି ଶସ୍ତା ରାଜନୈତିକ ମନ୍ତବ୍ୟ ରଖୁଛନ୍ତି ଲେଖାଶ୍ରୀ । ତାହାର ଜବାବ ଲୋକହସା ଭାବେ ସେ ଢେର ପାଇଛନ୍ତି । ବାଲେଶ୍ବର ଓ ପିପିଲି ଉପ ନିର୍ବାଚନ ପାଇଁ ଲେଖାଶ୍ରୀ ଟିକେଟ ଆଶାୟୀ ଥିଲେ । ଏଥିପାଇଁ ବଳ କସିବା ସହ ଜୋରଦାର ଲବି ବି କରିଥିଲେ ।

ଟିକେଟ ମିଳିଲା ନା ତାଙ୍କ ଆଶା ପୂରଣ ହେଲା । ବୋଧ ହୁଏ, ଲେଖାଶ୍ରୀ ସେ କଷ୍ଟ ଭୁଲି ପାରିନାହାନ୍ତି । ସେହି କଷ୍ଟ ପାଇଁ ଛାଟିପିଟି ହୋଇ ସେ ଏହି ଭଳି ଭିତ୍ତିହୀନ ମନ୍ତବ୍ୟ ଦେଉଛନ୍ତି । ହତାଶ ହୋଇ ଏହିପରି ଗୁଡ଼ାଏ ମିଛ ସର୍ବସାଧାରଣ ଓ ଗଣମାଧ୍ୟମ ଆଗରେ ଗପୁଛନ୍ତି । ଲେଖାଶ୍ରୀଙ୍କ ଗପ ଭିର୍ତିହୀନ ଓ ମୂଲ୍ୟହୀନ । ଲେଖାଶ୍ରୀଙ୍କୁ ପୂର୍ବରୁ ଜବାବ ମିଳିଛି । ଆଗାମୀ ଦିନରେ ମଧ୍ୟ ଜନସାଧାରଣ ତାଙ୍କୁ ଜବାବ ଦେବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.