ETV Bharat / city

ସାର ଅଭାବ ତାତି, କେନ୍ଦ୍ର ବିରୁଦ୍ଧରେ ପ୍ରତିବାଦ କଲା ବିଜେଡ଼ି - centre negligence

ରାଜ୍ୟରେ ସୃଷ୍ଟି ହୋଇଛି ସାର ଅଭାବ । ଗୋଟିଏ ପଟେ ମରୁଡି ସ୍ଥିତି ସୃଷ୍ଟି ହୋଇଥିବାବେଳେ ଅନ୍ୟପଟେ ସାର ଅଭାବ ନେଇ ବଢିବାରେ ଲାଗିଛି ଚାଷୀ ଅସନ୍ତୋଷ । କେନ୍ଦ୍ରର ଏଭଳି ଅବହେଳାକୁ ବିରୋଧ କରି ରାଜ୍ୟପାଳ ଭବନ ଆଗରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛି ବିଜେଡି । ଅଧିକ ପଢନ୍ତୁ...

ସାର ଅଭାବ ତାତି, କେନ୍ଦ୍ର ବିରୁଦ୍ଧରେ ପ୍ରତିବାଦ କଲା ବିଜେଡ଼ି

author img

By

Published : Sep 1, 2021, 3:38 PM IST

ଭୁବନେଶ୍ବର: ରାଜ୍ୟରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ ଜମି ଫାଟି ଆଁ କରିଛି । ତା' ଉପରେ ସାର ଅଭାବ । କେନ୍ଦ୍ରରୁ ଆବଶ୍ୟକ ପରିମାଣର ସାର ଆସୁନଥିବାରୁ ରାଜ୍ୟରେ ସାରର ଘୋର ଅଭାବ ଦେଖାଦେଇଛି । ଯାହାକୁ ନେଇ ବଢିବାରେ ଲାଗିଛି ଚାଷୀ ଅସନ୍ତୋଷ । ସେପଟେ ଆବଶ୍ୟକ ସାର ପାଇଁ ଦାବି କରିଆସୁଛନ୍ତି ଓଡିଶା ସରକାର । ଏନେଇ ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ ମଧ୍ୟ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ମରୁଡି ସମୟରେ ଚାଷୀ ହତାଶ ହେଉଥିବାବେଳେ କେନ୍ଦ୍ରର ଏଭଳି ଅବହେଳାକୁ ନେଇ ତୀବ୍ର ବିରୋଧ କରିଛି ବିଜେଡି । ବୁଧବାର ରାଜଭବନ ନିକଟରେ ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରାଯାଇଛି । ଏଥିସହ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛି ବିଜେଡି ।

ସାର ଅଭାବ ତାତି, କେନ୍ଦ୍ର ବିରୁଦ୍ଧରେ ପ୍ରତିବାଦ କଲା ବିଜେଡ଼ି

ସାର ଅଭାବକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି । ଚାଷ ଓ ଚାଷୀ ଅବସ୍ଥା ଅସମ୍ଭାଳ ହୋଇପଡ଼ିଲାଣି । ରାଜ୍ୟରେ ବର୍ତ୍ତମାନ 4 ଲକ୍ଷ ମେଟ୍ରିକ ଟନ୍‌ ସାର ଦରକାର ଥିବାବେଳେ ମାତ୍ର 2 ଲକ୍ଷ ମେଟ୍ରିକ ଟନ୍ କେନ୍ଦ୍ର ଦେଇଛି । ଚାଷ କାର୍ଯ୍ୟ ସରି ଆସୁଥିବାବେଳେ କେନ୍ଦ୍ର ସରକାର ୟୁରିଆ ସାର ଯୋଗାଉ ନଥିବା ବିଜେଡି ଅଭିଯୋଗ କରିଛି । ଏ ସମ୍ପର୍କରେ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରିଛି ବିଜେଡି ।

'ଆମର ଦରକାର ଫସଲ ପାଇଁ ସାର, ହେଳା ନ କରି ଯୋଗାଇ ଦିଅ କେନ୍ଦ୍ର ସରକାର' । ଏଭଳି ସ୍ଲୋଗାନ ଲେଖା ଥିବା ପୋଷ୍ଟର ଧରି ପ୍ରତିବାଦ କରିଛି ବିଜୁ କୄଷକ ଜନତା ଦଳ । ଆକ୍ସନ ପ୍ଲାନ ଅନୁସାରେ କେନ୍ଦ୍ର ସାର ଦେଉନହିଁ । ଚାଷୀଙ୍କ ସ୍ବାର୍ଥ ପାଇଁ ଲଢ଼େଇ ଜାରି ରହିଛି । ରାଜ୍ୟକୁ ଅଧିକାରରୁ ବଞ୍ଚିତ କରାଯାଉଛି । ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଜେଡି କହିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.