ETV Bharat / city

‘ବିଜେପି ନେତା ସାରଦା ପ୍ରଧାନ ଅପରାଧ ପ୍ରବଣ ବ୍ୟକ୍ତି’

author img

By

Published : Mar 19, 2021, 10:56 PM IST

Updated : Mar 20, 2021, 7:27 AM IST

ମାହାଙ୍ଗାର ବିଭିନ୍ନ ପ୍ରସଙ୍ଗ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ଏମିତି କି ଅଭିଯୋଗ ବ୍ୟକ୍ତିଗତ ସ୍ତରକୁ ଆସିଗଲାଣି । ବିଜେପି ନେତା ସାରଦାଙ୍କ ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଅଧିକ ପଢନ୍ତୁ....

‘ବିଜେପି ନେତା ସାରଦା ପ୍ରଧାନ ଅପରାଧ ପ୍ରବଣ ବ୍ୟକ୍ତି’
‘ବିଜେପି ନେତା ସାରଦା ପ୍ରଧାନ ଅପରାଧ ପ୍ରବଣ ବ୍ୟକ୍ତି’

ଭୁବନେଶ୍ବର: ମାହାଙ୍ଗାର ବିଭିନ୍ନ ପ୍ରସଙ୍ଗ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ଏମିତି କି ଅଭିଯୋଗ ବ୍ୟକ୍ତିଗତ ସ୍ତରକୁ ଆସିଗଲାଣି । ଅଞ୍ଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟୟ ଲାଗି ଆଇନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଦାୟୀ କରିଥିଲେ ବିଜେପି ନେତା ସାରଦା ପ୍ରଧାନ । ସେପଟେ ସାରଦାଙ୍କୁ କାଉଣ୍ଟର ଆଟାକ କରିଛି ବିଜେଡି । ଦଳୀୟ କାର୍ଯ୍ୟାଳୟରେ ସ୍ଥାନୀୟ ମାହାଙ୍ଗା ନେତାଙ୍କ ସହ ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତା ସାରଦାଙ୍କ ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି କହିଛି, ସଂସ୍କୃତି ସମ୍ପୂର୍ଣ୍ଣ ମାଟି ମାହାଙ୍ଗାକୁ ବଦନାମ କରିବାକୁ ଚାଲିଛି ଅପଚେଷ୍ଟା । ବିଜେପି ନେତା ସାରଦା ପ୍ରଧାନଙ୍କ ନେତୃତ୍ୱରେ ଏହି ସୁଚିନ୍ତିତ ଉଦ୍ୟମ ହେଉଥିବା ବିଜେଡି ଅଭିଯୋଗ କରିଛି । ନୟାପଲ୍ଲୀ ଥାନାରେ କିଛି ଦିନ ତଳେ ହୋଇଥିବା ଭଡାଟିଆଙ୍କ ଉପରେ ବିଜେପି ନେତ୍ରୀ ଓ ତାଙ୍କ ସହଯୋଗୀଙ୍କ ଆକ୍ରମଣ ଘଟଣାରେ ସାରଦାଙ୍କ ନାଁ ଅଛି । ଏହା ମାହାଙ୍ଗା ବିଜେପି ପ୍ରାର୍ଥୀଙ୍କ ଅପରାଧିକ କାର୍ଯ୍ୟ ସୂଚିତ କରିଛି ।

ମାହାଙ୍ଗା ଅଧକ୍ଷ ଶରତ ନାୟକ କହିଛନ୍ତି, ସାରଦା ପ୍ରଧାନ ହେଉଛନ୍ତି ମାହାଙ୍ଗା ନିର୍ବାଚନମଣ୍ଡଳୀ ପାଇଁ କଳଙ୍କ । ତାଙ୍କ ଇତିହାସ କହେ, ସେ ଜଣେ ଘୃଣ୍ୟ ବ୍ୟକ୍ତି । ୯୭ ମସିହାରେ ସାରଦା ବିପିଏଲ କ୍ୟାଟାଗୋରିରେ ଥିଲେ । ଆଉ ଆଜି ସାରଦା ପ୍ରଧାନ କୋଟି କୋଟି ଟଙ୍କାର ମାଲିକ । ମାହାଙ୍ଗା ବିକାଶ ପରିଷଦ ନାଁରେ କୋଟି କୋଟି ଟଙ୍କା ଚଳୁ କରିଛନ୍ତି ସାରଦା । ୧୯୯୯ ମସିହାରେ ସେ ନିଜ ଭାଇକୁ ହଇରାଣ କରି ୧୪ ଦିନ ଚୌଦ୍ୱାର ଜେଲରେ ଥିଲେ ।

ନିଶ୍ଚିତକୋଇଲି ଅଧକ୍ଷ ସବିତା ଓଝା କହିଛନ୍ତି, ସାରଦା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅଯଥା ବଦନାମ କରିଛନ୍ତି । ଡବଲ ମର୍ଡର ଘଟଣାରେ ମନ୍ତ୍ରୀଙ୍କ କୌଣସି ସମ୍ପୃକ୍ତି ନାହିଁ । ରାଜନୈତିକ ଅଭିଶନ୍ଧି ରଖି ଶସ୍ତା ରାଜନୀତି କରୁଛି ବିଜେପି । ମର୍ଡର କେସରେ ଅପରାଧୀଙ୍କୁ ସହଯୋଗ କରୁଛି ରାଜ୍ୟ ବିଜେପି । ୫ ଥର ମ୍ୟାଟ୍ରିକ ଫେଲ ହୋଇଥିବା ସାରଦା ଜଣେ ହାର୍ଡକୋର କ୍ରିମିନାଲ । ସାରଦା ନୀତି ନୈତିକତା ନଶିଖାନ୍ତୁ । ରାଜନୀତିକୁ ଏତେ ତଳ ସ୍ତରକୁ ନେବାର କୌଣସି ଯଥାର୍ଥତା ନାହିଁ ବୋଲି ସେ କହିଛନ୍ତି । ଯେଉଁ ରାଲି ନେଇ ଆସୁଛନ୍ତି ସେଥିରେ ଜନସମର୍ଥନ ନାହିଁ ବୋଲି ସବିତା କହିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

Last Updated : Mar 20, 2021, 7:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.