ଭୁବନେଶ୍ବର: ଶେଷ ହୋଇଛି ପାଟକୁରା ନିର୍ବାଚନ । ନିର୍ବାଚିତ ହୋଇସାରିଛନ୍ତି ବିଧାୟିକା । ହେଲେ ରାଜନୈତିକ ମଞ୍ଚରେ ପାଟକୁରାକୁ ନେଇ ସରୁନାହିଁ ହିସାବ କିତାବ ।
ଆଜି ପାଟକୁରା ବିଧାୟିକା ଓ ପାଟକୁରା ନିର୍ବାଚନରେ ସୈନ୍ୟ ସେନାପତି ସାଜିଥିବା ସମସ୍ତ ନେତାଙ୍କୁ ନେଇ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଦେଢ ଘଣ୍ଟା ଧରି ଚାଲିଥିଲା ବିଚାର ବିର୍ମଶ । ନିର୍ବାଚନରେ ଦିଆଯାଇଥିବା ପ୍ରତିଶୃତି କିଭଳି ପାଳନ ହେବ ସେନେଇ ସମସ୍ତ ନେତାଙ୍କୁ ନେଇ ଆଲୋଚନା ହେଉଥିଲା ବୋଲି କୁହାଯାଉଛି ।
ତେବେ ଅନ୍ୟ ଏକ ଚର୍ଚ୍ଚାକୁ ବିଶ୍ବାସ ଯଦି କରାଯାଏ ତେବେ ପାଟକୁରା ନିର୍ବାଚନ ପରେ ଦେଖାଦେଇଥିବା ଅସନ୍ତୋଷକୁ ପ୍ରଷମିତ କରିବା ପାଇଁ ଏହି ବୈଠକରେ ରଣନୀତି ହୋଇଥିଲା ବୋଲି କୁହାଯାଉଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ