ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜି ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ମିଳିତ ଆନୁକୂଲ୍ୟରେ ଦଳର ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଶ୍ୱଦିପ ପ୍ରଧାନଙ୍କ ନେତୃତ୍ବରେ ଆୟୋଜିତ ରକ୍ତଦାନ ଶିବିରରେ ୭୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।
ରକ୍ତଦାନ ଶିବିରକୁ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଯୁବ ବ୍ୟାପାର ପ୍ରଣବ ବଳବନ୍ତରାୟ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ବିଜୁ ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳନ୍ତରାୟ ଉଦଘାଟନ କରିଥିଲେ । ବରିଷ୍ଠ ଆଇନଜୀବୀ କୈଳାଶ ଚନ୍ଦ୍ର ପାତ୍ର, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଅମରେଶ ଜେନା, ମୀର ପରିଡ଼ା, ଦୁର୍ଗା ସାମନ୍ତରାୟ, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଛାତ୍ର ବ୍ୟାପାର ମନ୍ଦାକିନୀ କର, ଅମରଜିତ୍ ସେନାପତି ଓଡ଼ିଶା ମୋ ପରିବାରର ସଂଯୋଜକ ରୁଦ୍ର ସାମନ୍ତରାୟ, ଛାତ୍ରନେତା ସଂଜୀବ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସମସ୍ତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।
ବିଜୁ ଛାତ୍ର ଜନତା ଦଳର ଭୁବନେଶ୍ବର ଜୋନ ସଭାପତି ଭଗବାନ ସାହୁ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ପ୍ରଦୋଷ ପରିଡ଼ା, ଅପୂର୍ବ ଅପରୂପା, ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ୍ ପାଲଟା ସିଂ, ମିକୁ ପ୍ରଧାନ, ଦେବସ୍ମିତା ଦାସ, ରାଜ୍ୟ ସମ୍ପାଦକ ସୁଚିଶ୍ମିତା ବେହେରା, ଚିନ୍ମୟୀ ଜେନା, ଦେବୀ ପ୍ରସାଦ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ