ETV Bharat / city

BJD Politics: ସଫଳତା-ବିଫଳତାର କାରଣ ଖୋଜୁଛି ଦଳ, ରିପୋର୍ଟ ଦେବେ ପର୍ଯ୍ୟବେକ୍ଷକ

author img

By

Published : Apr 23, 2022, 10:25 PM IST

ପର୍ଯ୍ୟବେକ୍ଷକ ମାନଙ୍କ ସହ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜିଠୁ 3 ଦିନ ଧରି ଦଳର ସଫଳତା ଓ ବିଫଳତାର କାରଣ ବୁଝିବେ ନବୀନ । ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିଥିଲେ ବି କାହିଁକି ଅନେକ ସ୍ଥାନରେ ପରାଜୟ ବରଣ କଲା ତାହାର କାରଣ ବୁଝିବେ ନବୀନ । ଆସନ୍ତା 10 ଦିନରେ ବିଜୟ ଓ ପରାଜୟର କାରଣ କଣ ବୋଲି ପର୍ଯ୍ୟବେକ୍ଷକଙ୍କୁ ରିପୋର୍ଟ ତଲବ କରିଛନ୍ତି ବିଜେଡି ସୁପ୍ରିମୋ । ଅଧିକ ପଢନ୍ତୁ

ସଫଳତା  ବିଫଳତାର କାରଣ ଖୋଜୁଛି ଦଳ, ରିପୋର୍ଟ ଦେବେ ପର୍ଯ୍ୟବେକ୍ଷକ

ଭୁବନେଶ୍ବର: ପର୍ଯ୍ୟବେକ୍ଷକ ମାନଙ୍କ ସହ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜିଠୁ 3 ଦିନ ଧରି ଦଳର ସଫଳତା ଓ ବିଫଳତାର କାରଣ ବୁଝିବେ ନବୀନ । ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିଥିଲେ ବି କାହିଁକି ଅନେକ ସ୍ଥାନରେ ପରାଜୟ ବରଣ କଲା ତାହାର କାରଣ ବୁଝିବେ ନବୀନ । ଆସନ୍ତା 10 ଦିନରେ ବିଜୟ ଓ ପରାଜୟର କାରଣ କଣ ବୋଲି ପର୍ଯ୍ୟବେକ୍ଷକଙ୍କୁ ରିପୋର୍ଟ ତଲବ କରିଛନ୍ତି ବିଜେଡି ସୁପ୍ରିମୋ ।

ଆସନ୍ତା 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସଙ୍ଗଠନକୁ ତୃଣମୂଳ ସ୍ତରରୁ ଅଧିକ ସୁଦୃଢ କରିବ ବିଜେଡି । ଏଥି ପାଇଁ ରଣନୀତି ପ୍ରସ୍ତୁତ କରୁଛି ଦଳ । ନିଜ ନିଜ ଜିଲ୍ଲାରେ କଣ ରଣନୀତି ଆପଣା ଯିବାର ଆବଶ୍ୟକତା ରହିଛି ସେ ନେଇ ରିପୋର୍ଟ ମାଗିଛନ୍ତି ବିଜେଡି ସଭାପତି । 10 ଦିନ ମଧ୍ୟରେ ରିପୋର୍ଟ ଦେବାକୁ ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ରିପୋର୍ଟ ମିଳିବା ପରେ ପୁନର୍ବାର ବୈଠକ ବସି ରୋଡ ମ୍ୟାପ ପ୍ରସ୍ତୁତ ହେବ । ନବୀନଙ୍କ ସହ ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ନୟାଗଡ, ବାଲେଶ୍ବର ଓ କେନ୍ଦ୍ରାପଡା ପର୍ଯ୍ୟବେକ୍ଷକ । ନୟାଗଡ ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରା କହିଛନ୍ତି ଯେ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ ନେଇ ରିପୋର୍ଟ ମାଗିଛନ୍ତି ଦଳର ସଭାପତି ।

ଆସନ୍ତା 10 ଦିନ ମଧ୍ୟରେ ରିପୋର୍ଟ ମିଳିବା ପରେ 2024 ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବ ଦଳ । ସେହିପରି ବାଲେଶ୍ଵର ପର୍ଯ୍ୟବେକ୍ଷକ ପ୍ରତାପ ଦେବ କହିଛନ୍ତି ଯେ, ଜିଲ୍ଲାରେ ଦଳର ଫଳାଫଳ ନେଇ ଦଳର ସଭାପତି ଆଲୋଚନା କରିଛନ୍ତି । ବ୍ୟକ୍ତିଗତ ଭାବେ ଜଣକା ଲେଖା ପର୍ଯ୍ୟବେକ୍ଷକଙ୍କ ସହ ମୁଖିଆ କଥା ହୋଇଛନ୍ତି । ନିଜର ଭୁଲ ଚିହ୍ନଟ କରି ଏହାକୁ ସୁଧୁରିବା ଲାଗି ଏହି ବୈଠକ ଆୟୋଜନ ହୋଇଛି ।

ଅନ୍ୟପଟ କେନ୍ଦ୍ରାପଡା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ, ଦଳ ଭିତରେ ଥିବା ମତଭେଦ ଯୋଗୁଁ କିଛି ସ୍ଥାନରେ ଆମେ ହାରିଛୁ । ଏନେଇ ଆମେ ସଭାପତିଙ୍କୁ ଜଣାଇବୁ । ପରବର୍ତ୍ତୀ ସମୟରେ ଏହା ଦୂର କରିବା ଲାଗି ସଭାପତି ପଦକ୍ଷେପ ନେବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.