ETV Bharat / city

ବକେୟା ସବସିଡି ପ୍ରସଙ୍ଗ, ପୀୟୂଷ ଗୋଏଲଙ୍କୁ ଭେଟିଲା ବିଜେଡି ସଂସଦୀୟ ଦଳ

author img

By

Published : Jul 20, 2021, 3:26 PM IST

Updated : Jul 20, 2021, 7:37 PM IST

ସଂସଦରେ ଅଶାନ୍ତି ମଧ୍ୟରେ ବିଜେଡି ସାଂସଦଙ୍କ ସହ ବୈଠକ କରିଛନ୍ତି ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ପୀୟୂଷ ଗୋଏଲ । ଅଧିକ ପଢନ୍ତୁ...

ରାଜ୍ୟର ବକେୟା ପ୍ରସଙ୍ଗ, କେନ୍ଦ୍ରମନ୍ତ୍ରୀ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସଂସଦୀୟ ଦଳ

ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ବି ଜାରି ରହିଛି ଜୋରଦାର ହଙ୍ଗାମା । ପେଗାସସ ଝଡରେ ପ୍ରଶ୍ନକାଳ ଧୋଇଯାଇଛି । ଉଭୟ ଲୋକସଭା ଓ ରାଜ୍ୟସଭାରେ ପେଗାସସ ସ୍ପାଇୱେୟାର ପ୍ରସଙ୍ଗକୁ ନେଇ ଗର୍ଜନ କରିଛନ୍ତି ବିରୋଧୀ । ଏପଟେ ସଂସଦରେ ଅଶାନ୍ତି ମଧ୍ୟରେ ବିଜେଡି ସାଂସଦଙ୍କ ସହ ବୈଠକ କରିଛନ୍ତି ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ପୀୟୂଷ ଗୋଏଲ । ରାଜ୍ୟର ବକେୟା ଥିବା ସବସିଡ଼ି ଟଙ୍କା ଓ ଚାଉଳ କିଣା ପ୍ରସଙ୍ଗ ଉପରେ କେନ୍ଦ୍ର ଖାଉଟି କଲ୍ୟାଣ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ନିଜ ଦାବି ଜଣାଇଛନ୍ତି ବିଜେଡି ସଂସଦୀୟ ଦଳ । କେନ୍ଦ୍ର ଉପରେ ବାକି ଥିବା ସବ୍‌ସିଡି ଟଙ୍କା ଓ ଚାଉଳ କିଣିବା ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ବିଜେଡି ପ୍ରତିନିଧି ଦଳ ।

ବକେୟା ସବସିଡି ପ୍ରସଙ୍ଗ, ପୀୟୂଷ ଗୋଏଲଙ୍କୁ ଭେଟିଲା ବିଜେଡି ସଂସଦୀୟ ଦଳ

ବକେୟା ଖାଦ୍ୟ ରିହାତି, ଧାନ ସଂଗ୍ରହରେ ବଳକା ଶସ୍ୟ ଉଠାଣ ପାଇଁ ଦାବି କରିଛି ବିଜେଡି ସଂସଦୀୟ ଦଳ । ରାଜ୍ୟରେ ୫୨.୩୫ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ ହୋଇଛି । ରାଜ୍ୟକୁ ୭୧୬.୩୪ କୋଟିର ଆଡଭାନ୍ସ ସବସିଡି ମିଳିଛି । ବିଜେଡି କହିଛି, କୋଭିଡ ସମୟରେ ରାଜ୍ୟ ସରକାର ନିଜେ ବନ୍ଧା ପଡି ଧାନ ସଂଗ୍ରହ କରିଛନ୍ତି । ଏ ବାବଦକୁ 6570 କୋଟି ଟଙ୍କା ଏଯାଏଁ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିନି । ତୁରନ୍ତ ଏହି ଟଙ୍କା ପ୍ରଦାନ କରନ୍ତୁ ବୋଲି ବିଜେଡି ଦାବି କରିଛି । ରାଜ୍ୟରେ ମୋଟ ପଞ୍ଜିକୃତ ଚାଷୀ ହେଉଛନ୍ତି 13 ଲକ୍ଷ 94 ହଜାର । ଗତ ଦୁଇ ବର୍ଷରେ ଅଧିକ 3 ଲକ୍ଷ 83 ହଜାର ଚାଷୀ ପଞ୍ଜିକରଣ କରିଛନ୍ତି । ପ୍ରାୟ 48 ପ୍ରତିଶତ ଚାଷୀ ବଢ଼ିଛନ୍ତି । ତେଣୁ ଅଧିକ ଧାନ ସଂଗ୍ରହ ହୋଇ ଚାଉଳ ହୋଇଛି । ବଳକା 7 ଲକ୍ଷ ମେଟ୍ରିକ ଟନ ଚାଉଳ କେନ୍ଦ୍ର ସରକାର ତୁରନ୍ତ ଉଠାନ୍ତୁ ବୋଲି ବିଜେଡି ଦାବି କରିଛି । ଆବଶ୍ୟକ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ପୀୟୂଷ ଗୋଏଲ ।

ପୀୟୂଷ ଗୋଏଲଙ୍କ ସହ ହୋଇଥିବା ଏହି ବୈଠକରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ଅନୁଭବ ମହାନ୍ତି, ସୁବାସ ସିଂହ, ମୁନା ଖାଁ, ଚନ୍ଦ୍ରାଣୀ ମୁର୍ମୁ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ

Last Updated : Jul 20, 2021, 7:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.