ETV Bharat / city

କାଲି ଶପଥ ନେବେ ଦ୍ରୌପଦୀ, ଦିଲ୍ଲୀ ଅଭିମୁଖେ କେନ୍ଦ୍ରମନ୍ତ୍ରୀ ଓ ସାଂସଦ - କାଲି ଶପଥ ନେବେ ଦ୍ରୌପଦୀ ମୁର୍ମୁ

ଆସନ୍ତାକାଲି ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ଏଥିଲାଗି କେନ୍ଦ୍ର ରେଳମନ୍ତ୍ରୀ ଆଶ୍ଵିନୀ ବୈଷ୍ଣବ ଓ ସାଂସଦ ଅଚ୍ୟୁତ ସାମନ୍ତ ଦିଲ୍ଲୀ ଗସ୍ତ କରିଛନ୍ତି । ଅଧିକ ପଢନ୍ତୁ

କାଲି ଶପଥ ନେବେ ମୁର୍ମୁ, ଦିଲ୍ଲୀ ଅଭିମୁଖେ BJD ସାଂସଦ ଓ କେନ୍ଦ୍ରମନ୍ତ୍ରୀ

author img

By

Published : Jul 24, 2022, 4:08 PM IST

ଭୁବନେଶ୍ବର: ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କରି ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ଏହି ସର୍ବୋଚ୍ଚ ପଦରେ ଅଳଙ୍କୃତ କରିବେ । ଆସନ୍ତାକାଲି ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ ତାଙ୍କୁ ଭେଟିବା ଲାଗି ଦିଲ୍ଲୀ ଅଭିମୁଖେ ଯାତ୍ରା କଲେ ବିଜେଡ଼ି ସାଂସଦ ଅଚ୍ୟୁତ ସାମନ୍ତ ଓ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

କାଲି ଶପଥ ନେବେ ଦ୍ରୌପଦୀ ମୁର୍ମୁ, ଦିଲ୍ଲୀ ଅଭିମୁଖେ BJD ସାଂସଦ ଓ କେନ୍ଦ୍ରମନ୍ତ୍ରୀ

ଆଜି ସନ୍ଧ୍ୟା ସାଢେ ୫ଟା ସମୟରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡିର ସମସ୍ତ ସାଂସଦ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିବେ । କେନ୍ଦ୍ର ରେଳମନ୍ତ୍ରୀ ଆଶ୍ଵିନୀ ବୈଷ୍ଣବ ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି । ଏ ନେଇ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି ଯେ, "ଓଡିଆ ମାନଙ୍କ ପାଇଁ ଗର୍ବର କଥା । ଏକ ଛୋଟ ଗ୍ରାମରୁ ସେ ଆଜି ରାଷ୍ଟ୍ରପତି ରୂପେ ପରିଚିତ ହେବେ ।"

ସେହିପରି ସାଂସଦ ଅଚ୍ୟୁତ ସାମନ୍ତ କହିଛନ୍ତି ଯେ, "ଦ୍ରୌପଦୀଙ୍କୁ ପ୍ରାର୍ଥୀ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କ ପାଇଁ ଅଧିକରୁ ଅଧିକ ସମର୍ଥନ ଯୋଗାଡ଼ ଲାଗି ପଦକ୍ଷେପ ନେଇଥିଲେ ସେଥିପାଇଁ ତାଙ୍କୁ ମଧ୍ୟ ଧନ୍ୟବାଦ | ଦ୍ରୌପଦୀ ମୁର୍ମୁଙ୍କ ସ୍ଵର୍ଗବାସୀ ପୁତ୍ର କିଟ୍‌ରେ ପାଠ ପଢ଼ିଛନ୍ତି ଏବଂ ତାଙ୍କ ଜାମାତା ମଧ୍ୟ କିସ୍‌ରେ ପାଠ ପଢିବା ସହ ଜଣେ ଉଚ୍ଚ ସ୍ତରର ରଗଵୀ ଖେଳାଳୀ ଥିଲେ | ମୁଁ ନିଜେ 30 ବର୍ଷ ହେଲା ଜନଜାତିଙ୍କ ଲାଗି କାମ କରେ, ତାଙ୍କୁ ବହୁତ ଆଦର କରେ । ସେଥିପାଇଁ ମୁଁ ବହୁତ ଖୁସି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.