ETV Bharat / city

ବିଧାୟକ ସୌମ୍ୟଙ୍କ ସମ୍ବେଦନହୀନ ମନ୍ତବ୍ୟ, ପରୀ ହତ୍ୟାକାଣ୍ଡ ସାମାନ୍ୟ ଘଟଣା

author img

By

Published : Nov 27, 2020, 3:11 PM IST

ପରୀ ହତ୍ୟା ଘଟଣା ଏକ ଛୋଟିଆ ଅଘଟଣ। ପରବର୍ତ୍ତୀ ସମୟରେ ପୋଲିସ ଏହାକୁ ହତ୍ୟା ବୋଲି କହିଛି । ସେଥିରେ କାହାର ସମ୍ପୃକ୍ତି ଅଛି କି ନାହିଁ ତଦନ୍ତରେ ଜଣାପଡ଼ିବ ବୋଲି କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ:

ବିଧାୟକ ସୌମ୍ୟଙ୍କ ସମ୍ବେଦନହୀନ ମନ୍ତବ୍ୟ, ପରୀ ହତ୍ୟାକାଣ୍ଡ ସାମାନ୍ୟ ଘଟଣା
ବିଧାୟକ ସୌମ୍ୟଙ୍କ ସମ୍ବେଦନହୀନ ମନ୍ତବ୍ୟ, ପରୀ ହତ୍ୟାକାଣ୍ଡ ସାମାନ୍ୟ ଘଟଣା

ଭୁବନେଶ୍ବର: ପରୀ ହତ୍ୟା ମାମଲାକୁ ନେଇ ରାଜନୀତି ସରଗରମ । ଉଠୁଛି ପଡୁଛି ଗୃହ । ଗୃହରେ ପ୍ରବଳ ହଟ୍ଟଗୋଳ ପରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ପରୀ ହତ୍ୟା ଘଟଣାକୁ ଛୋଟିଆ ଘଟଣା ବୋଲି କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଯାହାକୁ ନେଇ ରାଜନୀତି ତେଜିବାରେ ଲାଗିଲାଣି ।

ସୌମ୍ୟ ରଞ୍ଜନ ପ୍ରତିକ୍ରିୟା ରଖି କହିଛନ୍ତି, ‘ମନ୍ତ୍ରୀଙ୍କ ସମୃକ୍ତି ଅଛି ବୋଲି କେମିତି ଜାଣିବା। ଏହା ଗୋଟିଏ ଛୋଟିଆ ଅଘଟଣ ପରବର୍ତ୍ତୀ ସମୟରେ ପୋଲିସ ହତ୍ୟା ବୋଲି କହିଛି । ସେଥିରେ କାହାର ସମ୍ପୃକ୍ତି ଅଛି କି ନ ଅଛି । ତଦନ୍ତ କଲେ ଜଣାପଡିବ । ଏସଆଇଟି ତଦନ୍ତ ନିର୍ଦ୍ଦେଶ ପରେ ଗୃହକୁ ଅଚଳ କରିବାର କୌଣସି କାରଣ ନାହିଁ । ବିରୋଧୀ ଦଳର ଦାବିକୁ ଗ୍ରହଣ କରିଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବିରୋଧୀ କଂଗ୍ରେସ ଏସଆଇଟି ତଦନ୍ତ ଦାବି କରୁଥିଲେ। ସରକାର ବିରୋଧୀ ଦଳକୁ ସମ୍ମାନ ଜଣାଇ ଏସଆଇଟି ତଦନ୍ତ ହୋଇଛି । ’

ହେଲେ ଏଠାରେ ପ୍ରଶ୍ନ ଉଠୁଛି । ପରୀ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ବିକ୍ଷୋଭ ଆନ୍ଦୋଳନ ହେଉଛି । ଏହାସହ ଗୃହ ମଧ୍ୟ ଦୁଇଦିନ ହେବ ଅଚଳ । ଏହାକୁ ବିଜେଡି ବିଧାୟକ ଏକ ସାମାନ୍ୟ ଅଘଟଣ କହିବା କେତେଦୂର ଯୁକ୍ତି ଯୁକ୍ତ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.