ETV Bharat / city

ରାଜନୀତିରେ ସଫଳ ଚାହୁଁଥିବା ବ୍ୟକ୍ତି ଅମିତ ଶାହ ପୁସ୍ତକ ପଢିବା ଉଚିତ: ସୌମ୍ୟ

'ଅମିତ ଶାହ ଓ ବିଜେପିର ଯାତ୍ରା' ପୁସ୍ତକ ଉନ୍ମୋଚିତ ହୋଇଛି । ରାଜନୀତିରେ ସଫଳ ଚାହୁଁଥିବା ବ୍ୟକ୍ତି ଏହି ପୁସ୍ତକ ନିହାତି ପଢିବା ଉଚିତ ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ବିଜେଡ଼ି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ

ରାଜନୀତିରେ ସଫଳ ଚାହୁଁଥିବା ବ୍ୟକ୍ତି ଅମିତ ଶାହ ପୁସ୍ତକ ପଢିବା ଉଚିତ: ସୌମ୍ୟ
ରାଜନୀତିରେ ସଫଳ ଚାହୁଁଥିବା ବ୍ୟକ୍ତି ଅମିତ ଶାହ ପୁସ୍ତକ ପଢିବା ଉଚିତ: ସୌମ୍ୟ
author img

By

Published : Jul 11, 2022, 10:04 PM IST

ଭୁବନେଶ୍ବର: ରାଜନୈତିକ ଦଳର ସଫଳତା ପଛରେ ଯେଉଁ ରହସ୍ୟ ଗୁଡିକ ଅଛି ସେ ସମ୍ପର୍କରେ ପୁସ୍ତକରେ ଲେଖକ ଉଲ୍ଲେଖ କରିଛନ୍ତି । ତେଣୁ ଆମେ ଯେଉଁ ମାନେ ରାଜନିତୀରେ ଅଛୁ ଏବଂ ଯେଉଁ ମାନଙ୍କୁ ସଫଳତା ନିହାତି ଦରକାର ସେମାନେ ଏହି ପୁସ୍ତକକୁ ଅଧ୍ୟୟନ କରିବା ଉଚିତ । 'ଅମିତ ଶାହ ଓ ବିଜେପିର ଯାତ୍ରା' ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡ଼ି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି ।

ରାଜନୀତିରେ ସଫଳ ଚାହୁଁଥିବା ବ୍ୟକ୍ତି ଅମିତ ଶାହ ପୁସ୍ତକ ପଢିବା ଉଚିତ: ସୌମ୍ୟ

ଦଳର ପ୍ରଭାବ ଗଣତନ୍ତ୍ରରେ ଏତେ ବଢିଗଲାଣି ଯେ, ବିନା ଦଳରେ କିଛି କରିବା ସମ୍ଭବ ନୁହେଁ । କିନ୍ତୁ ଏବେ ଦେଖାଯାଉଛି ଦଳ ଓ ରାଜନୈତିକ ବ୍ୟକ୍ତିମାନେ ପଛକୁ ପଳାଇଲେଣି ଏବଂ ଅମଲାତନ୍ତ୍ର ଆଗକୁ ଆସିଛି । ଏହା ଭଲ ଲକ୍ଷଣ ନୁହେଁ । ଏହା ଏକ ଉପାଦେୟ ପୁସ୍ତକ । ଗୋଟିଏ ରାଜନୈତିକ ଦଳର ସଫଳତା ପଛରେ ଯେଉଁ ରହସ୍ୟ ଗୁଡିକ ଅଛି ସେ ସମ୍ପର୍କରେ ବି ପୁସ୍ତକରେ ଲେଖକ ଉଲ୍ଲେଖ କରିଛନ୍ତି । ତେଣୁ ଆମେ ଯେଉଁ ମାନେ ରାଜନୀତିରେ ଅଛୁ ଏବଂ ଯେଉଁ ମାନଙ୍କୁ ସଫଳତା ନିହାତି ଦରକାର ସେମାନେ ଏହି ପୁସ୍ତକକୁ ଅଧ୍ୟୟନ କରିବା ଉଚିତ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, " ପୁସ୍ତକ ପଢି ନିଜର ଅନୁଭବ ସହ ତାଙ୍କର ଅନୁଭବକୁ ମିଳାଇ ଦେଖିବା ଉଚିତ । ଯେ କାହିଁକି ତାଙ୍କୁ ସଫଳତା ମିଳିଲା, ମତେ ସଫଳତା ମିଳିଲା ନାହିଁ ବା ଅଧିକ ସଫଳ ହେବାକୁ ହେଲେ ଆଉ କଣ କରିବାକୁ ପଡିବ । ସେ ଯେଉଁଭଳି ଚିନ୍ତା କରିଛନ୍ତି । ସଙ୍ଗଠନ, ସଂଘର୍ଷ ଏବେ ସଂରଚନା । ଠିକ୍ ସେହିଭଳି ଭାବରେ ପ୍ରତି ବୁଥରେ କିଭଳି ଭୋଟର ମାନଙ୍କୁ ଏକାଠି କରି ରଖିବାକୁ ହେବ । ଏଣୁ ସ୍ଵାଭାବିକ ଭାବରେ ସବୁ ରାଜନୈତିକ ଦଳ ଓ ବ୍ୟକ୍ତିଙ୍କ ପାଇଁ ତାଙ୍କର ରହସ୍ୟ ଲେଖାଯାଇଛି ।"

ବର୍ତ୍ତମାନ ରାଜନିତୀରେ ବିଭିନ୍ନ ବର୍ଗଙ୍କୁ ଆକର୍ଷିତ କରିବା ପାଇଁ ସେମାନଙ୍କୁ ନିଜ ଆଡକୁ ଟାଣିବା ପାଇଁ ଚେଷ୍ଟା କରାଯାଉଛି । ଆମେ ମଧ୍ୟ ଅନେକ ସମୟରେ ଜାତି, ଧର୍ମ, ସଂପ୍ରଦାୟ ଓ ଅଞ୍ଚଳକୁ ନେଇ ମଧ୍ୟ ଭୋଟ ମାଗୁଛୁ । କିନ୍ତୁ ଧୀରେ ଧୀରେ ଗୋଟିଏ ନୂଆ ବର୍ଗ ତିଆରି ହେଉଛନ୍ତି । ଯାହାକୁ ଆମେ ଲାଭାର୍ଥୀ ବା ହିତାଧିକାରୀ ବୋଲି କହୁଛୁ । ବିଭିନ୍ନ ରକମର ସରକାରୀ ଯୋଜନା ସେମାନଙ୍କ ନିକଟରେ ପହଞ୍ଚାଉଛୁ । ତାହା ମଧ୍ୟ ଗୋଟିଏ ପ୍ରକାର କୌଶଳରେ ପରିବର୍ତ୍ତନ ହେବାକୁ ଯାଉଛି । ସବୁ ରାଜନୈତିକ ଦଳ ଲାଭାର୍ଥୀ ମାନଙ୍କୁ ତିଆରି କରିବାକୁ ପଡିବ ବୋଲି କହିଛନ୍ତି ସୌମ୍ୟ ।

ବିଜେପି ନେତା ଅମିତ ଶାହାଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଯୋଗ ଦେଇଥିଲେ । ତେବେ ଏହି ଉତ୍ସବରେ ସୌମ୍ୟ ଯୋଗଦେବା ଏବଂ ପୁସ୍ତକ ଉପରେ ମନ୍ତବ୍ୟ ଦେବାକୁ ନେଇ ରାଜନିତୀ ଜୋର ଧରିଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.