ETV Bharat / city

ଯାହା ସନ୍ଦେହ ଥିଲା, ଆଜି ପ୍ରମାଣିତ ହେଲା: ପ୍ରତାପ

author img

By

Published : Apr 28, 2021, 3:28 PM IST

ରାଜ୍ୟରେ ଟିକାକରଣ ସମସ୍ୟାକୁ ନେଇ ରାଜ୍ୟ ବିଜେଡି ବିଧାୟକ ପ୍ରତାପ ଦେବଙ୍କ ପ୍ରତିକ୍ରିୟା । କହିଲେ ଟିକାକୁ ନେଇ ପୂର୍ବରୁ ଯାହା ସନ୍ଦେହ କରାଯାଇଥିଲା ତାହା ସତ ହେଲା । ଅଧିକ ପଢନ୍ତୁ....

ଯାହା ସନ୍ଦେହ ଥିଲା, ଆଜି ପ୍ରମାଣିତ ହେଲା: ପ୍ରତାପ
ଯାହା ସନ୍ଦେହ ଥିଲା, ଆଜି ପ୍ରମାଣିତ ହେଲା: ପ୍ରତାପ

ଭୁବନେଶ୍ୱର: ରାଜ୍ୟରେ ଟୀକାକାରଣ ସମସ୍ୟା ନେଇ ବିଜେଡି ବିଧାୟକ ପ୍ରତାପ ଦେବଙ୍କ ପ୍ରତିକ୍ରିୟା । ରାଜ୍ୟରେ ଟୀକା ସମସ୍ୟା ହେବା ନେଇ ରାଜ୍ୟ ସରକାର ସନ୍ଦେହ କରିଥିଲେ ତାହା ଏବେ ପ୍ରମାଣିତ ହୋଇଛି ବୋଲି ପ୍ରତାପ ଦେବ କହିଛନ୍ତି ।

ସେହିପରି ପ୍ରତାପ ଦେବ କହିଛନ୍ତି ଯେ, 'ଏ ସଂକ୍ରାନ୍ତରେ ଆମ ସ୍ୱାସ୍ଥ୍ୟ ସଚିବ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ସେତେବେଳେ ରାଜ୍ୟ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ତାଙ୍କୁ ଭର୍ତ୍ସନା କରିଥିଲେ । ଭିତ୍ତିହୀନ ଅଭିଯୋଗ ବୋଲି କହି ସମାଲୋଚନା ମଧ୍ୟ କରିଥିଲେ । ସବୁ ରାଜ୍ୟଙ୍କୁ ଠିକ ଠାକ ଟୀକା ମିଳୁଥିବା କହିଥିଲେ । ଯଦି ଠିକଠାକ ଟୀକା ମିଳୁଥିଲା ଏବେ ଏତେ ଅବ୍ୟବସ୍ଥା କାହିଁକି ।' ପୂର୍ବରୁ ଟୀକା ଦେବା ନେଇ ରାଜ୍ୟ ସରକାର ଏକ ପ୍ଲାନ କରିଥିଲେ । ଟିକା ଅଭାବରୁ ଏହି ପ୍ଲାନ ମାଡ଼ ଖାଇଗଲା । ସ୍ୱାସ୍ଥ୍ୟ ସଚିବ ଟିକା ନେଇ ଯେଉଁ ପୂର୍ବାନୁମାନ କରି ଚିଠି ଲେଖିଥିଲେ ତାହା ଏବେ ସତ ବୋଲି ପ୍ରମାଣିତ ହେଲା । ଏବେ ଦ୍ଵିତୀୟ ଲହର ପ୍ରଭାବ ଜୋର ଧରିଛି । ବର୍ତ୍ତମାନ ରାଜ୍ୟକୁ ଟିକା ମିଳବ କି ନମିଳିବ ସେନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରତାପ ଦେବ ।

ରାଜ୍ୟ ସରକାର ଟିକା ନିଜେ କିଣିବେ ବୋଲି ଘୋଷଣା କରିଛନ୍ତି । ଏନେଇ କମ୍ପାନୀକୁ ଟିକା ପାଇଁ ଅର୍ଡର ବି ଦେଇଛନ୍ତି । ତେବେ ଟିକା ଉତ୍ପାଦନ ରାଜ୍ୟ ହାତରେ ନାହିଁ । ଏହା ସେରମ ଓ ଭାରତ ବାୟୋଟେକ କହିପାରିବେ । ଅନ୍ୟ ଏକ ଟିକା ମେ ଶେଷରେ ମିଳିବ ବୋଲି କୁହାଯାଉଛି । ତେଣୁ ରାଜ୍ୟରେ ଟିକାର ଅଭାବ ନିଶ୍ଚୟ ରହିବ । ଏହାକୁ କେନ୍ଦ୍ର କିପରି ପରିଚାଳନା କରିବ ତାହା ଉପରେ ସବୁ ରାଜ୍ୟଙ୍କର ନଜର ରହିବ ବୋଲି ପ୍ରତାପ ଦେବ କହିଛନ୍ତି ।

ଭୁବନେଶ୍ୱରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.