ETV Bharat / city

ସମାଲୋଚନା ବଦଳରେ ପରାମର୍ଶ ଦେଉ ବିଜେପି: BJD ବିଧାୟକ

author img

By

Published : Apr 16, 2022, 9:32 PM IST

ସୋସିଆଲ ମିଡିଆରେ ଚାଲିଛି ଜଗନ୍ନାଥ ମନ୍ଦିର ବଞ୍ଚାଅ କ୍ୟାମ୍ପନ । ବିଜେପିର ଅଧିକାଂଶ ନେତା ସାମିଲ ହୋଇ ଟ୍ୱିଟ୍ କରୁଛନ୍ତି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଉପ-ସଭାପତି ଦେବୀ ମିଶ୍ର । ସମାଲୋଚନା ବଦଳରେ ବିଜେପି ନେତା ପରାମର୍ଶ ଦିଅନ୍ତୁ ବୋଲି ଆହ୍ବାନ କରିଛନ୍ତି ଦେବୀ । ଅଧିକ ପଢନ୍ତୁ

BJD ବିଧାୟBJD ବିଧାୟକକ
BJD ବିଧାୟକ

ଭୁବନେଶ୍ବର: ସୋସିଆଲ ମିଡିଆରେ ଚାଲିଛି ଜଗନ୍ନାଥ ମନ୍ଦିର ବଞ୍ଚାଅ କ୍ୟାମ୍ପନ । ବିଜେପିର ଅଧିକାଂଶ ନେତା ସାମିଲ ହୋଇ ଟ୍ବିଟ କରୁଛନ୍ତି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଉପ-ସଭାପତି ଦେବୀ ମିଶ୍ର । ସମାଲୋଚନା ବଦଳରେ ବିଜେପି ନେତା ପରାମର୍ଶ ଦିଅନ୍ତୁ ବୋଲି ଆହ୍ବାନ କରିଛନ୍ତି ଦେବୀ ।

ସମାଲୋଚନା ବଦଳରେ ପରାମର୍ଶ ଦେଉ ବିଜେପି: BJD ବିଧାୟକ

ଦେବୀ କହିଛନ୍ତି ଯେ, ମନ୍ଦିରକୁ ବଞ୍ଚାଇବା ଓ ସଂଗୃହିତ କୀର୍ତିରାଜି ସୁରକ୍ଷିତ ରଖିବା ପାଇଁ ଏବଂ ବର୍ଣ୍ଣନିୟ ଓ ଅବର୍ଣ୍ଣନିୟ ଐତିହ୍ୟକୁ ପ୍ରତିପାଦିତ କରିବା ପାଇଁ ନବୀନ ସରକାର ଉଦ୍ୟମ କରୁଛନ୍ତି । ସଂରକ୍ଷଣ ସହ ସେଠାକୁ କିପରି ଅଧିକ ଶ୍ରଦ୍ଧାଳୁ ଆସି ପାରିବେ । ଠିକଣା ଢଙ୍ଗରେ ଯାଇ ପାରିବେ, ଫୁଟଫଲ୍ ଅଧିକ ହେବ ଏବଂ ରୋଜଗାର ବଢିବ ସେ ନେଇ ପ୍ରୟାସ କରାଯାଉଛି । ଏଥିରେ ଅସୁବିଧା କେଉଁଠି ରହିଲା ବୋଲି ପ୍ରଶ୍ନ କରିଛନ୍ତି ଦେବୀ । ବିଜେପିର ନେତା ମାନେ କେଉଁ ଦୃଷ୍ଟି କୋଣରୁ ଟ୍ବିଟ୍ କରୁଥିବେ ଜଣାନାହିଁ ।

କିନ୍ତୁ ତାଙ୍କର ସାଂସଦ ପ୍ରାର୍ଥୀ ଆସି ଏଠି କହି କି ଯାଇ ସାରିଛନ୍ତି ଏବଂ ଅନ୍ୟମାନେ ବି କହିଛନ୍ତି । କେନ୍ଦ୍ର ସରକାରଙ୍କ କତ୍ତୃତ୍ବାଧୀନ ଏଏସଆଇ ମଧ୍ୟ ରହିଛି । ଆଉ ବିଷୟରେ ବାରମ୍ବାର ଆଲୋଚନା ବି ହୋଇସାରିଛି । ବିଧାନସଭା କିମିଟି ବି ଗଠନ ହୋଇଛି । ତେଣୁ କେବଳ ସମାଲୋଚନା କରିବା ଆଳରେ ସମାଲୋଚନା କଲେ ହେବନାହିଁ । ସେମାନଙ୍କର ପରାମର୍ଶ କଣ ଅଛି ତାକୁ ଦିଅନ୍ତୁ ଓ ନିଅନ୍ତୁ ।

ଆମ ସଂସ୍କୃତି ଓ ପରମ୍ପରାର ଯେଉଁ ମହାନତା ଅଛି । ମନ୍ଦିର ଦ୍ବାରା ଶ୍ରଦ୍ଧାଳୁ ଏବଂ ବିଶ୍ବ ବାସୀଙ୍କ ପାଇଁ ସୁବିଧାଜନକ ହୋଇ ପାରିବ ସେ ବିଷୟରେ ଚିନ୍ତା କରି ଉଚିତ କଥା କହିବା ଦରକାର ବୋଲି ଦେବୀ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.