ETV Bharat / city

ରବିବାର ବସିବ ବିଜେଡି ବିଧାୟକ ଦଳ ବୈଠକ - sunday

ଆସନ୍ତା ରବିବାର ସନ୍ଧ୍ୟାରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ବଛାଯିବ ଦଳର ସର୍ବସମ୍ମତ ନେତା। ଏ ନେଇ ସୂଚନା ଦେଇଛନ୍ତି ଦଳର ମୁଖପାତ୍ର ସସ୍ମିତ ପାତ୍ର।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର
author img

By

Published : May 24, 2019, 10:22 PM IST

ଭୁବନେଶ୍ୱର:ଆସନ୍ତା ରବିବାର ସନ୍ଧ୍ୟାରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ବଛାଯିବ ଦଳର ସର୍ବସମ୍ମତ ନେତା। ଆଉ ତାହାପରେ ପରବର୍ତ୍ତି ସରକାର ଗଠନ ନେଇ ରାଜ୍ୟପାଳଙ୍କ ନିକଟରେ କରାଯିବ ଦାବି ଉପସ୍ଥାପନ। ଶୁକ୍ରବାର ଏ ନେଇ ସୂଚନା ଦେଇଛନ୍ତି ଦଳର ମୁଖପାତ୍ର ସସ୍ମିତ ପାତ୍ର।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର

ସୂଚନାଯୋଗ୍ୟ, ଦେଶରେ ହେଉଥିବା ସାଧାରଣ ନିର୍ବାଚନ ସହିତ ରାଜ୍ୟ ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବିଜୁ ଜନତା ଦଳ ଅଦ୍ଭୂତପୂର୍ବ ସଫଳତା ହାସଲ କରିବା ସହିତ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଆଜି(ଶୁକ୍ରବାର) ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହିତ ପଞ୍ଚଦଶ ବିଧାନସଭା ଭଙ୍ଗ କରିବାକୁ ଅନୁରୋଧ କରିଛନ୍ତି।

ଆଗାମୀ ରବିବାର ଅନୁଷ୍ଠିତ ହେବାକୁ ଥିବା ଦଳର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇ ସର୍ବସମ୍ମତ କ୍ରମେ ନେତା ନିର୍ବାଚନ ହେବା ପରେ ପରବର୍ତ୍ତି ସରକାର ଗଠନ କରିବା ନିମନ୍ତେ ଦାବି ଉପସ୍ଥାପନ ଓ ପରବର୍ତ୍ତୀ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ଜଣାଯାଇଛି। ତେବେ କେଉଁଦିନ ନୂତନ ସରକାର ଶପଥ ଗ୍ରହଣ କରିବା ତାହା ପରବର୍ତ୍ତୀ ଅବସ୍ଥାରେ ସୂଚନା ଦିଆଯିବ ବୋଲି ସସ୍ମିତ ପ୍ରକାଶ କରିଛନ୍ତି। ଏହା ସହିତ ସେହି ଦିନ ନବନିର୍ବାଚିତ ସାଂସଦମାନେ ମଧ୍ୟ ନବୀନ ନିବାସରେ ଦଳର ସଭାପତି ତଥା ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ଜଣାପଡ଼ିଛି ।

ଭୁବନେଶ୍ବରରୁ ଅଜିତ ଦାଶ ଓ ଲକ୍ଷ୍ମୀକାନ୍ତ ସାହୁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.