ETV Bharat / city

ଆସନ୍ତା 2ରେ ବସିବ ବିଜେଡି ବିଧାୟକ ଦଳ ବୈଠକ

ଆସନ୍ତା ଜୁଲାଇ 2ରେ ବସିବ ବିଧାନସଭାର ବଜେଟ ଅଧିବେଶନ । ଏଥିପାଇଁ 29 ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ଅଧିକ ପଢନ୍ତୁ

author img

By

Published : Jun 25, 2022, 6:16 PM IST

ଆସନ୍ତା 2 ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ: ମୁଖ୍ୟ ସଚେତକ

ଭୁବନେଶ୍ବର: ଆସନ୍ତା ଜୁଲାଇ 2ରେ ବସିବ ବିଧାନସଭାର ବଜେଟ ଅଧିବେଶନ । ଏଥିପାଇଁ 29 ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ସେହିପରି 2 ତାରିଖରେ ବିଜେଡିର ବିଧାୟକ ଦଳ ବୈଠକ ହେବ । ବିରୋଧୀଙ୍କୁ ମୁକାବିଲା କରିବା ଲାଗି ରଣନୀତି ପ୍ରସ୍ତୁତ କରିବ ଶାସକ ଦଳ । ଏନେଇ ସୂଚନା ଦେଇଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ।

ପ୍ରଶାନ୍ତ କହିଛନ୍ତି ଯେ, ‘‘ବିଦେଶ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ମାସ ଶେଷସୁଦ୍ଧା ବିଦେଶରରୁ ବିଜେଡି ସୁପ୍ରିମୋ ଫେରିବେ । ପରେ ଜୁଲାଇ 2ରେ ନବୀନଙ୍କ ଅଧ୍ୟକ୍ଷତାରେ ବସିବ ବିଜେଡି ବିଧାୟକ ଦଳ ବୈଠକ ବସିବ । ବିରୋଧୀ ବିଜେପି ଓ କଂଗ୍ରେସ ଚିରାଚରିତ ଢଙ୍ଗରେ ବିଧାନସଭାରେ ବ୍ୟବହାର କରୁଛନ୍ତି । ଚଳିତ ଥର ଗଠନ ମୂଳକ ସହଯୋଗ ଦେବେ ବୋଲି ଶାସକ ଦଳ ଆଶା ରଖିଛି । ବିରୋଧୀ ଦଳ ରାଜ୍ୟ ତଥା ଅଞ୍ଚଳର ପ୍ରସଙ୍ଗ ଉଠାଇବେ । ତାହାର ସମାଧାନ କେମିତି ହେବ, ବାଟ କଢାଯିବ ।’’

ସେ ଆହୁରି କହିଛନ୍ତି, ସର୍ବଦଳୀୟ ବୈଠକରେ ବିଜେଡି ମତ ରଖିବ । ରାଜ୍ୟର ସାମଗ୍ରିକ ଉନ୍ନତି ପାଇଁ ଗଠନ ମୂଳକ ପରାମର୍ଶ ଲୋଡ଼ିବ ଶାସକ ଦଳ । ବିରୋଧୀଙ୍କ ଗଠନମୂଳକ ପରାମର୍ଶକୁ ବିଧାନସଭାରେ ସରକାର ତାକୁ ଗ୍ରହଣ କରିବେ । ଗଠନମୂଳକ ସହଯୋଗ ସରକାର ଆଶା କରିବା ସହ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ ବୋଲି ପ୍ରଶାନ୍ତ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.