ଭୁବନେଶ୍ବର: ବିଜେପି କାର୍ଯ୍ୟକାରିଣୀରେ ବିଜେପି ଉଠାଇଥିବା ପ୍ରଶ୍ନର ଜବାବ ଦେଲା ବିଜେଡି। ବିଜେଡି ମୁଖପାତ୍ର ଏଲିନା ଦାସ ବିଜେପିର ଅଭିଯୋଗକୁ ନେଇ ଜୋରଦାର ଟାର୍ଗେଟ କରିଛନ୍ତି । ସେମାନେ ନିଜକୁ ବିଶେଷଜ୍ଞ ଭାବି ମତ ଦେଉଛନ୍ତି ବୋଲି ବିଜେଡି କହିଛି ।
ବିଜେଡ଼ି ମୁଖପାତ୍ର ଏଲିନା ଦାଶ ବିଜେପି କାର୍ଯ୍ୟକାରୀଣୀ ବୈଠକୁ ନେଇ ପ୍ରତିକ୍ରିୟା ରଖି କହିଛନ୍ତି ବିଜେପି ନିକଟରେ ପଶ୍ଚିମବଙ୍ଗରେ ଶୋଚନୀୟ ପରାଜୟବରଣ କରିଛି। ଓଡ଼ିଶା ବିଜେପି ନେତାମାନେ ଏଥିରେ ଭୟଭୀତ ହୋଇ ସେମାନଙ୍କ କର୍ମୀଙ୍କ ମନୋବଳ ବଢାଇବାକୁ ଏଭଳି କହୁଛନ୍ତି। ଓଡ଼ିଶାର କୋଭିଡ ପରିଚାଳନା ବିଜେପି ଶାସିତ କର୍ଣ୍ଣାଟକ, ହରିୟାଣା, ୟୁପି, ମଧ୍ୟପ୍ରଦେଶ, ବିହାରଠାରୁ ଭଲ। ରାଜ୍ୟ ବିଜେପି ନେତା ଏ ବିଷୟରେ ଅବଗତ ନାହାନ୍ତି। ରାଜ୍ୟ ସରକାରଙ୍କୁ କୋଭିଡ ପରିଚାଳନାକୁ ନେଇ ଦେଶ ବିଦେଶରୁ ପ୍ରଶଂସା ମିଳିଛି । ଏହା ସହ ରାଜ୍ୟକୁ କେନ୍ଦ୍ର ଅନେକ ପୁରସ୍କାର ମଧ୍ୟ ଦେଇଛି । ଏକଥା ହୁଏତ ବିଜେପିର ନେତା ମାନେ ଜାଣିନାହାନ୍ତି। କିଛି ନ ବୁଝି ବିଶେଷଜ୍ଞ ଭଳି ମନ୍ତବ୍ୟ ଦିଅନ୍ତୁ ନାହିଁ ବୋଲି ବିଜେଡି କହିଛି । ସେମାନଙ୍କୁ ସେହି ସବୁ ରାଜ୍ୟରେ ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଉ।
ସୂଚନାଥାଉକି ରାଜ୍ୟ ବିଜେପିର ଆଜି କାର୍ଯ୍ୟକାରିଣୀ ବୈଠକ ବସିଛି । ଏହି ବୈଠକରେ ବିଜେପି ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛି । ବିଶେଷ କରି କୋଭିଡ ପରିଚାଳନା, କୋରୋନା ମୃତ୍ୟୁ ସଂଖ୍ୟାକୁ ନେଇ,ଟୀକାକରଣ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ କୋରୋନା ସମୟରେ ଅକ୍ସିଜେନକୁ ନେଇ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏହି ବୈଠକରେ ରାଜ୍ୟ ବିଜେପି ତାର ରାଜନୈତିକ ଚିଠା ପ୍ରସ୍ତୁତ କରିଛି ଏବଂ ଆଗାମ ତିନି ମାସରେ ଲୋକଙ୍କ ନିକଟକୁ ପହଞ୍ଚାଇବା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଂଙ୍ଖୁଆ,ଇଟିଭି ଭାରତ